Jharsuguda By Poll: ଦିନ ୩ଟା ସୁଦ୍ଧା ୫୫.୨୦% ମତଦାନ - ଝାରସୁଗୁଡ଼ା ଉପନିର୍ବାଚନ

🎬 Watch Now: Feature Video

thumbnail

By

Published : May 10, 2023, 4:06 PM IST

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସନ୍ଧ୍ୟା ୬ଟା ଯାଏ ମତଦାନ ପ୍ରକ୍ରିୟା ଜାରି ରହିବ । ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ମୈଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଛନ୍ତି । ମୋଟ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ତେବେ ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ଝାରସୁଗୁଡା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ବୁଥ ହୋଇଛି । ଏହା ମଧ୍ୟରୁ ୧୦୬ଟି ସମ୍ବେଦନଶୀଳ ବୁଥ ରହିଛି । ୪୦ଟି ମୋଡେଲ ବୁଥ ସହ ୨୬ଟି ପିଙ୍କ ବୁଥ ରହିଛି । ପ୍ରଥମ ଥର ପାଇଁ ସମସ୍ତ ବୁଥରୁ ୱେବକାଷ୍ଟିଂ କରାଯାଉଛି । ସିସିଟିଭ ଜରିଆରେ ସିଧାସଳଖ ବୁଥର ଲାଇଭ ଦୃଶ୍ୟ ଅନୁଧ୍ୟାନ କରାଯାଉଛି । ୨୬ଟି ପିଙ୍କ ବୁଥରେ ମହିଳା କର୍ମଚାରୀ ପୋଲିଂ ଷ୍ଟାଫ୍ ଭାବେ ନିଯୁକ୍ତ ହୋଇଛନ୍ତି । ୧୦୬ଟି ସମ୍ବେଦନଶୀଳ ବୁଥରେ ମାଇକ୍ରୋ ଅବଜର୍ଭର ରହିଛନ୍ତି । ସିଇଓଙ୍କ ସୂଚନା ଅନୁସାରେ, ଭୋଟିଂ ପୂର୍ବରୁ ମକ ପୋଲ କରାଯାଇଥିଲା । ମକ ପୋଲ ସମୟରେ ୧୬ଟି ବୁଥରେ ଇଭିଏମରେ ତ୍ରୁଟି ଥିବା ନଜରକୁ ଆସିଥିଲା । ତ୍ରୁଟି ସମାଧାନ କରାଯାଇ ଭୋଟିଂ ଜାରି ରହିଥିଲା । ପୂର୍ବାହ୍ନ ୯ଟାରୁ ୧୧ ଭିତରେ ୨ଟି ବୁଥରେ ପୁଣି ସମସ୍ୟା ଦେଖିବାକୁ ମିଳିଥିଲା । ଏହାକୁ ମଧ୍ୟ ସମାଧାନ କରାଯାଇଥିଲା । ଦିନ ୧ଟା ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପୂର୍ବାହ୍ନ ୧୧ ସୁଦ୍ଧା ୨୪,୩୯୮ ଜଣ ପୁରୁଷ ଓ ୨୦,୭୮୫ ଜଣ ମହିଳା ଭୋଟର ନିଜର ମତ ଦାନ ସାବ୍ୟସ୍ତ କରିଥିଲେ । ଲୋକଙ୍କ ମଧ୍ୟରେ ଭୋଟିଂକୁ ନେଇ ଉତ୍ସାହ ଭରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.