Watch: ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଗଣମାଧ୍ୟମକୁ ନା, ସାମ୍ବାଦିକଙ୍କୁ ଛଡାଗଲାନି ସଭାସ୍ଥଳକୁ - programme in kalahandi
🎬 Watch Now: Feature Video
Published : Nov 1, 2023, 9:03 PM IST
ଭବାନୀପାଟଣା: ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତରେ ଗଣମାଧ୍ୟମ ଅସନ୍ତୋଷ । ଆଜି କଳାହାଣ୍ଡି ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ବହୁ ପ୍ରତିକ୍ଷିତ 'ଶହୀଦ ରେଣ୍ଡୋ ମାଝୀ' ମେଡିକାଲ କଲେଜର ଉଦଘାଟନ ସହ 'ଲକ୍ଷ୍ମୀ ବସ' ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପ୍ରାୟ ୧୨ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଥିଲା । ଏହି କାର୍ଯ୍ୟକ୍ରମର ଖବର ସଂଗ୍ରହ କରିବା ପାଇଁ ଜିଲ୍ଲାର ସାମ୍ବାଦିକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ସେହି କାର୍ଯ୍ୟକ୍ରମକୁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ ସେମାନଙ୍କୁ ଅଣଦେଖା କରାଯାଇଥିଲା।
ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଉଠାଇଲା ପୋଲିସ
ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ବସିବା ପାଇଁ କୌଣସି ବ୍ୟବସ୍ଥା ନଥିବାବେଳେ କ୍ୟାମେରା କିମ୍ବା ବୁମ୍ ନେବାକୁ ପୋଲିସ ପକ୍ଷରୁ ବାରଣ କରାଯାଇଥିଲା । ଏହାପରେ ସାମ୍ବାଦିକମାନେ ନିଜର ଅସନ୍ତୋଷ ଜାହିର କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ସାମ୍ବାଦିକମାନେ ଗେଟ୍ ବାହାରେ ରହି ହୋହଲ୍ଲା କରିଥିଲେ । ପରେ ସେଠାକୁ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଆସି ସାମ୍ବାଦିକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତଥାପି ମଧ୍ୟ ଗଣମାଧ୍ୟମ ପ୍ରତିନିଧି ନିଜ କ୍ୟାମେରାରେ କୌଣସି ଭିଡିଓ କିମ୍ବା ଫଟୋ ଉତ୍ତୋଳନ କରି ନପାରି ଫେରିଯାଇଥିଲେ ।
ଇଟିଭି ଭାରତ, କଳାହାଣ୍ଡି