ନାବାଳିକା ନିଖୋଜ ପ୍ରସଙ୍ଗରେ ଏମିତି କହିଲେ ଲେଖଶ୍ରୀ

By

Published : Jul 11, 2021, 10:53 PM IST

thumbnail

ଭୁବନେଶ୍ବର: ରାଜ୍ୟରେ ନାବାଳିକା ନିଖୋଜ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଗତ 5 ବର୍ଷ ମଧ୍ୟରେ ରାଜ୍ୟରୁ 27 ହଜାର ନାବାଳିକା ନିଖୋଜ ହୋଇଛନ୍ତି । ସେଥିମଧ୍ୟରୁ ରାଜଧାନୀ ଭୁବନେଶ୍ବରରୁ କେବଳ 600 ମାମଲା ରହିଛି । କିନ୍ତୁ ଏହାପ୍ରତି ଦୃଷ୍ଟି ଦେବା ବଦଳରେ ପୋଲିସ ପ୍ରଶାସନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସେବାରେ ଲାଗିଛନ୍ତି । ଅର୍ଦ୍ଧାଧିକ ପୋଲିସ ଅଧିକାରୀ କେବଳ ନବୀନ ନିବାସ ଆଗରେ ମୁତୟନ ଅଛନ୍ତି । ଯାହାଫଳରେ ସାଧାରଣ ଲୋକଙ୍କ ଜୀବନ ସଙ୍କଟାପନ୍ନ ହୋଇଛି । ସ୍ପେଶାଲ ଡ୍ରାଇଭ ଜରିଆରେ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିବା ନେଇ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ବୋକା ବନାଇଥିଲେ ବୋଲି କହିଛନ୍ତି ଲେଖାଶ୍ରୀ । ଏଣୁ ମୁଖ୍ୟମନ୍ତ୍ରୀ ବାସ୍ତବରେ ସେହି ଡ୍ରାଇଭକୁ କାର୍ଯ୍ୟକାରୀ କରି ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଲେଖାଶ୍ରୀ ଅନୁରୋଧ କରିଛନ୍ତି । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.