ଓଡିଶା

odisha

ETV Bharat / bharat

16 ଘଣ୍ଟା ପରେ ଉଦ୍ଧାର ହେଲେ ମୁଖ୍ୟ ନିର୍ବାଚନ କମିଶନର, ଚୀନ ସୀମାନ୍ତ ଅଞ୍ଚଳରେ ଫସିଥିଲେ

ଅନ୍ଧାର ଓ ନେଟଓ୍ବାର୍କ ନଥିବା ଚୀନ ସୀମାନ୍ତ ପାହାଡିଆ ଗ୍ରାମରେ ରାତି କାଟିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ । ଗତକାଲି ଏମରଜେନ୍ସି ଲ୍ୟାଣ୍ଡି କରିଥିଲା ହେଲିକପ୍ଟର ।

By ETV Bharat Odisha Team

Published : 5 hours ago

୧୬ ଘଣ୍ଟା ପରେ ହେଲେ ଉଦ୍ଧାର ହେଲେ ମୁଖ୍ୟ ନିର୍ବାଚନ କମିଶନର, ଦୁର୍ଗମ ଅଞ୍ଚଳରେ ଏନରଜେନ୍ସି ଲ୍ୟାଣ୍ଡିଂ କରିଥିଲା ହେଲିକପ୍ଟର
୧୬ ଘଣ୍ଟା ପରେ ହେଲେ ଉଦ୍ଧାର ହେଲେ ମୁଖ୍ୟ ନିର୍ବାଚନ କମିଶନର, ଦୁର୍ଗମ ଅଞ୍ଚଳରେ ଏନରଜେନ୍ସି ଲ୍ୟାଣ୍ଡିଂ କରିଥିଲା ହେଲିକପ୍ଟର (ETV Bharat Odisha)

ଡେରାଡୁନ: ବିଜୁଳି କିମ୍ବା ଟେଲିଫୋନ୍‌ ନେଟଓ୍ବାର୍କ ନଥିବା ଚୀନ ସୀମାବର୍ତ୍ତୀ ଦୁର୍ଗମ ପାହାଡିଆ ଗାଁରେ ରାତି ବିତାଇବା ପରେ ଦୀର୍ଘ ୧୬ ଘଣ୍ଟା ପରେ ଉଦ୍ଧାର ହେଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ତାଙ୍କ ଟିମ୍‌ । ଚୀନ୍‌ ସୀମାନ୍ତ ତିବ୍ବତ ନିକଟବର୍ତ୍ତୀ ଉତ୍ତରାଖଣ୍ଡ ପିଥୋରଗଡର ଏକ ଦୁର୍ଗମ ଅଞ୍ଚଳରେ ଗତକାଲି (ବୁଧବାର) ରାଜୀବଙ୍କୁ ନେଇ ଯାଉଥିବା ହେଲିକପ୍ଟର ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ହିମାଳୟ ପାର୍ବତ୍ୟାଞ୍ଚଳର ଏକ ପାହାଡିଆ ଗ୍ରାମରେ ରାତି କାଟିବା ପରେ ଆଜି ତାଙ୍କ ହେଲିକପ୍ଟର ସୁରକ୍ଷିତ ଉଡାଣ ଭରି ମୁନସ୍ୟାରୀରେ ଲ୍ୟାଣ୍ଡ କରିଛି ।

‘ସିଇସି’ ରାଜୀବ କୁମାରଙ୍କ ସହ ଉକ୍ତ ହେଲିକପ୍ଟରରେ ଉତ୍ତରାଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ବିଜୟ କୁମାର, ସିଇସିଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ନବୀନ କୁମାର, ହେଲିକପ୍ଟରର ପାଇଲଟ ଓ ଅନ୍ୟ କିଛି ଅଧିକାରୀ ମଧ୍ୟ ଥିଲେ । ଖରାପ ପାଗ କାରଣରୁ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିଲା ।

୧୬ ଘଣ୍ଟା ପରେ ହେଲେ ଉଦ୍ଧାର ହେଲେ ମୁଖ୍ୟ ନିର୍ବାଚନ କମିଶନର, ଦୁର୍ଗମ ଅଞ୍ଚଳରେ ଏନରଜେନ୍ସି ଲ୍ୟାଣ୍ଡିଂ କରିଥିଲା ହେଲିକପ୍ଟର (ETV Bharat Odisha)
  • ହଠାତ ବିଗିଡିଥିଲା ପାଗ

ଉତ୍ତରାଖଣ୍ଡର ମିଲମ ଗ୍ଲେସିୟର ଅଭିମୁଖେ ଉଡାଣ ଭରିଥିଲେ ମୁଖ୍ୟ ଆୟୁକ୍ତ ରାଜୀବ କୁମାର ଓ ତାଙ୍କ ଟିମ୍‌ । ଗତକାଲି (ବୁଧବାର) ଅପରାହ୍ନରେ ହଠାତ ପାଗରେ ପରିବର୍ତ୍ତନ ଦେଖାଯାଇଥିଲା । ପ୍ରବଳ ବର୍ଷା ଓ ଲୋ-ଭିଜିବିଲିଟି କାରଣରୁ ରାଜୀବ କୁମାରଙ୍କ ହେଲିକପ୍ଟର ଅପରାହ୍ନ ପ୍ରାୟ ୨ଟା ବେଳେ ମୁନସ୍ୟାରୀରୁ ପ୍ରାୟ ୩୦ କି.ମି ଦୂର ରାଲାମ ଗ୍ରାମର ନିକଟରେ ଲ୍ୟାଣ୍ଡିଂ କରିଥିଲା । ଏହି କ୍ଷେତ୍ରଟି ଚୀନ ସୀମାନ୍ତବର୍ତ୍ତୀ ଅଞ୍ଚଳ । ଏହି ଅଞ୍ଚଳରେ ସୀମାପାର ଅନୁପ୍ରବେଶ ଗତିବିଧି ମଧ୍ୟ ରହିଛି । ହିମାଳୟ ପାହାଡି କ୍ଷେତ୍ରରେ ଥିବା ଏହି ଦୁର୍ଗମ ଗ୍ରାମରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ତାଙ୍କ ସହ ଥିବା ଅଧିକାରୀ ରାତି ବିତାଇବାକୁ ବାଧ୍ୟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ବଢିଲା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷା, ମିଳିଲା Z ସିକ୍ୟୁରିଟି କଭର - Z Security Cover to CEC Rajiv Kumar

ଏହା ମଧ୍ୟ ପଢନ୍ତୁ:-ବାଜିଲା ନିର୍ବାଚନ ବିଗୁଲ, ଝାଡଖଣ୍ଡରେ ଦୁଇ ଓ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ

  • ଗାଁରେ ନଥିଲା ବିଜୁଳ ଓ ଫୋନ ସୁବିଧା:-

ଏହି ଗ୍ରାମରେ ଯୋଗାଯୋଗ ଓ ସଂଯୋଗୀକରଣର କୌଣସି ବ୍ୟବସ୍ଥା ନଥିଲା । ଏପରିକି ବିଜୁଳି କିମ୍ବା ଟେଲିଫୋନ୍‌ ସୁବିଧା ମଧ୍ୟ ନଥିଲା । ଏହାର କିଛି ଘଣ୍ଟା ପରେ ସ୍ଥାନୀୟ ପ୍ରଶାସନ ‘ସିଇସି’ଙ୍କ ହେଲିକପ୍ଟରର ଜରୁରୀ ଅବତରଣ ସମ୍ପର୍କରେ ଜାଣିବାକୁ ପାଇଲା । ପରେ ସ୍ଥାନୀୟ ମଣ୍ଡଳ ଆୟୁକ୍ତ ଦୀପକ କୁମାର ଓ ଜିଲ୍ଲାଧିକାରୀ ବିନୋଦ ଗିରିଶ ‘ସିଇସି’ଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସୁରକ୍ଷା ଓ ରାତ୍ରିରହଣୀ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ;-ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ବଡ଼ ଅପଡେଟ, ଆସିଲା ମୁଖ୍ୟମନ୍ତ୍ରୀଙ୍କ ନାଁ

ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଭୋଟ ଗଣତି ଜାରି; ଖାତା ଖୋଲିଲା କଂଗ୍ରେସ, ଜୁଲାନା ଆସନରୁ ବାଜି ମାରିଲେ ଭିନେଶ ଫୋଗତ

  • ଆଜି ସକାଳେ ପହଞ୍ଚିଲେ ମୁନସ୍ୟାରୀ

ଆଜି ପାଗରେ ସୁଧାର ଆସିବା ପରେ ‘ସିଇସି’ଙ୍କ ହେଲିକପ୍ଟର ପୁଣି ମୁନସ୍ୟାରୀ ଅଭିମୁଖେ ଉଡାଣ ଭରିଥିଲା । ସକାଳ ପ୍ରାୟ ସାଢେ ୬ଟାରେ ହେଲିକପ୍ଟରଟି ମୁନସ୍ୟାରୀ ହେଲିପ୍ୟାଡରେ ସୁରକ୍ଷିତ ଅବତରଣ କରିଛି । ସ୍ଥାନୀୟ ପ୍ରଶାସନର ଅଧିକାରୀ ଓ ଡାକ୍ତରୀ ଟିମ୍‌ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ । କେନ୍ଦ୍ରୀୟ ଫୋର୍ସର ଯବାନମାନେ ମଧ୍ୟ ହେଲିପ୍ୟାଡରେ ନିୟୋଜିତ ହୋଇଥିଲେ । ‘ସିଇସି’ଙ୍କ ସମେତ ଅନ୍ୟ ଅଧିକାରୀଙ୍କ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି । ପରେ ନିର୍ବାଚନ ଆୟୁକ୍ତଙ୍କ ଟିମ୍‌ ‘ଆଇଟିବିପି’ କ୍ୟାମ୍ପ ଅଭିମୁଖେ ଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details