ଓଡିଶା

odisha

ETV Bharat / bharat

ଭିିଡିଓ କଲରେ ମହିଳା ଆଇନଜୀବୀଙ୍କୁ ଯୌନ ନିର୍ଯାତନା, 15 ଲକ୍ଷ ଠକି ନେଲେ ସାଇବର ଠକ - fraud from a Female lawyer - FRAUD FROM A FEMALE LAWYER

Female lawyer forced to strip on cam : ଭିଡିଓ କଲ ମାଧ୍ୟମରେ ନିଶାଦ୍ରବ୍ୟ ଯାଞ୍ଚ କରିବା ପାଇଁ ମହିଳାଙ୍କୁ ପୋଷାକ ଖୋଲିବାକୁ ମଧ୍ୟ କହିଥିଲେ ଠକଙ୍କ ଗୋଷ୍ଠୀ । ଏହାପରେ ସେମାନେ ଏହି ଭିଡିଓକୁ ନେଟରେ ଅପଲୋଡ କରିଦେବା ନେଇ ମହିଳାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ

ଭିିଡିଓ କଲରେ ମହିଳା ଆଇନଜୀବୀଙ୍କୁ ଯୌନ ନିର୍ଯାତନା, 15 ଲକ୍ଷ ଠକି ନେଲେ ସାଇବର ଠକ
ଭିିଡିଓ କଲରେ ମହିଳା ଆଇନଜୀବୀଙ୍କୁ ଯୌନ ନିର୍ଯାତନା, 15 ଲକ୍ଷ ଠକି ନେଲେ ସାଇବର ଠକ

By ETV Bharat Odisha Team

Published : Apr 10, 2024, 10:40 PM IST

ବେଙ୍ଗାଲୁରୁ: ବର୍ତ୍ତମାନ ଡିଜିଟାଲ ଯୁଗରେ ସାଇବର ଅପରାଧ ଏକ ବଡ ସମସ୍ୟା ଭାବେ ଚିନ୍ତା ସୃଷ୍ଟି କରିଛି । ପ୍ରତିଦିନ ଏଥିସହ ଜଡିତ ଠକମାନେ କାହାକୁ ନା କାହାକୁ ଠକିବାରେ ସଫଳ ହେଉଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଏପରି ଘଟଣାମାନ କ୍ରମାଗତ ଭାବେ ସାମ୍ନାକୁ ଆସିବାରେ ଲାଗିଛି । ବିଶେଷ ଭାବେ ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଏହି ଅପରାଧର ଜାଲରେ ଫସିବାରୁ ବର୍ତ୍ତିପାରୁ ନାହାନ୍ତି । ଏପରି ଏକ ମାମଲା କର୍ଣ୍ଣାଟକର ବେଙ୍ଗାଲୁରୁରୁ ଆସିଛି । ସାଇବର ଅପରାଧର ଏହି ଘଟଣା ସମଗ୍ର ଦେଶରେ ସମ୍ବେଦନଶୀଳତା ସୃଷ୍ଟି କରିଛି । ଜଣେ ମହିଳା ଆଉନଜୀବୀ ଭିଡିଓ କଲ ମାଧ୍ୟମରେ ଅନଲାଇନ ଠକଙ୍କ ଦ୍ବାରା ଯୌନ ନିର୍ଯାତନା ଓ 15 ଲକ୍ଷ ଟଙ୍କାର ଠକେଇର ଶିକାର ମଧ୍ୟ ହୋଇଛନ୍ତି ।

ମହିଳା ଓକିଲଙ୍କ ସହ ଠକେଇ:

ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ, ଏପ୍ରିଲ 3 ତାରିଖରେ ‘ଫିଡେକ୍ସ’ କୋରିୟର କମ୍ପାନୀର ପ୍ରତିନିଧୀ ଭାବରେ ପରିଚୟ ଦେଇ ଜଣେ ବ୍ୟକ୍ତି ତାଙ୍କୁ କଲ କରିଥିଲେ । ମହିଳାଙ୍କ ନାମରେ ମୁମ୍ବାଇରୁ ଥାଇଲ୍ୟାଣ୍ଡକୁ ପଠାଯାଇଥିବା ପାର୍ସଲରେ 5 ପାସପୋର୍ଟ, 3 କ୍ରେଡିଟ କାର୍ଡ ଏବଂ ନିଶାଦ୍ରବ୍ୟ ସାମଗ୍ରୀ ରହିଥିବା କହିଥିଲେ । ଏହା ପରେ ମହିଳାଙ୍କୁ ଭିଡିଓ କଲ କରିବାକୁ କୁହାଯାଇଥିଲା। ଏହା ପରେ ସେ ମହିଳାଙ୍କ କଲକୁ ମୁମ୍ବାଇର ସାଇବର କ୍ରାଇମ ଟିମକୁ ସ୍ଥାନାନ୍ତର କରିବାକୁ ଧମକ ଦେଇଥିଲା ଅଭିଯୁକ୍ତ ।

ଏହା ମଧ୍ୟ ପଢନ୍ତୁ : -ମୋତେ ମାର୍କ ନଦେଲେ, ମୋ ଜେଜେ ବାବା କଳା ଯାଦୁ କରିବେ: ମାଟ୍ରିକ ପରୀକ୍ଷା ଉତ୍ତର ଖାତାରୁ ମିଳିଲା ଛାତ୍ରଙ୍କ ଏହି ଚେତାବନୀ - STUDENT WARNS TO TEACHER

ଭିଡିଓ କଲ ମାଧ୍ୟମରେ ନିଶାଦ୍ରବ୍ୟ ଯାଞ୍ଚ କରିବା ପାଇଁ ମହିଳାଙ୍କୁ ପୋଷାକ ଖୋଲିବାକୁ ମଧ୍ୟ କହିଥିଲେ ଠକଙ୍କ ଗୋଷ୍ଠୀ । ଏହାପରେ ସେମାନେ ଏହି ଭିଡିଓକୁ ନେଟରେ ଅପଲୋଡ କରିଦେବା ନେଇ ମହିଳାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ସାଇବର ଠକ ମହିଳାଙ୍କୁ ବ୍ଲକମେଲ କରି 15 ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏବେ ପୀଡିତା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଅଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ କଲ ଆସିଥିବା ଫୋନ ନମ୍ବର ମାଧ୍ୟମରେ ଠାବ କରିବା ପାଇଁ ପ୍ରୟାସ କରାଯାଉଛି । ଏବେ ସୁଦ୍ଧା ସେମାନଙ୍କ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନି । ମାତ୍ର ଜଣେ କାର୍ଯ୍ୟରତ ଆଇନଜୀବୀ ମଧ୍ୟ ଏପରି ଠକାମୀର ଶିକାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details