ଓଡିଶା

odisha

ETV Bharat / entertainment

ସୈଫ ଅଲି ଖାନ ବଦଳାଇଲେ ସିକ୍ୟୁରୁଟି ଟିମ୍, ସୁରକ୍ଷା ଦେବେ ଏହି 90 ଦଶକର ଅଭିନେତା - SAIF ALI KHAN ATTACK CASE

ହସ୍ପିଟାଲରୁ ଘରକୁ ଫେରିବା ମାତ୍ରେ, ଅଭିନେତା ତାଙ୍କ ପରିବାରର ସୁରକ୍ଷା ପାଇଁ ବଦଳାଇଛନ୍ତି ସିକ୍ୟୁରୁଟି ଟିମ୍ । ଏବେ ଏହି ତାରକା ଯୋଗାଇବେ ସୁରକ୍ଷା ।

SAIF ALI KHAN SECURITY
SAIF ALI KHAN SECURITY (Photo: ANI)

By ETV Bharat Entertainment Team

Published : Jan 22, 2025, 11:19 AM IST

ହାଇଦ୍ରାବାଦ:ସୈଫ ଅଲି ଖାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ଏବଂ ସେ ଘରକୁ ପହଞ୍ଚିଛନ୍ତି । ଗତକାଲି (ମଙ୍ଗଳବାର) କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ସୈଫ୍ ତାଙ୍କ ଘରେ ପହଞ୍ଚିଲେ । ଏହି ସମୟରେ, ତାଙ୍କ ପତ୍ନୀ କରୀନା କପୁର ଖାନ ଏବଂ ମାଆ ଶର୍ମିଲା ଟାଗୋର ଅଭିନେତାଙ୍କୁ ହସ୍ପିଟାଲରୁ ଆଣିଥିଲେ । ସୈଫ୍ ଘରକୁ ଫେରିବା ପରେ, ପରିବାର ଲୋକ ଧୁମଧାମରେ ​​ସେଲିବ୍ରେଟ କରିଛନ୍ତି । ସୈଫଙ୍କ ଘର ଆଲୋକମାଳାରେ ଝଲସୁଥିବା ଦେଖିବାକୁ ମିଳିଛି । ଏବେ ଖବର ଆସୁଛି ଯେ ଘରକୁ ଫେରିବା ମାତ୍ରେ, ଅଭିନେତା ତାଙ୍କ ପରିବାରର ସୁରକ୍ଷା ପାଇଁ ବଦଳାଇଛନ୍ତି ସିକ୍ୟୁରୁଟି ଟିମ୍ । ଏବେ ସୈଫଙ୍କ ଏବଂ ତାଙ୍କ ପରିବାରକୁ 90 ଦଶକର ଏହି ଅଭିନେତାଙ୍କ ଏଜେନ୍ସି ସୁରକ୍ଷା ଦେବାକୁ ଯାଉଛି ।

ସୈଫଙ୍କୁ ସୁରକ୍ଷା ଦେବେ ଏହି ଅଭିନେତା

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜଣେ ଚୋର ତାଙ୍କ ଘରେ ପଶି ଆକ୍ରମଣ କରିଥିବା ଘଟଣାରୁ ଏକ ବଡ଼ ଶିକ୍ଷା ପାଇବା ପରେ ସୈଫ ଅଲ୍ଲୀ ଖାନ ଏହି ପଦକ୍ଷେପ ନେଉଛନ୍ତି। ରିପୋର୍ଟ ଅନୁସାରେ, ଏବେ 90 ଦଶକର ଅଭିନେତା ରୋନିତ ରୟ ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ଘରେ ସୁରକ୍ଷା ଦେବାକୁ ଯାଉଛନ୍ତି । ରୋନିତ ରୟ S ସିକ୍ୟୁରିଟି ଆଣ୍ଡ୍ ପ୍ରୋଟେକ୍ସନ୍ ନାମକ ଏକ ଫାର୍ମ ଚଲାନ୍ତି, ଯେଉଁଥିରେ ସେ ସୁରକ୍ଷା କର୍ମୀ ଯୋଗାଇଥାନ୍ତି । ଏହି ସମୟରେ, ଏକ ସାକ୍ଷାତକାରରେ ରୋନିତ କହିଛନ୍ତି, 'ଆମେ ସୈଫଙ୍କ ସହିତ ଅଛୁ, ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ଏବେ ସେ ଘରକୁ ଫେରି ଆସିଛନ୍ତି।'

କହିରଖୁଛୁ କି,ରୋନିତ ରୟ ଫିଲ୍ମରେ ତାଙ୍କର ଦମଦାର ଅଭିନୟ ପାଇଁ ଜଣାଶୁଣା । ଏବେ ତାଙ୍କୁ ବଲିଉଡରେ ଖଳନାୟକ ଭୂମିକାରେ ଅଧିକ ଦେଖାଯାଉଛି । ଯେତେବେଳେ 90 ଦଶକରେ ତାଙ୍କୁ ଜଣେ ଅଭିନେତା ଭାବରେ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଥିଲା । ସେ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ଏହା ବ୍ୟତୀତ ରୋନିତ ରୟ କୌଣସି ରେଷ୍ଟୁରାଣ୍ଟ କିମ୍ବା ଜିମ୍‌ରେ ଟଙ୍କା ନିବେଶ କରିବା ପରିବର୍ତ୍ତେ ନିଜର ଏକ ଏଜେନ୍ସି ଖୋଲିଥିଲେ ଯାହା ମାଧ୍ୟମରେ ସେ ଅନେକ ବଡ଼ ବଲିଉଡ୍ ଅଭିନେତାଙ୍କୁ ସୁରକ୍ଷା ଯୋଗାଇଥାନ୍ତି । ରୋନିତ ସୈଫଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ଆମୀର ଖାନ, ଅକ୍ଷୟ କୁମାର, କରଣ ଜୋହର ଏବଂ କ୍ୟାଟ୍ରିନା କୈଫ ଭଳି ତାରକାଙ୍କୁ ସୁରକ୍ଷା ୟୋଗାଇଆସିଛନ୍ତି । ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଅଭିନେତା ଏଥିପାଇଁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ।

ଏହା ମଧ୍ୟ ପଢନ୍ତୁ:ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ ଅଲି ଖାନ, ଘର ବାହାରେ ଆସିଲେ ନଜର

ସୈଫଙ୍କୁ ଛୁରାମାଡ ମାମଲା:

ଜାନୁଆରୀ 16 ତାରିଖରେ ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ଘର ଭିତରେ ଛୁରାମାଡ ହୋଇଥିଲା । ଚୋରି କରିବା ଉଦ୍ୟମରେ ଜାହାଙ୍ଗୀରଙ୍କ ରୁମର ବାଥରୁମ ଭିତର ଦେଇ ଘରେ ପଶିଥିଲା ଅଭିଯୁକ୍ତ । ଯାହାକୁ ସୈଫଙ୍କ ଚାକରାଣୀ ଦେଖିଥିଲେ । ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ସେଠାରେ ପହଞ୍ଚିଥିଲେ । ଚାକରାଣୀଙ୍କୁ ବନ୍ଧକ ରଖି ୧ କୋଟି ଟଙ୍କା ଦାବି କରିଥିଲା ଅଭିଯୁକ୍ତ । ଏହି ସମୟରେ ସେ ସୈଫଙ୍କ ସହ ଅଭିଯୁକ୍ତର ହାତାହାତି ହୋଇଥିଲା । ଫଳରେ ଅଭିଯୁକ୍ତ 6ଥର ଛୁରାମାଡ଼ କରି ସେଠାରୁ ଫେରାର୍ ହୋଇଥିଲା ।

ଅଭିଯୁକ୍ତ ବାଂଲାଦେଶର ଜଣେ କୁସ୍ତି ଖେଳାଳି

ସେପଟେ ଗୁରୁତର ଅବସ୍ଥାରେ ସୈଫଙ୍କୁ ମୁମ୍ୱାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୈଫଙ୍କ ମେରୁଦଣ୍ଡ ପାଖରୁ ୨.୫ ଇଞ୍ଚ ଲମ୍ବା ଛୁରୀ ଖଣ୍ଡ ବାହାର କରାଯାଇଥିଲା । ବର୍ତ୍ତମାନ ସର୍ଜରୀ ସହ 5 ଦିନ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସୈଫ । ବର୍ତ୍ତମାନ ଡାକ୍ତର ତାଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ମୁମ୍ୱାଇ ପୋଲିସ ଆକ୍ରମଣକାରୀ ଅଭିଯୁକ୍ତକୁ ଗିରଫ କରି ଏବଂ ସିନ ରିକ୍ରିଏସନ ମଧ୍ୟ କରାଇଛି । ଏଥିସହ ପୋଲିସ ଅଭିଯୁକ୍ତ ବ୍ୟବହାର କରିଥିବା କପଡା ମଧ୍ୟ ଜବତ କରିଛି । ତଦନ୍ତରେ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତ ବାଂଲାଦେଶୀର ଜଣେ କୁସ୍ତି ଖେଳାଳି ଥିଲା । ତେବେ ଅଭିଯୁକ୍ତ ଏହି ଘଟଣା କାହିଁକି ଭିଆଇଲା ସେନେଇ ଅଧିକ ଖୋଳଚାଡ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details