ଓଡିଶା

odisha

ETV Bharat / entertainment

'ମୈଦାନ'ର ନୂଆ ଟ୍ରାକ ମିର୍ଜା ରିଲିଜ; ପରଦାରେ ଅଜୟ-ପ୍ରିୟାମଣିଙ୍କ ଜବରଦସ୍ତ କେମେଷ୍ଟ୍ରି - New Track Mirza Release

'Maidaan' New Track 'Mirza' Release: ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ମୈଦାନ'ର ଲଭ ଟ୍ରାକ ମିର୍ଜା ନିକଟରେ ରିଲିଜ ହୋଇଛି । ଯେଉଁଥିରେ ଅଜୟ ଓ ପ୍ରିୟାମଣିଙ୍କ ଲଭଷ୍ଟୋରୀ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

'Maidaan' New Track 'Mirza' Release
'Maidaan' New Track 'Mirza' Release

By ETV Bharat Odisha Team

Published : Mar 19, 2024, 9:38 AM IST

ମୁମ୍ବାଇ:ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ମୈଦାନ' । ଇଦ୍ ଅବସରରେ 10 ଏପ୍ରିଲ 2024ରେ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଏହାର ଟାଇଟଲ ଗୀତ 'ମିର୍ଜା' ରିଲିଜ ହୋଇଛି । ସୋସିଆଲ ମିଡିଆରେ ଗୀତ ରିଲିଜ କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି ଯେ, ଖୁସିର ସମୟ ଆସିଛି..କାରଣ ଘରକୁ ଆସିଯାଇଛି, ମିର୍ଜା । ଏହି ଲଭ ଟ୍ରାକରେ ଅଭିନେତା ଅଜୟ ଦେବଗନ ଓ ପ୍ରିୟାମଣିଙ୍କ ଲଭଷ୍ଟୋରୀ ଦେଖିବାକୁ ମିଳିଛି ।

ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଯେଉଁଥିରେ ଅଜୟ ଦେବଗନଙ୍କୁ ଏକ ଟିମ୍ ବନାଉଥିବାର ଦେଖିବାକୁ ମିଳିଥିଲା । ଏଥିରେ ମଳିନ ବସ୍ତିର ଯୁବକ ମିଶିଥିଲେ । ସେମାନଙ୍କୁ ବିଶ୍ବ ସ୍ତରରେ ଉନ୍ନତି କରିବାକୁ ଟ୍ରେନିଂ ଦିଆଯାଉଥିବା ଦେଖିବାକୁ ମିଳିଛି । 'ମୈଦାନ'ର ଟ୍ରେଲର ଚଳଚ୍ଚିତ୍ର ପ୍ରେମୀଙ୍କୁ SRKଙ୍କର' ଚକ ଦେ! ଇଣ୍ଡିଆ ଏବଂ ଅକ୍ଷୟ କୁମାରଙ୍କ 'ଗୋଲ୍ଡ' ଭଳି ଚଳଚ୍ଚିତ୍ର ମନେପକାଇ ଦେଇଛି । ଉଭୟ ଚଳଚ୍ଚିତ୍ରରେ SRK ଏବଂ ଅକ୍ଷୟ ହକି ପ୍ରଶିକ୍ଷକଙ୍କ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ଦଳକୁ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲେ | ପ୍ରକୃତ କାହାଣୀ ଉପରେ ଆଧାରିତ ଅମିତ ରବିନ୍ଦ୍ରନାଥ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ମୈଦାନ' । ଏଥିରେ ପ୍ରିୟମଣି ଏବଂ ଗଜରାଜ ରାଓଙ୍କ ସହ ବଙ୍ଗୀୟ ଅଭିନେତା ରୁଦ୍ରାନିଲ ଘୋଷ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ମୈଦାନ ଆସନ୍ତା ଏପ୍ରିଲ 10ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ- ଅଜୟ ଦେବଗାନଙ୍କ 'ମୈଦାନ' ରିଲିଜ୍ ଡେଟ୍ ଆଉଟ, ବକ୍ସ ଅଫିସରେ ଅକ୍ଷୟ କୁମାରଙ୍କ ସହ ହେବ ଟକ୍କର

ଏହି ଫିଲ୍ମ ଜଣେ ବ୍ୟକ୍ତିଙ୍କ ପ୍ରକୃତ କାହାଣୀ ନେଇ ପ୍ରସ୍ତୁତ କରାଯାଇଛି । ଯିଏ ଭାରତ ପାଇଁ ଏପରି ଇତିହାସ ଏବଂ ରେକର୍ଡ ସୃଷ୍ଟି କରିଥିଲେ । ଯାହାକି ବର୍ଷ ବର୍ଷ ପରେ ମଧ୍ୟ ଆମେ ବିଶ୍ବର ସର୍ବାଧିକ ଖେଳାଯାଇଥିବା କ୍ରୀଡ଼ାରେ ସେହି ସଫଳତା ସହ ମେଳ କରିପାରିଲୁ ନାହିଁ । ଏହି ଫିଲ୍ମରେ ଅଜୟ ଦେବଗନଙ୍କୁ ଏକ ଫୁଟବଲ ପ୍ରଶିକ୍ଷକ ସେୟଦ ଅବଦୁଲ୍ଲ ରହିମଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯିଏ ୧୯୫୨ରୁ ୧୯୬୨ ପର୍ଯ୍ୟନ୍ତ ଫୁଟବଲ କୋଚ ଥିଲେ । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ABOUT THE AUTHOR

...view details