ମେଷ: ଆଜି ଆପଣ ଟିକିଏ କଥାରେ ଚିଡଚିଡା ହେବେ କିମ୍ୱା ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜକୁ ଜଗିରଖି ଚଳିବା ଉଚିତ । ଜଣେ ବନ୍ଧୁଙ୍କର ଅପ୍ରତ୍ୟାଶିତ ଖରାପ ବ୍ୟବହାର ଆପଣଙ୍କୁ ଆଘାତ ଦେଇପାରେ । ସେଇ ପରିସ୍ଥିତିରେ ଆପଣ ନିଜକୁ ସଞ୍ଜତ ରଖିବା ଉଚିତ । ସମ୍ପତ୍ତି ଓ ଜମିବାଡ଼ି ସଂକ୍ରାନ୍ତୀୟ କୌଣସି କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରନ୍ତୁ ନାହିଁ । ମହିଳାଙ୍କ ନକାରାତ୍ମକ ପ୍ରଭାବରୁ ଦୂରେଇ ରୁହନ୍ତୁ । ମାନସିକ ଶାନ୍ତି ଲାଭ କରିବା ପାଇଁ ଯୋଗ ଏବଂ ଧ୍ୟାନରେ ସମୟ ବିନିଯୋଗ କରନ୍ତୁ । ଆପଣଙ୍କ କ୍ଷମତା ଉପରେ ଆତ୍ମବିଶ୍ଵାସୀ ହୁଅନ୍ତୁ, କଠିନ ପରିଶ୍ରମ କରନ୍ତୁ ଓ ମିତବ୍ୟୟିତା ଉପରେ ବିଶ୍ଵାସ ରଖନ୍ତୁ ।
ବୃଷ:ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ ଗତକାଲି ପରି ଆଜି ଦିନଟି ଆମୋଦ ପ୍ରମୋଦରେ କାଟିପାରନ୍ତି । ଆଜି ଆପଣଙ୍କ କାନ୍ଧରେ ଆର୍ଥିକ ଦାୟିତ୍ଵଗୁଡିକର ଚାପ ଥିବାର ଅନୁଭବ କରିବେ । ଖର୍ଚ୍ଚ ବଢିବ । କିନ୍ତୁ ଦିନର ଶେଷ ଭାଗରେ ଆପଣଙ୍କ ନିକଟକୁ ଆଶା କରାଯାଇନଥିବା ସ୍ଥାନରୁ ଟଙ୍କା ଆସିବ । ଆପଣଙ୍କ ସୃଜନଶୀଳତା କିଛି କରିବାକୁ ପ୍ରବର୍ତ୍ତାଇପାରେ । ନିଜ ପ୍ରିୟଜନମାନଙ୍କୁ ରାନ୍ଧି ଖୁଆନ୍ତୁ । ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ କିମ୍ବା ଆର୍ଥିକ ସମସ୍ୟା ଦେଖାଦେଇପାରେ ।
ମିଥୁନ: ଆଜି ଯେତେ ସମ୍ଭବ ଅଧିକ ସମୟ ଏକା ଆପଣଙ୍କ ଜୀବନସାଥୀଙ୍କ ସହ ବିତାଇବେ । ଏକ ଆକସ୍ମିକ ବାର୍ତ୍ତାଳାପ ଏକ ଭାବମୟ ଅବସ୍ଥାରେ ସମାପ୍ତି ହେବ । ସନ୍ଧ୍ୟା ସମୟରେ ଆପଣଙ୍କ ବୁଦ୍ଧି ଓ ଜ୍ଞାନ ଦ୍ଵାରା ଆପଣ ଲୋକମାନଙ୍କ ଉପରେ ଯାଦୁ କରିଦେବେ । କାର୍ଯ୍ୟସ୍ଥଳରେ ସଠିକତା ପାଇବା ଆପଣଙ୍କ ଲକ୍ଷ୍ୟ । କାର୍ଯ୍ୟସ୍ଥଳରେ ଓ ଘରେ ଆପଣ ସବୁକିଛି ସଠିକ ଭାବେ କରିବାକୁ ଚେଷ୍ଟା ଚଳାଇବେ । ସହକର୍ମୀ ଏବଂ ସହଯୋଗୀ ସାମାନ୍ୟ ବ୍ୟବହାର କରିବେ ।
କର୍କଟ:ଦିନ ସାରା ଆପଣ ଅନେକ ଘଟଣାର ସମ୍ମୁଖୀନ ହେବେ । ସବୁ ଥର ଆପଣ ସେଗୁଡିକର ସଫଳତାର ସହିତ ସାମ୍ନା କରିବେ । ଆପଣଙ୍କ ବ୍ୟବସାୟିକ ଭାବେ ପରିଚିତ ଲୋକମାନେ ଆପଣଙ୍କୁ ଭଗବାନଙ୍କ ଅପାର କରୁଣା ଭଳି ସାହାଯ୍ୟ ପାଇଁ ଆଗେଇ ଆସିବେ । ଏହାର ଅର୍ଥ ସେମାନେ ବାସ୍ତବରେ ଆପଣଙ୍କୁ ମରଣମୁହଁରୁ ମୁକୁଳାଇ ନେବେ । ପରିଭ୍ରମଣ ଅତି ଆମୋଦଦାୟକ ହୋଇପାରେ । ସ୍ୱାଦିଷ୍ଟ ଭୋଜନରେ ଆତ୍ମସନ୍ତୋଷ ବୃଦ୍ଧି ପାଇପାରେ । କୌତୁକପୂର୍ଣ୍ଣ ଖେଳରେ ନିଜକୁ ନିୟୋଜିତ କରିପାରନ୍ତି ।
ସିଂହ: ଆଜି ଆପଣ ମାନସିକ ଭାବେ ବ୍ୟାକୁଳ ଏବଂ ଅସ୍ଥିର ରହିବେ । କୌଣସି ମତେ କୌଣସି ଲୋକ ପାଇଁ ପ୍ରତିନିଧିତ୍ୱ ନିଅନ୍ତୁ ନାହିଁ କିମ୍ୱା ସାକ୍ଷୀ ହୁଅନ୍ତୁ ନାହିଁ । ତର୍କ ବିତର୍କ ଏବଂ ବିବାଦରୁ ଦୂରେଇ ରହନ୍ତୁ । ଆଇନ କାନୁନ ମାମଲାରେ ସାବଧାନ ହେବା ଆବଶ୍ୟକ । ଅନୁଭବ ପୂର୍ଣ୍ଣ ଏବଂ ନିଷ୍ପକ୍ଷତାର ସହ କାର୍ଯ୍ୟ କରନ୍ତୁ । ବ୍ୟୟ ନିୟନ୍ତ୍ରଣରୁ ବାହାରକୁ ଯିବାର ସମ୍ଭାବନା ଅଛି । ନୂଆ ମହିଳା ବନ୍ଧାବୀଙ୍କଠାରୁ ଦୂରେଇ ରୁହନ୍ତୁ । ବିଦେଶରୁ କିଛି ଖବର ମିଳିପାରେ ।
କନ୍ୟା: ଆଜି ଦିନଟି ଶୁଭ ରହିବ କହି ପୂର୍ବାନୁମାନ କରାଯାଉଛି । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ଏବଂ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ଏହି ସମୟରେ ଯାତ୍ରା ଶୁଭଙ୍କର ହେବ, ଆପଣଙ୍କ ଜୀବନସାଥୀଙ୍କ ସହ ଘନିଷ୍ଠତା ବଢ଼ିବ । ଗ୍ରହଙ୍କର ମଙ୍ଗଳକର ସ୍ଥିତି ଯୋଗୁଁ ପ୍ରେମ ଏବଂ ଲାଭ ଆଶା କରୁଥିବା ବ୍ୟକ୍ତିମାନେ ଲାଭାନ୍ୱିତ ହେବେ । ଅର୍ଥ ସଂକ୍ରାନ୍ତରେ ନକ୍ଷତ୍ରମାନେ ବଦାନ୍ୟ ହେବେ, ପରିଣାମସ୍ୱରୂପ ପାଣ୍ଠି ବଢ଼ିବ । ଆପଣ ବ୍ୟବସାୟ ସମ୍ପର୍କିତ ଅର୍ଥ ସଂଗ୍ରହ ପାଇଁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ରହିବ ।