ଓଡିଶା

odisha

ETV Bharat / entertainment

ଅଜୟ ଦେବଗାନଙ୍କ 'ମୈଦାନ' ରିଲିଜ୍ ଡେଟ୍ ଆଉଟ, ବକ୍ସ ଅଫିସରେ ଅକ୍ଷୟ କୁମାରଙ୍କ ସହ ହେବ ଟକ୍କର

Ajay Devgn Maidan Release: ସିଘଂମ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ମୈଦାନ'ର ରିଲିଜ ଡେଟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ,

Ajay Devgn Maidan Release
Ajay Devgn Maidan Release

By ETV Bharat Odisha Team

Published : Jan 22, 2024, 11:38 AM IST

ମୁମ୍ବାଇ: ସାମ୍ନାକୁ ଆସିଲା ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଷ୍ଟାରର ଫିଲ୍ମ 'ମୈଦାନ' ର ରିଲିଜ ଡେଟ୍ । ଇଦ୍ ଅବସରରେ ଏପ୍ରିଲ 2024 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଫିଲ୍ମ 'ମୈଦାନ'। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ଶର୍ମା । ଇଦରେ ଫିଲ୍ମ ମୈଦାନ ଓ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିୟା ଛୋଟେ ମିୟା' ଏକାଠି ମୁକ୍ତିଲାଭ କରିବାକୁ ଯାଉଛି ।

ଅଜୟଙ୍କ ଫିଲ୍ମ ମୈଦାନର ରିଲିଜ୍ ଡେଟ ଦୀର୍ଘ ସମୟ ଧରି ଅଟକି ରହିଥିଲା ​। ବର୍ତ୍ତମାନ ଏହାର ରିଲିଜ୍ ଡେଟ୍ ନିର୍ମାତାମାନେ ଘୋଷଣା କରିଛନ୍ତି। ଫିଲ୍ମ ମୈଦାନ ଆସନ୍ତା ଇଦ୍ ତଥା ଏପ୍ରିଲ୍ 2024 ରେ ମୁକ୍ତିଲାଭ କରିବ । ଅଜୟଙ୍କ ଏହି ଫିଲ୍ମକୁ ଟକ୍କର ଦେବ ବଲିଉଡ ଖିଲାଡ଼ି ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଷ୍ଟାରର ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' । ତେବେ ମୈଦାନର ରିଲିଜ୍ ଡେଟ ଅନେକ ଥର ବାତିଲ କରାଯାଇଥିବା ବେଳେ ଶେଷରେ ତାହାର ତାରିଖ ଘୋଷଣା କରାଯାଇଛି । ଗତଥର ଅଜୟ ଦେବଗନଙ୍କ ଫିଲ୍ମ ୨୦୨୩ ଜୁନ ମାସରେ ରିଲିଜ ହେବା ନେଇ ପୋଷ୍ଟ କରିଥିଲେ। କିନ୍ତୁ ବର୍ତ୍ତମାନ ଫିଲ୍ମ ଇଦ୍ ଅବସରରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।

ଏହା ମଧ୍ୟ ପଢନ୍ତୁ- Maidaan Teaser Out: ସିଲଭର ସ୍କ୍ରିନରେ ଅଜୟ ଦେବଗନଙ୍କ ଫିଲ୍ମ 'ମୈଦାନ'ର ଟିଜର ରିଲିଜ

ଏହି ଫିଲ୍ମ ଜଣେ ବ୍ୟକ୍ତିଙ୍କ ପ୍ରକୃତ କାହାଣୀ ନେଇ ପ୍ରସ୍ତୁତ କରାଯାଇଛି । ଯିଏ ଭାରତ ପାଇଁ ଏପରି ଇତିହାସ ଏବଂ ରେକର୍ଡ ସୃଷ୍ଟି କରିଥିଲେ । ଯାହା କି ବର୍ଷବର୍ଷ ପରେ ମଧ୍ୟ ଆମେ ବିଶ୍ବର ସର୍ବାଧିକ ଖେଳାଯାଇଥିବା କ୍ରୀଡ଼ାରେ ସେହି ସଫଳତା ସହ ମେଳ କରିପାରିଲୁ ନାହିଁ । ଏହି ଫିଲ୍ମରେ ଅଜୟ ଦେବଗନଙ୍କୁ ଏକ ଫୁଟବଲ ପ୍ରଶିକ୍ଷକ ସେୟଦ ଅବଦୁଲ୍ଲ ରହିମଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯିଏ ୧୯୫୨ ରୁ ୧୯୬୨ ପର୍ଯ୍ୟନ୍ତ ଫୁଟବଲ କୋଚ ଥିଲେ । ଅଜୟ ଦେବଗନଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ ପ୍ରିୟମଣି, ଗଜରାଜ ରାଓ ଏବଂ ଦକ୍ଷିଣ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଯଦିଓ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଅନେକ ଥର ସ୍ଥଗିତ ରଖାଯାଇଛି, ଏବେ କୁହାଯାଉଛି ଯେ ଫିଲ୍ମ ଚଳିତ ବର୍ଷ ଏପ୍ରିଲରେ ମୁକ୍ତିଲାଭ କରିବ ।

ABOUT THE AUTHOR

...view details