ଓଡିଶା

odisha

ETV Bharat / bharat

ମସ୍କୋରେ ପ୍ରଧାନମନ୍ତ୍ରୀ ମୋଦି; ଦିଆଗଲା ଗାର୍ଡ ଅଫ ଅନର, ପୁଟିନଙ୍କ ସହ ଦ୍ବିପାକ୍ଷିକ ମିଟିଂ - PM MODI REACHES RUSSIA

PM Modi visit Russia: ଋଷରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ଭାରତ-ଋଷ 22ତମ ବାର୍ଷିକ ଶିଖର ସମ୍ମିଳନୀରେ ହେବେ ସାମିଲ । ୟୁକ୍ରେନ-ଋଷ ଯୁଦ୍ଧ ପରେ ଏହା ମୋଦିଙ୍କ ପ୍ରଥମ ଋଷିଆ ଗସ୍ତ । ଜାଣନ୍ତୁ କେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା ? ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 8, 2024, 11:03 AM IST

Updated : Jul 8, 2024, 5:52 PM IST

PM Modi visit Russia
PM Modi visit Russia (ETV BHARAT ODISHA)

ନୂଆଦିଲ୍ଲୀ:ଋଷରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଋଷରେ ଗସ୍ତରେ ଅଛନ୍ତି । 22ତମ ଭାରତ-ଋଷିଆ ବାର୍ଷିକ ସମ୍ମିଳନୀରେ ଯୋଗଦାନ କରିବା ଲାଗି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ପରେ ପ୍ରଧାନମନ୍ତ୍ରୀ ମସ୍କୋରେ ପହଞ୍ଚିଛନ୍ତି । 2022ରେ ଋଷ ଓ ୟୁକ୍ରେନ ଯୁଦ୍ଧ ପରେ ଏହା ମୋଦିଙ୍କ ପ୍ରଥମ ଋଷିଆ ଗସ୍ତ । ଏହାପରେ ମୋଦି କଡ଼ା ସୁରକ୍ଷା ବଳୟରେ ହୋଟେଲରେ ପହଞ୍ଚିଛନ୍ତି । ଋଷରେ ମୋଦିଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର । ଆଉ କିଛି ସମୟ ପରେ ପ୍ରବାସୀ ଭାରତୀୟ କମ୍ୟୁନିଟି ପକ୍ଷରୁ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯିବ ।

ସୋମବାରଠୁ ତିନି ଦିନିଆ ଋଷ ଓ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଏହା ମୋଦିଙ୍କ ଦ୍ବିତୀୟ ବିଦେଶୀ ଗସ୍ତ । ଏହି ଗସ୍ତ ସମୟରେ ମୋଦି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ । ରାଷ୍ଟ୍ରପତିଙ୍କୁ ଭେଟିବା ସହ ଋଷରେ ଥିବା ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ତିନି ବର୍ଷର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରୁଛନ୍ତି । ଏନେଇ ଋଷରେ ଥିବା ଭାରତୀୟ ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି ।

ପୁଟିନ୍‌-ମୋଦି ଆଲୋଚନା:ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ମୋଦି ଓ ପୁଟିନ୍‌ଙ୍କ ମଧ୍ୟରେ ଦ୍ବିପାକ୍ଷୀକ ଆଲୋଚନା ହେବ । ଆଞ୍ଚଳିକ ଓ ବିଶ୍ବସ୍ତରୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଇଣ୍ଡୋ-ପାସିଫିକ ବିକାଶକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ବିଷୟରେ ଆଲୋଚନା ମୁଖ୍ୟ ପ୍ରସଙ୍ଗ ହେବା ବୋଲି କହିଛନ୍ତି ବୈଦେଶିକ ସଚିବ ବିନୟ କ୍ୱାଟ୍ରା । କେମରିଲରେ ମୋଦି ପୁଟିନ ଭେଟଘାଟ ହେବ । ଋଷରେ ଭାରତୀୟ ସମୁଦାୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ।

ଭାରତ-ଋଷ 22ତମ ବାର୍ଷିକ ଶିଖର ସମ୍ମିଳନୀ:ଆସନ୍ତାକାଲି ମୋଦିଙ୍କ ଗସ୍ତର ବେଶ ଗୁରୁତ୍ବପୂର୍ଣ୍ଣ ଦିନ । ଋଷ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତାକାଲି ଭାରତ-ଋଷ 22ତମ ବାର୍ଷିକ ଶିଖର ସମ୍ମିଳନୀରେ ସାମିଲ ହେବେ ମୋଦି ।

କଥକ ନୃତ୍ୟ କରିବେ ଋଷିଆନ:ମୋଦିଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ କରିବା ପାଇଁ ଋଷର ମସ୍କୋରେ କଥ ନୃତ୍ୟ ପ୍ରଦର୍ଶନ ହେବ । ତାଲିମ ନେଇଥିବା ଋଷିଆନ କଳାକାର ମାନେ କଥକ ନୃତ୍ୟ କରିବେ । ଜଣେ ନୃତ୍ୟଶିଳ୍ପୀ କହିଛନ୍ତି, ଟଟଗତ 7 ବର୍ଷ ହେଲା ମୁଁ କଥକ ନୃତ୍ୟ ଶିଖୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ଭାରତର ଡ୍ୟାନ୍ସ ଫର୍ମକୁ ମୁଁ ପ୍ରଦର୍ଶନ କରିବି ଏଥି ପାଇଁ ବହୁତ ଖୁସି ମୁଁ । ମୋଦିଙ୍କ ଋଷ ଗସ୍ତ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବ ।

Last Updated : Jul 8, 2024, 5:52 PM IST

ABOUT THE AUTHOR

...view details