ଓଡିଶା

odisha

ETV Bharat / bharat

LACର ବିବାଦୀୟ ପୋଷ୍ଟରୁ ସେନା ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ

ଖାଲି ହେଲା ‘ପ୍ରକୃତ ନିୟନ୍ତ୍ରଣ ରେଖା’ର ଆଉ ଦୁଇ ଉତ୍ତେଜନାପୂର୍ଣ୍ଣ ପୋଷ୍ଟ । ପଛକୁ ହଟିଲେ ଉଭୟ ଦେଶର ସେନା । ୨୦୨୦ ପୂର୍ବରୁ ହେଉଥିବା ସ୍ଥାନରେ ହେବ ପାଟ୍ରୋଲିଂ ।

LAC ର ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ
LAC ର ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ (ETV Bharat Odisha)

By ETV Bharat Odisha Team

Published : 4 hours ago

ନୂଆଦିଲ୍ଲୀ: ଭାରତ-ଚୀନ ଅନ୍ତର୍ଜାତୀୟ ସୀମା ‘ପ୍ରକୃତ ନିୟନ୍ତ୍ରଣ ରେଖା’ (LAC)ର ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ କରିଛନ୍ତି ଉଭୟ ଦେଶ । ‘ଏଲଏସି’ ନିକଟବର୍ତ୍ତୀ ଦୁଇ ଉତ୍ତେଜନାପୂର୍ଣ୍ଣ ଫରଓ୍ବାର୍ଡ ପୋଷ୍ଟ ଡେପସାଙ୍ଗ ଓ ଡେମଚୋକରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରୁଛନ୍ତି । ଚଳିତମାସ (ଅକ୍ଟୋବର) ଶେଷ ସୁଦ୍ଧା ଏହି ଦୁଇ ପୋଷ୍ଟ ଖାଲି ହେବ । ଦୀର୍ଷ ୪ବର୍ଷ ଧରି ସେଠାରେ ଉଭୟ ପକ୍ଷରୁ ଥିବା ଅସ୍ଥାୟୀ ସେନା କ୍ୟାମ୍ପ ମଧ୍ୟ ଉଚ୍ଛେଦ ହୋଇଛି । ଉଭୟ ସେନା ୨୦୨୦ ଗଲଓ୍ବାନ ସଂଘର୍ଷ ପୂର୍ବବର୍ତ୍ତୀ ନିୟନ୍ତ୍ରଣ ଜୋନକୁ ଫେରିବେ । ସେଠାରୁ ନିୟମିତ ପାଟ୍ରୋଲିଂ କରିବେ ବୋଲି ପ୍ରତିରକ୍ଷା ସୂତ୍ରରୁ ଜଣାପଡିଛି ।

  • ଗଲଓ୍ବାନ ଘାଟି ସଂଘର୍ଷ ପରେ ଉତ୍ତେଜିତ ‘LAC’ !

୨୦୨୦ ମସିହାରେ ପୂର୍ବ-ଲଦାଖ କ୍ଷେତ୍ରର ଗଲଓ୍ବାନ ଘାଟିର ପୋଙ୍ଗୟାଙ୍ଗ ହ୍ରଦ ନିକଟବର୍ତ୍ତୀ ଏରିଆରେ ଭାରତ-ଚୀନ ସେନା ମଧ୍ୟ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା । ଏଥିରେ ପ୍ରାୟ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲା ବେଳେ ଚୀନ ନିଜ ଯବାନଙ୍କ ମୃତାହତଙ୍କ ସମ୍ପର୍କରେ ତଥ୍ୟ ଲୁଚାଇଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଓ ସାମରିକ ତିକ୍ତତା ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଥିଲା । ଉଭୟ ସେନା ପୂର୍ବ-ଲଦାଖ କ୍ଷେତ୍ରରେ ଫୋର୍ସ ମୁତୟନ ବୃଦ୍ଧି କରିବା ସହ ପାଟ୍ରୋଲିଂ କଡାକଡି ଆରମ୍ଭ କରିଥିଲେ । ତେଣୁ କୌଣସି ସମୟରେ ସଂଘର୍ଷର ଯଥେଷ୍ଟ ଆଶଙ୍କା ରହିଥିଲା ।

LAC ର ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ (ETV Bharat Odisha)
  • କମାଣ୍ଡରସ୍ତରୀୟ ଆଲୋଚନା ଜାରି

ପରେ ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ଉଭୟ ଦେଶ ମଧ୍ୟରେ ରଣନୈତିକ ଓ କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଥିଲା । ଏହା କିଛି ମାତ୍ରାରେ ସଫଳ ମଧ୍ୟ ହୋଇଥିଲା । ୨ବର୍ଷ ପୂର୍ବେ ଉଭୟ ସେନା ୪ଟି ବିବାଦୀୟ ସ୍ଥାନରୁ ସେନା ପ୍ରତ୍ୟାହାର କରିଥିଲେ । ଏବେ ଆଉ ଦୁଇ ବିବାଦୀୟ ପୋଷ୍ଟ ଖାଲି ହୋଇଛି ।

  • ‘ବ୍ରିକ୍ସ’ ସମ୍ମିଳନୀରେ ଆଲୋଚନା କରିଥିଲେ ମୋଦି- ଜିନପିଙ୍ଗ

ଭାରତକୁ ଚୀନର ନାଲି ଆଖି; 'ସୀମାରେ ସୈନ୍ୟ ମୁତୟନ କଲେ ଉତ୍ତେଜନା ଥମିବନି'

ଏହା ମଧ୍ୟ ପଢନ୍ତୁ:- ରାଜନୀତିରେ ସ୍ବାର୍ଥ ହାସଲ ପାଇଁ ସୀମା ଲଙ୍ଘିଲେ ଟ୍ରୁଡୋ, ଭାରତ-କାନାଡା ସମ୍ପର୍କରେ ତିକ୍ତତା

ଏହା ବି ପଢନ୍ତୁ...ଭାରତ-କାନାଡା ସଂପର୍କରେ ତିକ୍ତତା; କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ, 6 କୂଟନୀତିଜ୍ଞ ବହିଷ୍କୃତ

ବୁଧବାର (୨୩ ତାରିଖ) ଋଷରେ ଆୟୋଜିତ ‘ବ୍ରିକ୍ସ’ ସମ୍ମିଳନୀରେ ଅଂଶଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ଉଭୟ ନେତାଙ୍କ ମଧ୍ୟରେ ସକରାତ୍ମକ ମତପ୍ରକାଶ ପାଇଥିଲା । ଉତ୍ତେଜନାପୂର୍ଣ୍ଣ ବିବାଦୀୟ ପୋଷ୍ଟରୁ ସେନା ପ୍ରତ୍ୟାହାର ଓ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କରେ ଦୃଢତା ଆଣିବା ପାଇଁ କୂଟନୈତିକ ଆଲୋଚନା ତନ୍ତ୍ରକୁ ପ୍ରଭାବୀ କରିବା ଦିଗରେ ଉଭୟ ରାଷ୍ଟ୍ରମୁଖ୍ୟ ଗୁରୁତ୍ବାରୋପ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details