ଅଜିତ ମଙ୍ଗରାଜଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା - regional party give condolance to ajit mangaraj
🎬 Watch Now: Feature Video
କଟକ/ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟ ରାଜନୀତି ଜଣେ ବରିଷ୍ଠ ନେତାଙ୍କୁ ହରାଇଲା ବୋଲି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି । ପିପିଲିରେ ନିର୍ବାଚନ ତାରିଖ ପୁନଃ ଘୋଷଣା ହେବ ମାତ୍ର ମଙ୍ଗରାଜଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ରାଜନୀତି ପାଇଁ ଏକ କ୍ଷତି ବୋଲି ସେ କହିଛନ୍ତି । ସେହିପରି ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ସ୍ବର୍ଗତ ମଙ୍ଗରାଜଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ ଓ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ