ଓଡିଶା

odisha

ETV Bharat / bharat

ହସ୍ପିଟାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା - HD Deve Gowda health condition

Former PM HD Deve Gowda admitted to hospital: ହସ୍ପିଟାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା । ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ନିଜେ କଲେ ଟ୍ବିଟ । ଅଧିକ ପଢନ୍ତୁ

ହସ୍ପିଟାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା
ହସ୍ପିଟାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା

By ETV Bharat Odisha Team

Published : Feb 15, 2024, 8:26 PM IST

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ-ସିକ୍ୟୁଲାର (ଜେଡିଏସ) ସୁପ୍ରିମୋ ଏଚ.ଡି ଦେବେଗୌଡାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଜ୍ବରରେ ଆକ୍ରାନ୍ତ ଥିବା ସହ ଗଳା ସଂକ୍ରମଣରେ ମଧ୍ୟ ସଂକ୍ରମିତ ଅଛନ୍ତି । ସେ ବେଙ୍ଗାଲୁରୁ ସ୍ଥିତ ନିଜ ଘରେ ଡାକ୍ତରୀ ତତ୍ତ୍ବାବଧାନରେ ଥିଲେ । ଆଜି ଅପରାହ୍ନରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି । ସେ ରୁଟିନ ଚେକଅପ ଯାଇଥିବା ନିଜେ ଟ୍ବିଟ କରିଛନ୍ତି ।

ତେବେ ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ପକ୍ଷରୁ ମଧ୍ୟ ଏନେଇ ସୂଚନା ପ୍ରଦାନ କରାଯାଇଛି । ଦେବେଗୌଡାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ତାଙ୍କ ଠାରେ ଦେଖାଯାଇଥିବା ସମସ୍ୟା ଗମ୍ଭୀର ନୁହେଁ । ଚିନ୍ତିତ ହେବାପରି କୌଣସି କାରଣ ନାହିଁ । ଏକ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି । ତାଙ୍କୁ ଖୁବଶିଘ୍ର ଡିସଚାର୍ଜ କରିଦିଆଯିବ ।

ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ନିଜେ ଦେବେଗୌଡା ମଧ୍ୟ ଟ୍ବିଟ କରି ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି । ଲେଖିଛନ୍ତି,‘‘ଗଣମାଧ୍ୟମରୁ ମୋ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପ୍ରସାରିତ ହୋଇଥିବା ଦେଖିବାକୁ ପାଇଲି । ମୁଁ ରୁଟିନ ଚେକଅପ ପାଇଁ ହସ୍ପିଟାଲ ଆସିଛି । ଖୁବଶିଘ୍ର ଡିସଚାର୍ଜ ହେବି । ଚିନ୍ତିତ ହେବାର କାରଣ ନାହିଁ ।’’

ଏହା ମଧ୍ୟ ପଢନ୍ତୁ :- ଅଜିତ ଗୋଷ୍ଠୀ ହିଁ ପ୍ରକୃତ NCP: ମହାରାଷ୍ଟ୍ର ବାଚସ୍ପତି

ଦକ୍ଷିଣ ଭାରତର ଏହି ଚର୍ଚ୍ଚିତ ବରିଷ୍ଠ ରାଜନେତା 1996- 97 ମଧ୍ୟରେ ଦେଶର 11ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହା ପୂର୍ବରୁ ସେ 1994 ରୁ 1996 ମସିହା ପର୍ଯ୍ୟନ୍ତ ନିଜ ଗୃହରାଜ୍ୟ କର୍ଣ୍ଣାଟକର 14ତମ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଦେବେଗୌଡା ପରବର୍ତ୍ତୀ ସମୟରେ ଜନତା ଦଳରେ ଯୋଗଦାନ କରିଥିଲେ । ଏହା ପରେ ସେ ନିଜେ ଜେଡିଏସ ମଧ୍ୟ ଗଠନ କରିଥିଲେ । ଏବେ ସେ କର୍ଣ୍ଣାଟକରୁ ରାଜ୍ୟସଭା ସଦସ୍ୟ ମଧ୍ୟ ରହିଛନ୍ତି । 90 ବର୍ଷୀୟ ଏହି ଭେଟେରାନ ରାଜନେତା ବୟସାଧିକ କାରଣରୁ ଏବେ ଡାକ୍ତରୀ ଟିମର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ରହିଛନ୍ତି । ନିକଟରେ ଶେଷ ହୋଇଥିବା ସଂସଦ ବଜେଟ ଅଧିବେଶନରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details