Haragouri Yatra: ହରଗୌରୀଙ୍କ ନଗର ପରିକ୍ରମା, ମହାନଦୀ ତେନ୍ତୁଳିଘାଟରେ ବିସର୍ଜନ - ହରଗୌରୀ ପୂଜା 2023
🎬 Watch Now: Feature Video
Published : Nov 5, 2023, 10:54 PM IST
ସୁବର୍ଣ୍ଣପୁର: ସହରର ଢେରାପଡାରେ ଚାଲିଥିବା ଦକ୍ଷିଣ ଭାରତୀୟ ଗୌରମ୍ମା ସାମ୍ରାଲୁ ବା ହରଗୌରୀ ଯାତ୍ରା ଶେଷ ହୋଇଛି । ଆଜି ହରଗୌରୀଙ୍କ ବିସର୍ଜନ ପର୍ବ ପାଳନ କରାଯାଇଛି । ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ହରଗୌରୀଙ୍କ ନଗର ପରିକ୍ରମା କରିବା ପରେ ମହାନଦୀର ତେନ୍ତୁଳିଘାଟରେ ହରଗୌରୀଙ୍କୁ ବିସର୍ଜନ କରାଯାଇଛି । ଦେବାଦେବୀଙ୍କ ନଗର ପରିକ୍ରମା ପରେ ହରଗୌରୀ ଯାତ୍ରାର ପରିସମାପ୍ତି ହୋଇଛି ।
ବିସର୍ଜନ ଶୋଭାଯାତ୍ରା ପୂର୍ବରୁ ଦୁଇ ଜଣ ବିବାହିତା ମହିଳା ହରଗୌରୀଙ୍କୁ ପିତ୍ତଳ ପାତ୍ରରେ ମୁଣ୍ଡରେ ବୋହି ସାହି ପରିକ୍ରମା କରିଥିଲେ । ପ୍ରତିଟି ଦୁଆରେ ଶ୍ରଦ୍ଧାଳୁମାନେ ହରଗୌରୀଙ୍କ ପୂଜା ଆରାଧନା କରିଥିଲେ । ତେବେ ଗତକାଲି ରାତ୍ରିର ଅନ୍ତିମ ପ୍ରହରରୁ ବିସର୍ଜନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗତକାଲି ଦେବୀ ମା' ଠାକୁରାଣୀଙ୍କ ଷୋଡଶ ଉପଚାର ପୂଜା ଆରାଧନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସନ୍ଧ୍ୟାରେ ହରଗୌରୀଙ୍କ ମନ୍ତ୍ର ବିସର୍ଜନ ବିଧି କରାଯାଇଥିଲା । ଆଜି ହରଗୌରୀଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ କରିବା ପାଇଁ କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଥିଲା । ନଗର ଭ୍ରମଣ କାର୍ଯ୍ୟକ୍ରମ ପାଇଁ ପ୍ରାୟ 30 ଗୋଟି ସାଂସ୍କୃତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା । ସଂକୀର୍ତ୍ତନ, ଗୌଡିଖୋଳ କୀର୍ତ୍ତନ, ଘଣ୍ଟବାଦ୍ୟ, ଦୁଲଦୁଲି, ଘୋଡାନାଚ, ଯୋଡିଶଙ୍ଖ, ଘୁମୁରା, ନଚନିଆଁ, ସମ୍ବଲପୁରୀ ଲୋକବାଦ୍ୟ , ମେଲୋଡି ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଅନେକ ଲୋକନୃତ୍ୟ ଦଳ ଏହି ନଗର ଭ୍ରମଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ......Subarnapur Haragouri Yatra: କାଲି ହରଗୌରୀଙ୍କ ନଗର ଭ୍ରମଣ ଶୋଭାଯାତ୍ରା, ମହାନଦୀରେ ହେବେ ବିସର୍ଜନ
ଇଟିଭି ଭାରତ, ସୁବର୍ଣ୍ଣପୁର