thumbnail

By

Published : Sep 2, 2022, 10:05 AM IST

Updated : Sep 2, 2022, 10:18 AM IST

ETV Bharat / Videos

ମଣ୍ଡପରେ ମନ ମୋହୁଛି କଦଳୀରେ ନିର୍ମିତ ଗଣେଶ

ମୁମ୍ବାଇ: ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ । ସୁସଜ୍ଜିତ ତୋରଣ ସହ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଚାରିଆଡେ ଗଣେଶଙ୍କ ସୁଉଚ୍ଚ ଆକର୍ଷଣୀୟ ମୂର୍ତ୍ତି ଶୋଭା ପାଉଛି । ହେଲେ ଏସବୁ ଭିତରେ ବେଶ୍ ଚର୍ଚ୍ଚାରେ ରହିଛି ମହାରାଷ୍ଟ୍ର କୋହ୍ଲାପୁରରେ କଦଳୀରେ ନିର୍ମିତ ଗଣେଶ ମୂର୍ତ୍ତି । କୋହ୍ଲାପୁରର ଏକ ଗାଁରେ କଦଳୀରେ ନିର୍ମିତ ୧୧ ଫୁଟ ଉଚ୍ଚର ଗଣେଶ ପୂଜା ପାଉଛନ୍ତି । ୨୦୧ ଡଜନ କଞ୍ଚା କଦଳୀରେ ପ୍ରଭୁ ଗଜାନନଙ୍କ ଏପରି ସୁନ୍ଦର ମୂର୍ତ୍ତି ତିଆରି କରାଯାଇଛି । ଏଥିପାଇଁ ୩ରୁ ୪ ଦିନ ସମୟ ଲାଗିଛି । ଗଣେଶଙ୍କ ଏପରି ନିଆରା ପ୍ରତିମୂର୍ତ୍ତି ଦେଖିବାକୁ ଆଖପାଖର ଲୋକ ଭିଡ ଜମାଉଛନ୍ତି ।
Last Updated : Sep 2, 2022, 10:18 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.