ଏକ ମିନିଟରେ ୧୫୦ ନଡିଆ ଭାଙ୍ଗି ଗିନିଜ୍‌ ବୁକ ଅଫ ୱାର୍ଲ୍ଡ ରେକର୍ଡ କଲେ ଯୁବକ

By

Published : Apr 21, 2022, 11:25 AM IST

thumbnail
ଚଣ୍ଡିଗଡ/ ରୋହତକ: ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ କଲେ ରୋହତକର ପରିବା ବଜାରରେ କାମ କରୁଥିବା ଯୁବକ । ଏକ ମିନିଟରେ ୧୫୦ ନଡିଆ ଭାଙ୍ଗି ସେ ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଏହି ରେକର୍ଡ ଗିନିଜ ବୁକଅଫ ୱାର୍ଲ୍ଡ ରେକର୍ଡରେ ପଞ୍ଜିକରଣ କରାଯିବା ନେଇ ଆବେଦନ କରାଯାଇଛି । ପୂର୍ବରୁ କେରଳର ଜଣେ ଯୁବକ ଏକ ମିନିଟରେ ୧୨୨ ନଡିଆ ଭାଙ୍ଗି ଗିନିଜ ବୁକ ଅଫ ୱାର୍ଲ୍ଡରେ ରେକର୍ଡ କରିଥିଲେ । ରେକର୍ଡ କରୁଥିବା ଯୁବକ ହେଉଛନ୍ତି ଉତ୍ତରପ୍ରଦେଶର ଧର୍ମେନ୍ଦ୍ର । ସେ ହରିୟାଣାର ରୋହତକର ଏକ ପରିବା ବଜାରରେ କାମ କରନ୍ତି । ସେ ୟୁଟ୍ୟୁବରୁ ପୂର୍ବରୁ ରେକର୍ଡ କରିଥିବା ଯୁବକଙ୍କ ନଡିଆ ଭାଙ୍ଗିବାର ଭିଡିଓ ଦେଖିବା ପରେ ଏହି ରେକର୍ଡ କରିବାକୁ ଚିନ୍ତା କରିଥିଲେ । ଏଥିପାଇଁ ପରିବା ବଜାରରେ ଥିବା ବ୍ୟବସାୟୀ ତାଙ୍କୁ ସାହାର୍ଯ୍ୟ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.