ଓଡିଶା

odisha

ସାପ୍ତାହିକ ରାଶିଫଳ: ସଫଳତାର ସିଢି ଚଢିବେ ଏହି ରାଶି, ଭୁଲ ବୁଝାମଣାର ଶିକାର ହେବେ ଏହି ରାଶିର ବ୍ୟକ୍ତିବିଶେଷ - WEEKLY RASHIFALA

By ETV Bharat Odisha Team

Published : Aug 4, 2024, 10:29 AM IST

Weekly Horoscope: କେମିତି କଟିବ ଏଥରର ସପ୍ତାହ ? କ'ଣ ଘଟିବ ଆପଣଙ୍କ ସହ ? ଜାଣିବା ପାଇଁ ପଢନ୍ତୁ, ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ
କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Getty)

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Aries)

ମେଷ:ମେଷ ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ସପ୍ତାହରେ ମିଶ୍ରିତ ଫଳ ପାଇବେ । ଆପଣଙ୍କର ସାପ୍ତାହିକ କାମଗୁଡିକ ଠିକ ସମୟରେ ସମ୍ପନ୍ନ ହେବ । ଆପଣ ନିଜ ଚାକିରି ଏବଂ ବ୍ୟବସାୟରେ ଆବଶ୍ୟକ କରୁଥିବା ସଫଳତା ପାଇବେ । ସପ୍ତାହର ମଧ୍ୟ ଭାଗ ଆଡକୁ କିଛି ସକାରାତ୍ମକ ଖବର ପାଇବାର ସମ୍ଭାବନା ଅଛି । ଏହି ସମୟରେ ଚାକିରି କରୁଥିବା ଲୋକମାନେ କର୍ମକ୍ଷେତ୍ରରେ ଉଭୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କଠାରୁ ସମ୍ପୂର୍ଣ୍ଣ ସହାୟତା ପାଇବେ । ଯଦି ଆପଣ ବ୍ୟବସାୟ କରୁଥାନ୍ତି, ତେବେ ଏହି ସମୟରେ ନିଜର ଆର୍ଥିକ ବ୍ୟବସ୍ଥା ପ୍ରତି ସାବଧାନ ହୁଅନ୍ତୁ ଏବଂ କୌଣସି ଯୋଜନା କିମ୍ବା ବ୍ୟବସାୟରେ ଭଲ ଭାବେ ଭାବି ଚିନ୍ତି ବିନିଯୋଗ କରନ୍ତୁ । ଏଭଳି ସଙ୍ଘର୍ଷମୟ ପରିସ୍ଥିତିରେ ଆପଣ ଅଧିକ ପରିଷ୍କାର ଭାବେ ନିଜର ଶୁଭଚିନ୍ତକ ଏବଂ ଅଜଣା ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରୁଥିବା ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବେ । ଚାକିରି ,ବ୍ୟବସାୟ କିମ୍ବା ପରିବାର ସମ୍ବନ୍ଧିତ ସମସ୍ୟାଗୁଡିକୁ ସମାଧାନ କରିବାରେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସହଯୋଗ କରିବେ । ଏହି ସପ୍ତାହରେ ନିଜ ପ୍ରେମ ସମ୍ପର୍କ ପ୍ରତି ଦୃଢ ହୁଅନ୍ତୁ ଏବଂ ନିଜ ସାଥୀଙ୍କ ଅସୁବିଧାଗୁଡିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Taurus)

ବୃଷ:ବୃଷ ରାଶିର ଲୋକମାନଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଶୁଭ ହେବ । ଘରେ ଏକ ଶୁଭ କାମରୁ ଏହି ସପ୍ତାହ ଆରମ୍ଭ ହେବ, ଯେଉଁ କାମ ପାଇଁ ଆପଣ ଆପଣଙ୍କର ସମ୍ପର୍କୀୟମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣାଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ରହିବ ଏବଂ ନୂତନ ଉଦ୍ଦୀପନା ସହ ଆପଣ ଆଗକୁ ବଢିପାରନ୍ତି । ଏହି ସମୟରେ ଆପଣ ଏକ ତୀର୍ଥ ସ୍ଥାନକୁ ଭ୍ରମଣରେ ମଧ୍ୟ ଯିବାର ସମ୍ଭାବନା ଅଛି । ସପ୍ତାହର ଆରମ୍ଭରେ ଆପଣ ମଉଜ ମଜଲିସ୍‌ ବାବଦରେ ଅର୍ଥ ଖର୍ଚ୍ଚ କରିବେ । ଯଦି ଆପଣ ଜମି, ଗୋଟିଏ ଘର କିମ୍ବା ଗାଡି କିଣିବା ବିଷୟରେ ଆଗରୁ ଚିନ୍ତା କରି ଆସୁଛନ୍ତି, ତେବେ ଆପଣଙ୍କର ସ୍ଵପ୍ନ ଏହି ସପ୍ତାହରେ ସତ ହୋଇପାରେ । ପ୍ରେମ ସମ୍ପର୍କ ପାଇଁ ଏହି ସପ୍ତାହ ଆପଣଙ୍କ ନିମନ୍ତେ ସୌଭାଗ୍ୟମୟ ହେବ । ନିଜର ପ୍ରେମିକ/ପ୍ରେମିକାଙ୍କ ସହ ଏକ ଗଭୀର ସମ୍ପର୍କ ଥିବା ଆପଣ ଅନୁଭବ କରିବେ ଏବଂ ତାଙ୍କ ସହ ଭଲ ସମୟ ଅତିବାହିତ କରିବା ପାଇଁ ଆପଣ ଅନେକ ସୁଯୋଗ ପାଇବେ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ସପ୍ତାହର ଦ୍ଵିତୀୟ ଭାଗରେ ଆପଣ ଅନ୍ୟମାନଙ୍କୁ ପଛରେ ପକାଇ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିବେ ଏବଂ ଆପଣଙ୍କର ବରିଷ୍ଠ ଅଧିକାରୀମାନେ ଆପଣଙ୍କୁ ଏଥିପାଇଁ ସାଧୁବାଦ ଦେବେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Gemini)

ମିଥୁନ:ଏହି ସପ୍ତାହରେ ମିଥୁନ ରାଶି ଥିବା ଲୋକଙ୍କ ଜୀବନର ସମସ୍ତ ଦୁଃଖକଷ୍ଟର ସମାଧାନ ହୋଇଯିବ । ସବୁଠାରୁ ନିଆରା କଥା ହେଉଛି ଯେ, ଆପଣଙ୍କ ଚାକିରି, ବ୍ୟବସାୟ କିମ୍ବା ଜୀବନର ଅନ୍ୟ କୌଣସି ଲକ୍ଷ୍ୟ ହୋଇଥାଉ ନା କାହିଁକି, ଆପଣ ସବୁ କ୍ଷେତ୍ରରେ ଘରୁ ବାହାରୁ ସମସ୍ତଙ୍କଠାରୁ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ପରିବାରର ଜଣେ ବୟୋଜ୍ୟେଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବାର ସମ୍ଭାବନା ଅଛି । ଚାକିରି କରୁଥିବା ଲୋକମାନେ ସପ୍ତାହର ଆରମ୍ଭରେ ଏକ ଉଲ୍ଲେଖଯୋଗ୍ୟ ସୁଯୋଗ ପାଇବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କ କ୍ଷେତ୍ରରେ ଆପଣ ଏହି ସପ୍ତାହରେ ଭାଗ୍ୟଶାଳୀ ହେବେ । ନିଜର ପ୍ରେମ ସମ୍ପର୍କରୁ ଆକସ୍ମିକ ଭାବେ ଆପଣ ଗୋଟିଏ ଉପହାର ପାଇବାର ସମ୍ଭାବନା ଅଛି । ବୈବାହିକ ଜୀବନରେ ଆନନ୍ଦ ଜାରି ରହିବ । ସପ୍ତାହର ଶେଷ ଆଡକୁ, ପିଲାମାନଙ୍କ ବିଷୟରେ ଆପଣ କିଛି ସକାରାତ୍ମକ ଖବର ପ୍ରାପ୍ତ କରିବେ, ଯାହା ଦ୍ଵାରା ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ । ଯେଉଁ ଯୋଜନାଗୁଡିକ ବହୁ ସମୟରୁ ଅଟକି ରହିଥିଲା କିମ୍ବା ବାତିଲ୍‌ ହୋଇଥିଲା, ସେଗୁଡିକ ହଠାତ ଶୁଭାଂକ୍ଷୀମାନଙ୍କ ସହାୟତାରେ ଆଗକୁ ବଢିବାକୁ ଲାଗିବ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Cancer)

କର୍କଟ:ଏହି ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ସପ୍ତାହରେ ମନ ମୁତାବକ ସଫଳତା ପାଇବା ପାଇଁ ସେମାନଙ୍କର ଅଳସୁଆମୀକୁ ତ୍ୟାଗ କରିବା ସହିତ କଠିନ ପରିଶ୍ରମ କରି ସମୟକୁ ପରିଚାଳନା କରିବା ଆବଶ୍ୟକ; ଅନ୍ୟଥା ସୁଯୋଗ ସେମାନଙ୍କର ହାତଛଡା ହୋଇଯିବ । ସପ୍ତାହର ଦ୍ଵିତୀୟାର୍ଦ୍ଧରେ ପ୍ରିୟଜନମାନଙ୍କ ସହ ଆପଣଙ୍କର ସମ୍ପର୍କ ବିଶେଷ ଭାବେ ଭଲ ରହିବ । ଆପଣଙ୍କର ପରିବାର ସଦସ୍ୟମାନଙ୍କ ମଧ୍ୟରେ ସମ୍ପର୍କରେ ଅନୁକୂଳ ଉନ୍ନତି ଦେଖିବାକୁ ମିଳିବ । ଆପଣଙ୍କର ସାଥୀଙ୍କ ସହ ଯଦି କେବେ ମତାନ୍ତର ଥିଲା, ତେବେ ଜଣେ ମହିଳା ବନ୍ଧୁଙ୍କ ସାହାଯ୍ୟରେ ଏହି ଭୁଲ ବୁଝାମଣାକୁ ସମାଧାନ କରାଯାଇପାରେ ଏବଂ ଆପଣଙ୍କର ପ୍ରେମ ସମ୍ପର୍କ ପୁନର୍ବାର ପୂର୍ବାପେକ୍ଷା ଆହୁରି ଦୃଢ ଭାବେ ସ୍ଥାପିତ ହେବ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ସମ୍ପର୍କୀୟମାନଙ୍କ ସହ ଚମତ୍କାର ସମୟ ଉପଭୋଗ କରିବା ପାଇଁ ଆପଣ ସୁଯୋଗ ପାଇବେ । ଋତୁକାଳୀନ ରୋଗଗୁଡିକ ପ୍ରତି ସାବଧାନ ରୁହନ୍ତୁ । ଏହି ସମୟରେ, ଜଣେ ବନ୍ଧୁ କିମ୍ବା ପ୍ରେମିକ/ପ୍ରେମିକାଙ୍କ ସହାୟତାରେ ନିଜର କିଛି ଉଲ୍ଲେଖନୀୟ ସମସ୍ୟାଗୁଡିକୁ ସମାଧାନ କରିବାରେ ସକ୍ଷମ ହେବେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Leo)

ସିଂହ: ଏହି ସମୟରେ, କାମ ଓ ବ୍ୟବସାୟ ସହ ଜଡିତ ଥିବା ଦୁଃସାହସିକ କାର୍ଯ୍ୟଗୁଡିକ ଉପଭୋଗ୍ୟ, ସଫଳ ଓ ଲାଭଦାୟକ ହେବ । ସପ୍ତାହର ମଧ୍ୟ ଭାଗ ସୁଦ୍ଧା ଜଣେ ବନ୍ଧୁଙ୍କ ସହାୟତାରେ ନିଜ ପରିବାର ସହିତ ଥିବା ଭୁଲ ବୁଝାମଣାଗୁଡିକର ସମାଧାନ ହେବ ଏବଂ ସେମାନଙ୍କ ସହିତ ଆପଣଙ୍କର ସମ୍ପର୍କ ପୁନଃସ୍ଥାପିତ ହେବ । ଏହି ସମୟରେ ଆପଣ ଉଲ୍ଲେଖନୀୟ ପାରିବାରିକ ଦାୟିତ୍ଵଗୁଡିକ ଦ୍ଵାରା ଭାରାକ୍ରାନ୍ତ ହେବାର ସମ୍ଭାବନା ଅଛି । ଏହି ସମସ୍ତ ମଧ୍ୟରେ ଋତୁ ପରିବର୍ତ୍ତନ କିମ୍ବା ଏକ ପୁରୁଣା ରୋଗ ପୁନର୍ବାର ଦେଖାଦେବା ଦ୍ଵାରା ଶାରୀରିକ କଷ୍ଟ ହେବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କକୁ ନେଇ ଏହି ସପ୍ତାହ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ଏହି ସପ୍ତାହରେ ନିଜର ପ୍ରେମିକ/ପ୍ରେମିକାଙ୍କ ସହିତ ସମ୍ପର୍କ ଆହୁରି ଦୃଢ ହେବା ଆପଣ ଅନୁଭବ କରିବେ । ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ । ନିଜର ବାପାମାଆଙ୍କ ସହ ଆପଣଙ୍କର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ଠାରୁ ସଂପୂର୍ଣ୍ଣ ରୂପେ ସାହାଯ୍ୟ ସହଯୋଗ ପାଇବେ । ଯୁବକମାନଙ୍କର ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟରେ ସେମାନଙ୍କର ଅଧିକାଂଶ ସମୟ ମୌଜମଜଲିସ କରିବା ଏବଂ ବଣଭୋଜି କରିବାରେ ଅତିବାହିତ ହେବ । ଦ୍ଵିତୀୟ ଭାଗ ଆପଣଙ୍କ ପାଇଁ ସାମାନ୍ୟ ଦ୍ଵନ୍ଦ୍ଵପୂର୍ଣ୍ଣ ଏବଂ ଦୁର୍ବଳ ହୋଇପାରେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Virgo)

କନ୍ୟା: ଏହି ସପ୍ତାହରେ ସହକର୍ମୀମାନଙ୍କ ସହ କାମ କରିବା ବେଳେ ଆପଣ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ସେମାନେ ଆପଣଙ୍କ ବିରୁଦ୍ଧରେ ଉଭୟ ବରିଷ୍ଠ ଅଧିକାରୀ ଏବଂ ଉପରିସ୍ଥ କର୍ମଚାରୀମାନଙ୍କୁ ପ୍ରରୋଚିତ କରିବା ପାଇଁ କିମ୍ବା ସେମାନେ ଆପଣଙ୍କୁ ଆପଣଙ୍କ କାମରୁ ଲକ୍ଷ୍ୟଚ୍ୟୁତ କରିବା ପାଇଁ ଚକ୍ରାନ୍ତ କରିବାର ସମ୍ଭାବନା ଅଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ଘରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ସହାୟତା ଜରୁରୀ ହୋଇ ପଡିବ । ଏହି ଅବଧିରେ ବିଦ୍ୟାର୍ଥୀମାନଙ୍କର ମନ ଅଧ୍ୟୟନରୁ ବିଚ୍ୟୁତ ହେବାର ସମ୍ଭାବନା ଅଛି । ରାଜନୀତି କରୁଥିବା ଲୋକମାନେ, ଯେଉଁମାନେ ଏକ ପଦବୀ କିମ୍ବା ଏକ ଉଲ୍ଲେଖନୀୟ ଦାୟିତ୍ଵ ପାଇବାର ଅପେକ୍ଷା କରୁଛନ୍ତି, ସେମାନେ ନୂତନ ସଫଳତା ପାଇବେ । ପ୍ରେମ ସମ୍ପର୍କ କ୍ଷେତ୍ରରେ ଏହି ସପ୍ତାହ ପୂର୍ବ ଭଳି ସାଧାରଣ ହେବ । ଆପଣଙ୍କ ପ୍ରେମ ସମ୍ପର୍କରେ ପ୍ରେମ ଓ ସନ୍ତୁଳନ ରହିବ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ଜୀବନର ଝଡଝଞ୍ଜା ମଧ୍ୟରେ ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ସଂପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ । ସପ୍ତାହ ଶେଷ ସୁଦ୍ଧା ବ୍ୟବସାୟୀମାନେ ସେମାନଙ୍କ ପ୍ରତିଯୋଗୀମାନଙ୍କ ଦୃଢ ପ୍ରତିଯୋଗୀତାର ସମ୍ମୁଖୀନ ହେବାର ସମ୍ଭାବନା ଅଛି ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Libra)

ତୁଳା: ତୁଳା ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ସପ୍ତାହରେ ଅତ୍ୟନ୍ତ ସାବଧାନତାର ସହ କଥାବାର୍ତ୍ତା କରିବା ଆବଶ୍ୟକ କାରଣ ସେମାନଙ୍କ କଥା ଦ୍ଵାରା ସେମାନଙ୍କର ଉଦ୍ୟମଗୁଡିକ ସଂପୂର୍ଣ୍ଣ ହେବ କିମ୍ବା ନଷ୍ଟ ହୋଇଯିବ । ସପ୍ତାହର ମଧ୍ୟ ଭାଗରେ ଆପଣଙ୍କୁ କାମ କିମ୍ବା ବ୍ୟବସାୟ ପାଇଁ ଦୂର କିମ୍ବା ନିକଟ ସ୍ଥାନକୁ ଯାତ୍ରା କରିବା ଆବଶ୍ୟକ ହୋଇପାରେ । ଯାତ୍ରା କରିବା ସମୟରେ ଆପଣଙ୍କୁ ଉଭୟ ନିଜର ସ୍ୱାସ୍ଥ୍ୟ ଏବଂ ମୂଲ୍ୟବାନ ଜିନିଷଗୁଡ଼ିକର ଭଲ ଭାବେ ଯତ୍ନ ନେବା ଆବଶ୍ୟକ । ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା କାରଣରୁ ଆପଣ ଏବଂ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ହୋଇପାରେ । ଭାବ ପ୍ରବଣତା ଆଧାରରେ ପ୍ରେମ ସମ୍ବନ୍ଧିତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ବିବାହ କାର୍ଯ୍ୟରେ ଆପଣ ନିଜର ଜୀବନସାଥିଙ୍କ ଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ । ସପ୍ତାହର ଦ୍ଵିତୀୟାର୍ଦ୍ଧରେ କୌଣସି ପ୍ରକାରର ଥଟ୍ଟା ମଜା କରନ୍ତୁ ନାହିଁ କିମ୍ବା କର୍ମ କ୍ଷେତ୍ରରେ କାହା ସହିତ ଏପରି ଆଚରଣ କରନ୍ତୁ ନାହିଁ, ଯାହା ଦ୍ଵାରା ଆପଣ ଅସୁବିଧାରେ ପଡିବେ । ଏହି ସମୟରେ ଆପଣଙ୍କ ବୃତ୍ତିର ସମସ୍ତ ଦୃଷ୍ଟି କୋଣରୁ ନିଜର ପ୍ରତିଷ୍ଠାକୁ ପ୍ରାଥମିକତା ଦେବା ଆବଶ୍ୟକ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Scorpio)

ବିଛା: ବିଛା ରାଶିର ଲୋକମାନେ ଏକ ଅତ୍ୟନ୍ତ ଆନନ୍ଦଦାୟକ ସପ୍ତାହ ଲାଭ କରିବେ । ଚାକିରି କରୁଥିବା ଲୋକମାନଙ୍କର ବଦଳି ହେବ କିମ୍ବା ସେମାନଙ୍କ ପସନ୍ଦର ପଦବୀକୁ ପଦୋନ୍ନତି ହେବ । ଅର୍ଥ ଲାଭର ଅତିରିକ୍ତ ସ୍ରୋତଗୁଡିଏ ସୃଷ୍ଟି ହେବ, ଯାହା ଦ୍ଵାରା ଆପଣଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । କୌଣସି ଏକ ଯୋଜନାରେ ପୂର୍ବରୁ କରିଥିବା ନିବେଶର ପରିଣାମ ଲାଭପ୍ରଦ ହେବ । ଅଦାଲତରେ ଯଦି କୌଣସି ମକଦ୍ଦମା ପଡିରହିଛି, ତେବେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ହେବାର ସମ୍ଭାବନା ଅଛି । ନିଜର ପ୍ରେମିକ/ପ୍ରେମିକାଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବା ପାଇଁ ଆପଣ ସୁଯୋଗ ପାଇବେ । ଏହି ସପ୍ତାହରେ ଆପଣ ପୁରୁଣା ବନ୍ଧୁମାନଙ୍କ ଗହଣରେ ମଧ୍ୟ ରହିବାର ସମ୍ଭାବନା ଅଛି । ଯେଉଁମାନଙ୍କ ସହିତ ଆପଣ ପ୍ରଫୁଲ୍ଲିତ ସମୟ ଅତିବାହିତ କରିବା ଏବଂ ପୁରୁଣା ସ୍ମୃତିଗୁଡିକୁ ମନେ ପକାଇବା ପାଇଁ ସକ୍ଷମ ହେବେ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ଆପଣ ଜଣେ ପ୍ରିୟଜନଙ୍କ ଠାରୁ ଆକସ୍ମିକ ଭାବେ ଏକ ବଡ ଉପହାର ପାଇବାର ସମ୍ଭାବନା ଉପସ୍ଥିତ ହୋଇପାରେ । ସ୍ୱାସ୍ଥ୍ୟ ପୂର୍ବ ଭଳି ସାମାନ୍ୟ ରହିବ । ସପ୍ତାହର ଦ୍ଵିତୀୟାର୍ଦ୍ଧରେ ଯେତେବଳେ ଆପଣ ସନ୍ତାନ ସମ୍ବନ୍ଧିତ କୌଣସି ଏକ ବଡ ସମସ୍ୟାର ସମାଧାନ ହୋଇଯିବ, ସେତେବେଳେ ଆପଣ ଶାନ୍ତିରେ ଏକ ନିଃଶ୍ଵାସ ନେବେ । ବ୍ୟବସାୟରେ ଆବଶ୍ୟକୀୟ ଉନ୍ନତି ହେବ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Sagittarius)

ଧନୁ:ସପ୍ତାହର ଆରମ୍ଭରେ ଖରାପ ଖାଦ୍ୟାଭ୍ୟାସ କିମ୍ବା ଏକ ପୁରୁଣା ରୋଗ ପୁନର୍ବାର ଦେଖାଯିବା କାରଣରୁ ଆପଣଙ୍କର ଶାରୀରିକ କଷ୍ଟ ହେବାର ସମ୍ଭାବନା ଅଛି । ସପ୍ତାହର ମଧ୍ୟ ଭାଗରେ ଆପଣ ପ୍ରାୟତଃ ବ୍ୟସ୍ତ ରହିବେ । ପରୀକ୍ଷା କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନେ ସେମାନଙ୍କ ଉଦ୍ୟମର ସଂପୂର୍ଣ୍ଣ ଲାଭ ପାଇବେ । ପ୍ରେମ ସମ୍ପର୍କ ପାଇଁ ଏହି ସପ୍ତାହ ଆପଣଙ୍କ ନିମନ୍ତେ ସୌଭାଗ୍ୟମୟ ହେବ । ଅଶାନ୍ତପୂର୍ଣ୍ଣ ସମୟରେ ଆପଣଙ୍କର ସାଥୀ ଆପଣଙ୍କ ପାଇଁ ଏକ ଢାଲ ସଦୃଶ କାମ କରିବେ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ଆପଣଙ୍କ ଜୀବନସାଥୀଙ୍କ ଏକ ଆଖିଦୃଷ୍ଟିଆ ସଫଳତା ପାଇଁ ସେ ଆପଣଙ୍କ ପାଖରେ ସମ୍ମାନଯୋଗ୍ୟ ହେବେ । ଖାଦ୍ୟଗ୍ରହଣ କରିବାର ଉପଯୁକ୍ତ ନିର୍ଘଣ୍ଟ ବଜାୟ ରଖନ୍ତୁ ଏବଂ ଏକ ନିୟମିତ ଦୈନିକ ସମୟ ନିର୍ଘଣ୍ଟର ଅନୁସରଣ କରନ୍ତୁ । ସପ୍ତାହର ଶେଷ ଆଡକୁ ଆପଣ କିଛି ସକାରାତ୍ମକ ଖବର ପାଇବାର ସମ୍ଭାବନା ଅଛି । ଗୃହିଣୀମାନେ ଧାର୍ମିକ କାମରେ ଅଧିକ ସମୟ ବିତାଇବେ । ଏହି ସମୟରେ ନିଜର କାମଗୁଡିକୁ ଠିକ ସମୟରେ ସଂପୂର୍ଣ୍ଣ କରିବା ଆପଣ ଉଭୟ ସମୟ ଓ ଶକ୍ତିକୁ ପରିଚାଳନା କରିବା ଆବଶ୍ୟକ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Capricorn)

ମକର: ମକର ରାଶିର ଲୋକମାନେ ଏହି ସପ୍ତାହରେ ସେମାନଙ୍କ ଉଦ୍ୟମର ସଂପୂର୍ଣ୍ଣ ଲାଭ ପାଇବେ । ସପ୍ତାହର ଆରମ୍ଭରେ ପୂର୍ବେ କରିଥିବା ସଫଳତାଗୁଡିକ ପାଇଁ ଆପଣ ସମ୍ମାନିତ ହେବାର ସମ୍ଭାବନା ଅଛି । ବରିଷ୍ଠ ଅଧିକାରୀ ଏବଂ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାମକୁ ପ୍ରଶଂସା କରିବେ । ଗତ ସପ୍ତାହରେ ଆପଣ ଯେଉଁ ଘରୋଇ ସମସ୍ୟାଗୁଡ଼ିକୁ ନେଇ ଚିନ୍ତିତ ଥିଲେ, ଏହି ସପ୍ତାହରେ ସେଗୁଡିକର ସମାଧାନ ହୋଇଯିବ । ଚାକିରି କରୁଥିବା ଲୋକମାନେ ଅତିରିକ୍ତ ଆୟର ନୂତନ ଉତ୍ସଗୁଡିଏ ପାଇବେ । ମୋଟ ସମ୍ପତ୍ତିରେ ବୃଦ୍ଧି ହେବ । ପ୍ରେମ ସମ୍ପର୍କ ଦୃଢ ହେବ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ନିଜର ସାଥୀଙ୍କ ସହ ଆପଣ ଦୂର କିମ୍ବା ଅଳ୍ପ ଦୂର ଜାଗାକୁ ଭ୍ରମଣରେ ଯିବାର ସମ୍ଭାବନା ଅଛି । ପରୀକ୍ଷା ଏବଂ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନେ ଚମତ୍କାର ଖବର ପାଇବେ । ସପ୍ତାହର ଶେଷ ଭାଗରେ, ଆପଣ ଭଲ ପାଉଥିବା ଜଣେ ବ୍ୟକ୍ତିଙ୍କୁ ଭେଟିବେ, ଯିଏ ବହୁତ ଦିନରୁ ପଡି ରହିଥିବା କାମଗୁଡିକୁ ଶୀଘ୍ର ଶୀଘ୍ର ସମ୍ପୂର୍ଣ୍ଣ କରିବାରେ ଆପଣଙ୍କୁ ସହଯୋଗ କରିବେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Aquarius)

କୁମ୍ଭ: କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଏହି ସପ୍ତାହର ଆରମ୍ଭ ବାଧା ବିଘ୍ନପୂର୍ଣ୍ଣ ହୋଇପାରେ । ହେଲେ ନିଜର ବୁଦ୍ଧି, ଆତ୍ମଦୃଷ୍ଟି ଏବଂ ସାହାସ ବଳରେ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆପଣ ସକ୍ଷମ ହେବେ । ଯେକୌଣସି ବିଘ୍ନ ଉପରେ ଜୟଲାଭ କରିବା ପାଇଁ ଆପଣ ନିଜର ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ । ଏହି ସମୟରେ ଆପଣଙ୍କ କମ୍ପାନୀରେ ଗୁପ୍ତ ଶତ୍ରୁମାନଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ, ଯିଏ ଆପଣଙ୍କର ପ୍ରତିଷ୍ଠାରେ କ୍ଷତି ଆଣିବା ପାଇଁ ଚେଷ୍ଟା କରିପାରନ୍ତି । ହେଲେ ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆପଣ ନିଜର ସହଯୋଗୀମାନଙ୍କର ମତାମତ ନେବା ଆବଶ୍ୟକ । ବୃତ୍ତିଗତ ଭାବେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ପ୍ରେମ ବ୍ୟାପାରରେ ପରସ୍ପର ପ୍ରତି ଆସ୍ଥା ଏବଂ ଅନ୍ତରଙ୍ଗତା ବୃଦ୍ଧି ପାଇବ । ବୈବାହିକ ଜୀବନ ପୂର୍ବ ଭଳି ଆନନ୍ଦମୟ ହେବ । ଯଦି ଆପଣ ଛୋଟ ଛୋଟ ସମସ୍ୟାଗୁଡ଼ିକୁ ଅଣଦେଖା କରନ୍ତି, ତେବେ ଆପଣଙ୍କ ସ୍ଵାସ୍ଥ୍ୟରେ ପୂର୍ବ ଭଳି ସ୍ଥିରତା ଦେଖିବାକୁ ମିଳିବ । କ୍ୟାରିଅର ପରିବର୍ତ୍ତନ କରିବା ବିଷୟରେ ଯେଉଁମାନେ ବହୁତ ଦିନରୁ ବିଚାର କରିଆସୁଛନ୍ତି, ସେମାନେ ଭଲ ଅଫର୍ ପାଇବାର ସମ୍ଭାବନା ଅଛି । ସେମାନେ ଆବଶ୍ୟକୀୟ ବ୍ୟାବସାୟିକ ଲାଭ ମଧ୍ୟ ପାଇବେ ।

କେମିତି କଟିବ ଏଥରର ସପ୍ତାହ? ଜାଣନ୍ତୁ ଚଳିତ ସପ୍ତାହର ରାଶିଫଳ (Pisces)

ମୀନ:ସମ୍ପୂର୍ଣ୍ଣ ସପ୍ତାହରେ ପ୍ରେମ ଓ ଭାଗ୍ୟ ଆପଣଙ୍କ ସହିତ ଛାଇ ଭଳି ରହିଥିବେ । ସପ୍ତାହର ଆରମ୍ଭରେ ଆପଣ ଗୋଟିଏ ବଡ ସଫଳତା ପାଇବାର ସମ୍ଭାବନା ଅଛି, ଏହା ସହିତ ଘରେ ଏକ ଖୁସିର ବାତାବରଣ ସୃଷ୍ଟି ହେବ । ବ୍ୟବସାୟ ପରିସ୍ଥିତି ପୂର୍ବ ଭଳି ଅନୁକୂଳ ରହିବ ଏବଂ ବିସ୍ତାର କରିବା କାମ ଆବଶ୍ୟକ ହେବ । ପିଲାମାନଙ୍କ ସମ୍ବନ୍ଧିତ କୌଣସି ଉଲ୍ଲେଖନୀୟ ସଫଳତା ଆପଣଙ୍କ ପାଇଁ ବହୁତ ସମ୍ମାନର ବିଷୟ ହେବ । ପ୍ରେମ ସଂପର୍କକୁ ନେଇ ଏହି ସପ୍ତାହ ଆପଣଙ୍କ ପାଇଁ ସୌଭାଗ୍ୟଶାଳୀ ହେବ । ଯଦି ଆପଣ କାହା ନିକଟରେ ନିଜର ସ୍ନେହ ଭାବ ପ୍ରକାଶ କରିବା କଥା ବିଚାର କରନ୍ତି, ତେବେ ଏହା କରିବା ଦ୍ଵାରା ଆପଣ ଲାଭବାନ ହେବାର ସମ୍ଭାବନା ଅଛି । ଏହି ସମୟରେ ସାଂପ୍ରତିକ ପ୍ରେମ ସମ୍ପର୍କ ପୂର୍ବାପେକ୍ଷା ଆହୁରି ସୁଦୃଢ ହେବ । ସ୍ଵାସ୍ଥ୍ୟାବସ୍ଥା ସାମାନ୍ୟ ହେବ । ସପ୍ତାହର ଦ୍ଵିତୀୟାର୍ଦ୍ଧରେ ଆପଣ ଏକ ଏକାନ୍ତ ଜାଗାକୁ ଯିବା ପାଇଁ ମନସ୍ଥ କରିବେ ଏବଂ ବ୍ୟକ୍ତିଗତ ଭାବେ ସମୟ ଅତିବାହିତ କରିବେ । ଏହି ସମୟରେ, ଆପଣ ଧାର୍ମିକ, ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟ ପାଇଁ ମନ ବଳାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details