ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବିଜେପିର ବିଜୟ ଉତ୍ସବ - ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବିଜେପି ବିଜୟ ଉତ୍ସବ
🎬 Watch Now: Feature Video
ଅନୁଗୋଳ: ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଅନୁଗୋଳ ଜିଲ୍ଲା ବିଜେପିରେ ଖୁସିର ମାହୋଲ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ମାନେ ଉତ୍ସବ ପାଳନ କରିଛନ୍ତି । ଜିଲ୍ଲା ସଦର ମହକୁମା ଠାରେ ବରିଷ୍ଠ ବିଜେପି ନେତା ପ୍ରତାପ ପ୍ରଧାନଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ କର୍ମୀ ଓ ନେତା ଏହି ଉତ୍ସବ ପାଳନ କରିଛନ୍ତି । ସେମାନେ ବାଜା ବଜାଇ ନୃତ୍ୟ କରିବା ସହ ପରସ୍ପରକୁ ରଙ୍ଗବୋଳି ଥିଲେ । ଏହି ଅବସରରେ ସମସ୍ତଙ୍କୁ ମିଠା ବଣ୍ଟନ କରାଯାଇଛି । ଓଡ଼ିଶାର ଜଣେ ମହିଳା ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିବାରୁ ଏହା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଦଳୀୟ ନେତାମାନେ କହିଛନ୍ତି ।
TAGGED:
anugul bjp celebration