କଟକବାସୀଙ୍କୁ ବିଦ୍ୟୁତ କାଟ ଚିନ୍ତା, ଫ୍ୟାନ ଓ ଟିଭି ମୁଣ୍ଡାଇ ଅଭିନବ ପ୍ରତିବାଦ - ଫ୍ୟାନ ଓ ଟିଭି ମୁଣ୍ଡାଇ ଅଭିନବ ପ୍ରତିବାଦ

🎬 Watch Now: Feature Video

thumbnail

By

Published : May 31, 2023, 11:03 PM IST

କଟକ: ଅସହ୍ୟ ଗରମ ସାଙ୍ଗକୁ ଦାଉ ସାଧୁଛି ବିଦ୍ୟୁତ କାଟ । ଅଘୋଷିତ ବିଦ୍ୟୁତ କାଟ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ ବିଭାଗର ଚରମ ଅବହେଳା ଅଭିଯୋଗ କରି ନିଆରା ଢଙ୍ଗରେ ପ୍ରତିବାଦ କରିଛି ସୁବାସ ସଂଗଠନ । ହାତରେ ଫ୍ୟାନ, ଟିଭି, ଗ୍ରାଇଣ୍ଡର ସହ ମୁଣ୍ଡରେ କୁଲର ମୁଣ୍ଡାଇ ସୁବାସ ସଂଗଠନ ଶତାଧିକ ଲୋକେ ଏକାଠି ହୋଇ ଜଗତପୁର ବିଦ୍ୟୁତ ଅଫିସ ସମ୍ମୁଖରେ ପ୍ରତିବାଦ ଜଣାଇଥିଲେ । ଏପରିକି ଥଣ୍ଡା ପାଣି ଟିକେ ପିଇବାରୁ ବଞ୍ଚିତ ହେଉଥିବାରୁ ଏକ ଫ୍ରିଜକୁ କାନ୍ଧେଇ ନେଇଥିଲେ ସଙ୍ଗଠନର କର୍ମକର୍ତ୍ତା । ଜଗତପୁର ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ସମସ୍ୟା ଓ ବିଦ୍ୟୁତ ଖୁଣ୍ଟ ମରାମତି କରିବା ଲାଗି ସଂଗଠନ ଦାବି କରିଛି । 7 ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସଂଗଠନର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି । 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.