ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ, ଆଦିବାସୀ ବହୁଳ ମୟୂରଭଞ୍ଜରେ ଖୁସିର ମାହୋଲ - ଝୁମୁଛି ମୟୂରଭଞ୍ଜ

🎬 Watch Now: Feature Video

thumbnail

By

Published : Jul 22, 2022, 8:54 PM IST

ବାରିପଦା: ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ତଥା ରାଇରଙ୍ଗପୁର ବାସିନ୍ଦା ଦ୍ରୋପଦୀ ମୁର୍ମୁ । ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ସବୁଠି ଉତ୍ସଵର ମାହୋଲ । ଆଜି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଦିବାସୀ ଗାଁରେ ବିଜୟ ଉତ୍ସବ ପାଳନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଆଦିବାସୀ ବହୁଳ ଗାଁ ଅସ୍ତିଆରେ ଇଟିଭି ଭାରତ ପହଞ୍ଚି ଏହି ଖୁସିର ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିଛି । ଲୋକେ ରାଷ୍ଟ୍ରପତି ଭାବେ ଭାରତ ବର୍ଷର ପ୍ରଥମ ଆଦିବାସୀ ମହିଳାଙ୍କୁ ପାଇ ଅନେକ ଖୁସି ଅଛନ୍ତି । ଦିନ ତମାମ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଗୀତରେ ମସଗୁଲ ହୋଇ ବିଜୟ ଉତ୍ସଵ ପାଳନ କରିଛନ୍ତି ଆଦିବାସୀ ସମ୍ପ୍ରଦାୟ । ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.