chanrdarayan-3: ବଦଳିବ କି ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ ଷ୍ଟ୍ରାଟେଜି ? ଏମିତି କହିଲେ 'Moon Man of India' - ISRO

🎬 Watch Now: Feature Video

thumbnail

By

Published : Jul 14, 2023, 10:41 PM IST

ଚେନ୍ନାଇ: ଆରମ୍ଭ ହୋଇଯାଇଛି ଚନ୍ଦ୍ରଯାନ-3 ମିଶନ । ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ପ୍ରୟାସ ଆରମ୍ଭ କରିଛି ଭାରତ। ଆଉ ଏହି ମିଶନର ସୂତ୍ରଧର ସାଜିଛନ୍ତି ପି. ବୀରମୁଥୁୱେଲ। ଏହାରି ଭିତରେ ପି. ବୀରମୁଥୁୱେଲଙ୍କ ସମେତ ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ବୈଜ୍ଞାନିକ ମାଇଲସାମି ଆନ୍ନାଦୁରାଇ । ଏନେଇ ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଇସ୍ରୋ ବୈଜ୍ଞାନିକ ମାଇଲସାମି ଆନ୍ନାଦୁରାଇ । 7 ସେପ୍ଟମ୍ବର 2019ରେ ଚନ୍ଦ୍ରଯାନ-2 ଲ୍ୟାଣ୍ଡର ଚନ୍ଦ୍ର ଉପରେ ସ୍ପଟ ଲ୍ୟାଣ୍ଡିଂରେ ବିଫଳ ହେବା ପରେ  ଚନ୍ଦ୍ରଯାନ ମିଶନରେ ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ ତାମିଲନାଡୁର ପି. ବୀରମୁଥୁୱେଲ। ଏହାସହ ଚନ୍ଦ୍ରଯାନ-3 ମିଶନରେ ତାମିଲର ବୈଜ୍ଞାନିକ ମାଇଲସାମି ଆନ୍ନାଦୁରାଇଙ୍କର ମଧ୍ୟ ଢେର ଅବଦାନ ରହିଛି। 

ଏହା ମଧ୍ୟ ପଢନ୍ତୁ...Chandrayaan-3: ମହାକାଶକୁ ଗଲା ବାହୁବଳୀ ରକେଟ, ଖୁସିରେ ଗଦ ଗଦ ଇସ୍ରୋ ବୈଜ୍ଞାନିକ

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି ଚନ୍ଦ୍ରଯାନ-3 ସଫଳତା ପୂର୍ବକ ଲ୍ୟାଣ୍ଡିଂ କରିବ ବୋଲି ଆଶା ପ୍ରକଟ କରିଥିବା ନେଇ ଇଟିଭି ଭାରତକୁ ସାକ୍ଷାତକାରରେ କହିଛନ୍ତି  ବୈଜ୍ଞାନିକ ମାଇଲସାମି ଆନ୍ନାଦୁରାଇ। ପ୍ରଥମ ପର୍ଯ୍ୟାୟରେ ଏହି ଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପାଇଁ ଯୋଜନା କରାଯାଇଛି। ଏହାର ନିର୍ଦ୍ଦିଷ୍ଟ ବୈଜ୍ଞାନିକ କାରଣ ରହିଥିୁବାରୁ ଦକ୍ଷିଣ ମେରୁକୁ ଚୟନ କରାଯାଇଛି। ତେବେ କେବଳ ଯେ ଚନ୍ଦ୍ରଯାନ ନୁହେଁ, ନୂତନ ବୈଷୟିକ ଜ୍ଞାନ କୌଶଳରେ ISRO ଆହୁରି ଅନେକ ଯୋଜନା କରୁଥିବାର କହିଛନ୍ତି  ମାଇଲସାମି ଆନ୍ନାଦୁରାଇ। 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.