thumbnail

By

Published : Jun 28, 2023, 11:42 AM IST

ETV Bharat / Videos

ଜଟଣୀବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଚାକିରି ଛାଡିଲି: ମନ୍ମଥ ରାଉତରାୟ

ଭୁବନେଶ୍ବର: ଏୟାର ଇଣ୍ଡିଆରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଏୟାର ଇଣ୍ଡିଆର କ୍ୟାପଟେନ ପଦରୁ ଇସ୍ତଫା ଦେଇଛନ୍ତି ମନ୍ମଥ । ଇସ୍ତଫା ପରେ ମନ୍ମଥ ରାଜନୀତିରେ ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ସମ୍ପୂର୍ଣ୍ଣ ସମୟ ରାଜନୀତିକୁ ଦେବା ପାଇଁ ଚାକିରି ଛାଡିଥିବା ଆଲୋଚନା ହେଉଛି । ପୂର୍ବରୁ ବିଧାୟକ ସୁର ରାଉତରାୟ ମଧ୍ୟ ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ । ତାଙ୍କ ସ୍ଥାନରେ ଜଟଣୀରୁ ପୁଅ ମନ୍ମଥ ରାଉତରାୟ ନିର୍ବାଚନ ଲଢିବେ ବୋଲି ସୁର ଘୋଷଣା କରିଥିଲେ । ଏନେଇ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ମନ୍ମଥ କହିଛନ୍ତି ଏୟାର ଇଣ୍ଡିଆରେ 18 ବର୍ଷ ହେଲା ଚାକିରି କରୁଛି । ଆହୁରି 24 ବର୍ଷ ଚାକିରି ବାକି ଅଛି । ଏୟାର ଇଣ୍ଡିଆକୁ ଛାଡିବା ସହଜ ନଥିଲା । ଏୟାର ଇଣ୍ଡିଆ ମତେ ସବୁ କିଛି ଦେଇଛି । ଏୟାର ଇଣ୍ଡିଆ ମୋତେ ସମ୍ମାନ ପ୍ରତିଷ୍ଠା ସବୁ ଦେଇଛି । ଚାକିରି ଛାଡିବା ନିଷ୍ପତ୍ତି କଷ୍ଟଦାୟକ । କିନ୍ତୁ ଜଟଣୀ ବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଏହି ନିଷ୍ପତ୍ତି ନେଇଛି । ଜଟଣୀର ସେବା ପାଇଁ ମୁଁ ଚାକିରି ଛାଡିଛି । ବାପାଙ୍କ ସେବା ଓ କାର୍ଯ୍ୟକ୍ରମକୁ ଆଗେଇ ନେବି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ସଞ୍ଜୀବ ରାୟ ସମ୍ବାଦଦାତା ଇଟିଭି ଭାରତ ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.