ଓଡିଶା

odisha

ETV Bharat / advertorial

ଅନ୍ତର୍ଜାତୀୟ ଟିଭି ବ୍ରାଣ୍ଡ ହିସେନ୍ସ ଫୋକସରେ ଭାରତର ବଜାର; ଆସୁଛି ଆକର୍ଷଣୀୟ ସ୍କିମ୍, ବଢିବ କମ୍ପାନୀ ନେଟ୍ୱଓ୍ବର୍କ - Hisenses plans for India market

Hisense's ambitious plans to capture significant market share in India: ହିସେନ୍ସ ଇଣ୍ଡିଆର ସିଇଓ ପଙ୍କଜ ରାଣା କହିଛନ୍ତି ଯେ ଭାରତ ଆମ ପାଇଁ ଏକ ରଣନୈତିକ ବଜାର ଅଟେ ଏବଂ ଆମର ଏକ ଉଚ୍ଚାଭିଳାଷୀ ନେଟ୍ୱଓ୍ବର୍କ ସମ୍ପ୍ରସାରଣ ଯୋଜନା ରହିଛି ଯାହା ଏକ ପ୍ରମୁଖ ବଜାର ଅଂଶ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛି ।

By ETV Bharat Odisha Team

Published : Jul 16, 2024, 12:46 PM IST

Updated : Jul 16, 2024, 2:44 PM IST

Image
Image (Hisense)

ନୂଆଦିଲ୍ଲୀ: ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଓ ଆପ୍ଲାଏନ୍ସ ଶିଳ୍ପରେ ଏକ ପ୍ରଖ୍ୟାତ ଆନ୍ତର୍ଜାତୀୟ ସଂସ୍ଥା ହିସେନ୍ସ ଏକ ଉଚ୍ଚାଭିଳାଷୀ ଅଭିବୃଦ୍ଧି ରଣନୀତି ଉନ୍ମୋଚନ କରିଛି । ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତି ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି । ଏହାର ରିଟେଲ ନେଟ୍ୱର୍କକୁ ମଜବୁତ କରିବା ଏବଂ ଟେଲିଭିଜନ ଓ ଏୟାର କଣ୍ଡିସନର ସମେତ ପ୍ରିମିୟମ ପ୍ରଡକ୍ଟଗୁଡିକର ଏକ ବିବିଧ ଶୃଙ୍ଖଳାର ଶୁଭାରମ୍ଭ କରିବା ଉପରେ ଗୁରୁତ୍ୱ ସହିତ ହିସେନ୍ସ ଏହି ଅଂଚଳରେ ନିଜକୁ ଏକ ମାର୍କେଟ ଲିଡର ଭାବେ ଅବସ୍ଥାପିତ କରିବା ପାଇଁ ପ୍ରସ୍ତୁତ ରହିଛି ।

Mr. Pankaj Rana (CEO of Hisense India)
ଏହାର ରଣନୈତିକ ସମ୍ପ୍ରସାରଣ ଯୋଜନାର ଅଂଶ ଭାବେ ହିସେନ୍ସ ଉପଭୋକ୍ତାଙ୍କୁ ପ୍ରତିଯୋଗୀପୂର୍ଣ୍ଣ ମୂଲ୍ୟରେ ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ରଡକ୍ଟଗୁଡିକ ପାଇଁ ଉପଭୋକ୍ତା ପହଂଚ ପ୍ରଦାନ କରି ସକ୍ରିୟ ଭାବେ ପ୍ରମୁଖ ରିଟେଲ ଓ ଡିଷ୍ଟ୍ରିବ୍ୟୁସନ୍ ପାର୍ଟନରଙ୍କ ସହିତ ସହଭାଗିତା କରିବାକୁ ଚାହୁଁଛି । ଏହି ସହଭାଗିତା ଓ ଏକ ଗ୍ରାହକ-କୈନ୍ଦ୍ରିକ ଆଭିମୁଖ୍ୟକୁ ଉପଯୋଗ କରି ହିସେନ୍ସ ପୂର୍ବାଂଚଳ ଭାରତରେ ଥିବା ଅପାର ଅଭିବୃଦ୍ଧି ସୁଯୋଗରୁ ଲାଭାନ୍ୱିତ ହେବା ଏବଂ ଗ୍ରାହକଙ୍କ ପାଇଁ ଏକ ପସନ୍ଦର ବିକଳ୍ପ ଭାବେ ନିଜର ସ୍ଥିତିକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖିଛି ।


ଉଦ୍ଭାବନ, ଗୁଣବତା ଓ ମୂଲ୍ୟ ପ୍ରତି ଏକ ସ୍ପଷ୍ଟ ପ୍ରତିବଦ୍ଧତା ସହିତ ହିସେନ୍ସ ପ୍ରତିଯୋଗୀପୂର୍ଣ୍ଣ ଭାରତୀୟ ବଜାରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ସଙ୍କଳ୍ପବଦ୍ଧ ରହିଛି । ଗ୍ରାହକ ସନ୍ତୁଷ୍ଟିକରଣ ଓ ବଜାର ପ୍ରବେଶୀକରଣକୁ ପ୍ରାଥମିକତା ଦେଉଥିବା ଏକ ବହୁମୂଖୀ ଆଭିମୁଖ୍ୟ ମାଧ୍ୟମରେ, ହିସେନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଂଶଧନ ହାସଲ କରିବା ଏବଂ ଉତରାଂଚଳରେ ଏକ ପ୍ରମୁଖ ସଂସ୍ଥା ଭାବେ ଉଭା ହେବା ପାଇଁ ଲକ୍ଷ୍ୟ ରଖିଛି ।


ଏହି ସମ୍ପ୍ରସାରଣ ସମ୍ପର୍କରେ ହିସେନ୍ସ ଇଣ୍ଡିଆର ସିଇଓ ପଙ୍କଜ ରାଣା କହିଛନ୍ତି, “ଭାରତ ଆମ ପାଇଁ ଏକ ରଣନୈତିକ ବଜାର ଅଟେ ଏବଂ ଆମର ଏକ ଉଚ୍ଚାଭିଳାଷୀ ନେଟ୍ୱର୍କ ସମ୍ପ୍ରସାରଣ ଯୋଜନା ରହିଛି ଯାହା ଏକ ପ୍ରମୁଖ ବଜାର ଅଂଶ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛି । ଆମେ ୧୦୦୦ରୁ ଅଧିକ ପ୍ରଡକ୍ଟ ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରିଛୁ ଏବଂ ଆମର ଗ୍ରାହକଙ୍କୁ ବାସ୍ତବ ସମୟରେ ଆମର ପ୍ରିମିୟମ ଉତ୍ପାଦ, ଅତ୍ୟାଧୁନିକ ଫିଚର ଓ ଲାଭଗୁଡିକର ଅନୁଭୂତି ପାଇବା ପାଇଁ ଏକ ପ୍ଲାଟ୍ଫର୍ମ ପ୍ରଦାନ କରିବା ଲାଗି ଶୀର୍ଷ ବିତରଣକାରୀ ଓ ରିଟେଲରଙ୍କ ସହ ସହଭାଗିତା କରିଛୁ ।”


ହିସେନ୍ସ ଆନ୍ତର୍ଜାତୀୟ ବଜାରରେ ଉକ୍ରର୍ଷତା ଓ ଉଦ୍ଭାବନ ପାଇଁ ଏକ ମଜବୁତ ପ୍ରତିବଦ୍ଧତା ସହିତ ଏହାର ବ୍ରାଣ୍ଡ ସମ୍ପ୍ରସାରଣ ପ୍ରୟାସଗୁଡିକୁ କାର୍ଯ୍ୟକାରୀ କରିବା ଜାରି ରଖିଛି । କମ୍ପାନୀ ଶିଳ୍ପରେ ଏକ ଅଗ୍ରଣୀ ସଂସ୍ଥା ଭାବେ ନିଜର ସ୍ଥିତିକୁ ମଜବୁତ କରିଛି, ଓଏମ୍ଡିଆଇଏର ଗ୍ଲୋବାଲ ଟିଭି ରିପୋର୍ଟ ଅନୁଯାୟୀ ଏହା ଟିଭି ସିପ୍ମେଂଟ୍ରେ ବିଶ୍ୱରେ ୨ୟ ସ୍ଥାନରେ ରହିଛି ଏବଂ ୨୦୨୩ରେ ୧୦୦ ଇଂଚ୍ ଟିଭି ସିପ୍ମେଂଟ୍ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛି । ଏହି ସଫଳତା ବିଶ୍ୱବ୍ୟାପୀ ଉପଭୋକ୍ତାଙ୍କ ମଧ୍ୟରେ ହିସେନ୍ସର ଉତ୍ପାଦଗୁଡିକର ବର୍ଦ୍ଧିତ ବିଶ୍ୱସନୀୟତା ଓ ଲୋକପ୍ରିୟତାକୁ ପ୍ରତିଫଳନ କରୁଛି ।


ଏହାର ବ୍ରାଣ୍ଡ-ବିଲ୍ଡିଂ ରଣନୀତିର ଅଂଶ ଭାବେ ହିସେନ୍ସ ଏହାର ଦର୍ଶକଙ୍କ ସହ ଗଭୀର ସଂଯୋଗ ସୃଷ୍ଟି କରିବା ପାଇଁ ସ୍ପୋର୍ଟସ୍ ପାର୍ଟନରସିପ୍ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି । ବିଗତ ବର୍ଷଗୁଡିକରେ କମ୍ପାନୀ ୟୁଇଏଫ୍ଏ ୟୁରୋ ଚାମ୍ପିଅନସିପ୍ସ ଓ ଫିଫା ୱାର୍ଲ୍ଡ କପ୍ ୨୦୨୨ ଭଳି ପ୍ରମୁଖ ସ୍ପୋର୍ଟିଂ ଇଭେଂଟ୍ଗୁଡିକୁ ସ୍ପନ୍ସର କରିଛି । ଏହି ସଫଳ ଟ୍ରାକ୍ ରେକର୍ଡ ସହିତ ହିସେନ୍ସ ନିକଟରେ ଅଫିସିଆଲ ପାର୍ଟନର ଭାବେ ୟୁଇଏଫ୍ଏ ୟୁରୋ ୨୦୨୪ ସହ ଏକ ସହଭାଗିତା ଘୋଷଣା କରିଛି, ଯାହା ସ୍ପୋର୍ଟସ୍ କମୁ୍ୟନିଟିରେ ଏହାର ଉପସ୍ଥିତିକୁ ମଜବୁତ କରୁଛି ।


ନିଜକୁ ପ୍ରତିଷ୍ଠିତ ସ୍ପୋର୍ଟିଂ ଇଭେଂଟ୍ଗୁଡିକ ସହ ଜଡିତ କରି ଏବଂ ଉଦ୍ଭାବନ ଜାରି ରଖି ଓ ଉଚ୍ଚମାନର ଉତ୍ପାଦ ପ୍ରଦାନ କରି ହିସେନ୍ସ ଆନ୍ତର୍ଜାତୀୟ ବଜାରରେ ଅଧିକ ଅଭିବୃଦ୍ଧି ଓ ସଫଳତା ପାଇଁ ପ୍ରସ୍ତୁତ ରହିଛି । ଉକ୍ରର୍ଷତା ଓ ଉପଭୋକ୍ତା ସନ୍ତୁଷ୍ଟିକରଣ ପ୍ରତି କମ୍ପାନୀର ପ୍ରତିବଦ୍ଧତା ଅଟଳ ରହିଛି, କାରଣ ଏହା ନିଜର ବ୍ରାଣ୍ଡ ଉପସ୍ଥିତି ବିସ୍ତାର କରିବା ଏବଂ ଶିଳ୍ପରେ ନୂଆ ଉଚ୍ଚତାରେ ପହଂଚିବା ଜାରି ରଖିଛି ।

Last Updated : Jul 16, 2024, 2:44 PM IST

ABOUT THE AUTHOR

...view details