ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ - ବୌଦ୍ଧ ନ୍ୟୁଜ
🎬 Watch Now: Feature Video
ବୌଦ୍ଧ: ଶ୍ରାବଣ ମାସର ଶେଷ ସୋମବାର ପାଇଁ ଚଳଚଞ୍ଚଳ ଜିଲ୍ଲାର ବିଭିନ୍ନ ଶୈବପୀଠ । ଜିଲ୍ଲାର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ଆଜି ଶେଷ ସୋମବାର ପାଇଁ ବୌଦ୍ଧ ଜିଲ୍ଲାର ରାମେଶ୍ବର ପୀଠ ଓ ଚାରିଶମ୍ଭୁ ପୀଠରେ କାଉଡ଼ିଆଙ୍କର ଲମ୍ବା ଭିଡ ଦେଖିବାକୁ ମିଳିଛି । ଜିଲ୍ଲା ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଶୈବପୀଠ ରେ ମହିଳା, ପୁରୁଷ ଓ କୁନି କୁନି ଶ୍ରଦ୍ଧାଳୁ ମହାନଦୀ, ତେଲନଦୀ, ବାଘନଦୀ, ସାଲୁଙ୍କୀ ନଦୀରୁ ପବିତ୍ର ଜଳ ନେଇ ମହାଦେବଙ୍କୁ ଜଳାଭିଷେକ କରିଥିଲେ। ଅଧିକାଂଶ ଶୈବପୀଠଗୁଡିକ ରାତି ତିନିଟାରୁ କାଉଡିଆଙ୍କ ପାଇଁ ଖୋଲା ଯାଇଥିଲା। ସେପଟେ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶୈବପୀଠ ମଲ୍ଲିକପଡାର କପିଳେଶ୍ବର ମନ୍ଦିରକୁ ଭଲ ରାସ୍ତା ନଥିବାରୁ ଅନେକ କାଉଡିଆ ଫେରିଯାଇଥିଲେ । ଯାହାକୁ ନେଇ ଅଞ୍ଚଳବାସୀ ବେଶ ଦୁଃଖ ପ୍ରକାଶ କରିଛନ୍ତି ।
Last Updated : Feb 3, 2023, 8:26 PM IST