ଜୟପୁର:ରାଜସ୍ଥାନ ଝୁନଝୁନୁ ଜିଲ୍ଲା ଅନ୍ତର୍ଗତ ହିନ୍ଦୁସ୍ତାନ କପର ଲିମିଟେଡର କୋଲିହାନ ଖଣିରେ ଅଘଟଣ । ଲିପ୍ଟ ଛିଡି ୧୮୭୫ଫୁଟ ତଳକୁ ଖସିପଡିଲା ଲିପ୍ଟ । ଏହି ଅଘଟଣ ପରେ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ ଘଟିଛି । ୧୨ ଘଣ୍ଟା ପରେ ଫସିରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ରାତି ପାଖାପାଖି ୮ଟା ସୁଦ୍ଧା ଖଣିରୁ କାମ ସାରି ୧୫ ଜଣ ଲିପ୍ଟରେ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଅଘଟଣ ଘଟିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ୧୪ ଜଣଙ୍କୁ ନିରାପଦ ଭାବେ ଉଦ୍ଧାର କରାଯାଇଛି ।
୧୮୦୦ଫୁଟ ତଳେ ଫସିରହିଥିଲେ ୧୪ ଶ୍ରମିକ:ମଙ୍ଗଳବାର ଦିନରାଜସ୍ଥାନର ଝୁନଝୁନୁ ଜିଲ୍ଲା ଅନ୍ତର୍ଗତ ହିନ୍ଦୁସ୍ତାନ କପର ଲିମିଟେଡର କୋଲିହାନ ଖାଦାନରେ ଅଘଟଣ ଘଟିଥିଲା । ରାତି ପାଖାପାଖି ୮.୧୦ରେ ମାଇନ୍ସରୁ କାମ ସାରି ଯାଉଥିବା ବେଳେ ଲିପ୍ଟ ତାର ଛିଣ୍ଡିଯିବାରୁ ପାଖାପାଖି ୧୮ଶହ ୭୫ ଫୁଟ ତଳକୁ ଲିପ୍ଟ ଖସିପଡିଥିବା ବେଳେ ସେଥିରେ ୧୫ ଜଣ କର୍ମଚାରୀ ଫସି ଯାଇଥିଲେ । ସେମାନଙ୍କ ପାଇଁ ରାତିରେ ଔଷଧ ଓ ଖାଦ୍ୟ ସାମଗ୍ରୀ ପଠାଯାଇଥିଲା । ଘଟଣାସ୍ଥଳରେ ଏନଡିଆରଏଫ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପାଖାପାଖି ୬ଟି ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଥିଲା । ତେବେ ୧୨ ଘଣ୍ଟା ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଫସିରହିଥିବା କର୍ମଚାରୀଙ୍କ ମଧ୍ୟରେ କୋଲକାତାରୁ ଆସିଥିବା ଭିଜିଲାନ୍ସ ଟିମ ଓ କେସିସିର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ । ଉଦ୍ଧାର କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଥିବା ଜଣାପଡିଛି ।