ବିଷ ପିଇ ଜୀବନ ହାରିଲେ ନାବାଳିକା, ପ୍ରେମିକାର ମୃତଦେହ ପ୍ରେମିକ ଘର ଆଗରେ ରଖି ପରିବାରର ଧାରଣା

🎬 Watch Now: Feature Video

thumbnail

By

Published : Apr 18, 2023, 11:01 PM IST

ଭବାନୀପାଟଣା: ଅପ୍ରାପ୍ତ ବୟସ ପ୍ରେମର କରୁଣ ପରିଣତି।  ନାବାଳକ ପ୍ରେମିକର ପ୍ରତାରଣା ସହି ନ ପାରି ବିଷ ପାନ କରି ଚିକିତ୍ସିତ ଅବସ୍ଥାରେ ଜୀବନ ହାରିଲା ନାବାଳିକା ପ୍ରେମିକା। ଏହାପରେ ପ୍ରେମିକାର ମୃତଦେହ ରଖି ପ୍ରେମିକ ଘର ଆଗରେ ପରିବାରର ଧାରଣା ଦେଖିବାକୁ ମିଳିଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ନୂନପାଣି ଗ୍ରାମରେ।  

ସୂଚନା ଅନୁଯାୟୀ ଏହି ଗାଁର ଜଣେ ନାବାଳକ ଦୀର୍ଘ ୨ବର୍ଷ ଧରି ଗ୍ରାମର ଜଣେ ସହ ନାବାଳିକାର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଉ ଧିରେ ଧିରେ ଉଭୟଙ୍କ ସମ୍ପର୍କରେ ଆସିଥିଲା ମତାନ୍ତର । ଉଭୟ ଭିନ୍ନ ଜାତିର ହୋଇଥିବା ଯୋଗୁଁ ପ୍ରେମରେ ଏକ ପ୍ରକାର ଫାଟ ସୃଷ୍ଟି ହୋଇଥିଲା। ନାବାଳିକା ସହ ନାବାଳକର ଶାରୀରିକ ସମ୍ପର୍କ ରହିଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଅଡି ବସିଥିଲା ନାବାଳିକା। ହେଲେ ନାବାଳକ ଭିନ୍ନ ଜାତିର ହୋଇଥିବା ନେଇ ବିବାହକୁ ଅସ୍ଵୀକାର କରି ନାବାଳିକା ପ୍ରେମିକାକୁ ବିଷ ଆଣିଦେଇ ମରିଯିବାକୁ କହିଥିଲେ। ଶେଷରେ ନାବାଳିକା ପ୍ରେମିକା ନିରାଶ ହୋଇ ବିଷକୁ ପ୍ରେମିକଙ୍କ ଘରେ ପିଇ ଦେଇଥିଲେ ।  

ଏନେଇ ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ନାବାଳକ ର ବାପା ମାଆ ପ୍ରଥମେ ଧର୍ମଗଡ ଓ ପରେ ଭବାନୀପାଟଣା ଆଉ ଶେଷରେ ବୁର୍ଲା ହସ୍ପିଟାଲରେରେ ଭର୍ତ୍ତି କରି ଚିକିତ୍ସା କରାଇ ଥିଲେ। ହେଲେ ଚିକିତ୍ସା ଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ହୋଇଥିଲା । ମୃତଦେହ ଗାଁକୁ ପହଞ୍ଚିବା ପରେ ନାବାଳିକାର ପରିବାର ନିଜ ଘରକୁ ମୃତଦେହ ନ ଆଣି ନାବାଳକଙ୍କ ଘର ସମ୍ମୁଖରେ ରଖି ଅଭିଯୁକ୍ତ ନାବାଳକ ପ୍ରେମିକକୁ ଗିରଫ ଦାବିରେ ଧାରଣ ଦେଇ ଥିଲେ । ଖବର ପାଇ କୋକସରା ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସେହିପରି ପୋଲିସ ନାବାଳକ ପ୍ରେମିକକୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.