ଚିନ୍ତା ବଢ଼ାଇଲା କୋଭିଡ, ଏସସିବିରେ ମାସ୍କ ବାଧ୍ୟତାମୂଳକ - ମେଡ଼ିକାଲରେ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ
🎬 Watch Now: Feature Video
କଟକ: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆସିଲା ନିର୍ଦ୍ଦେଶନାମା। ସମସ୍ତ ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ। ହସ୍ପିଟାଲର ଡାକ୍ତର, ନର୍ସ ଓ ସମସ୍ତ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ। ଏବେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ ସମସ୍ତ ଡାକ୍ତର, ନର୍ସ, କର୍ମଚାରୀ , ରୋଗୀ ଓ ଆଟେଣ୍ଡାଟ ସମସ୍ତେ ମାସ୍କ ବ୍ୟବହାର କରିବେ। ତେବେ ରାଜ୍ୟରେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ନାମା କରାଯାଇଛି। ଏହା ସହ କଟକ ଏସସିବି ବଡ଼ ମେଡ଼ିକାଲରେ ଯେଉଁ ରୋଗୀ ଓ ଆଟେଣ୍ଡାଟ ଆସୁଛନ୍ତି ସେମାନଙ୍କୁ ସଚେତନ କରାଇବା ପାଇଁ ବିଜ୍ଞାପନର ବ୍ୟବସ୍ଥା କରାଯିବ। ତେବେ କଟକ ଏସିବି ବଡ଼ ମେଡ଼ିକାଲରେ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ବେଳେ କୋଭିଡ ୱାର୍ଡରେ 18ଟି ବେଡ ଓ 3 ଟି icu ର ରଖାଯାଇଛି।
ଗତକାଲି ସନ୍ଧ୍ୟା ସମୟରେ 3 ଜଣ ରୋଗୀ କୋଭିଡ ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କୁ କଟକ scb ପକ୍ଷରୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି। ଆବଶ୍ୟକ ପଡ଼ିଲେ ବେଡ ଓ icu ସଂଖ୍ୟା ବଢାଯିବ ବୋଲି କହିଛନ୍ତି କଟକ ଏସିବି ବଡ଼ ମେଡ଼ିକାଲ ର କୁଳସଚିବ ଡକ୍ଟର ଅଭିନାଶ ରାଉତ । ତେବେ କୋଭିଡ ସଂକ୍ରମଣ ଧିରେ ଧିରେ ବଢୁଥିବାରୁ ସରକାର ମେଡିକାଲ ଓ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ଏସସିଵିରେ ଆସନ୍ତାକାଲି ଠାରୁ ମାସ୍କ ବ୍ୟବହାର କରିବା ନିର୍ଦ୍ଦେଶନାମାକୁ ଲାଗୁ କରିବା ପାଇଁ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି କୁଳସଚିବ।
ରାଜ୍ୟରେ କରୋନା ଗ୍ରାଫ ସାମାନ୍ୟ ଉପର ମୁହାଁ ହେବା ସହ କଟକ ସହର ଓ ଜିଲ୍ଲାରେ ମଧ୍ୟ ସାମାନ୍ୟ ବଢ଼ିଛି ସଂକ୍ରମଣ। ଗତକାଲି କଟକ ଜିଲ୍ଲାରୁ ୬୬ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେବଳ କଟକ ସହରରୁ ୪୮ ଜଣ ଆକ୍ରାନ୍ତ ରହିଛନ୍ତି। ସଂକ୍ରମଣରେ ଆରମ୍ଭରୁ ବ୍ରେକ ଲଗାଇବା ପାଇଁ ସରକାର ମେଡିକାଲ ଓ ଜନଗହଳି ପୂର୍ଣ୍ଣ ଅଞ୍ଚଳ ଏବଂ ବନ୍ଦ କୋଠରୀ ଭିତରେ ହେଉଥିବା ସଭା ସମିତିରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ତେବେ ଏହି କିଛି ଦିନ ମଧ୍ୟରେ କୋଭିଡ ପଜେଟିଭ ରେଟ ଅଧିକ ରହିଥବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ନିୟମ କରାଯାଇଛି।
ଇଟିଭି ଭାରତ, କଟକ