thumbnail

By

Published : Jul 24, 2023, 9:24 PM IST

ETV Bharat / Videos

ତୃତୀୟ ସୋମବାରରେ ଆଖଣ୍ଡଳମଣିଙ୍କ ପୀଠରେ ପ୍ରବଳ ଭିଡ଼, ୨୦ ହଜାରରୁ ଊର୍ଦ୍ଧ୍ବ କାଉଡ଼ିଆଙ୍କ ସମାଗମ

ଭଦ୍ରକ: ଶ୍ରାବଣ ମାସର ତୃତୀୟ ସୋମବାରରେ ଆରଡି ବାବା ଆଖଣ୍ଡଳମଣିଙ୍କ ପୀଠରେ ଜଳଲାଗି ଲାଗି କାଉଡ଼ିଆଙ୍କ ଭିଡ଼ ଜମିଛି । ତୃତୀୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ 20 ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠରେ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ବିଶେଷ କରି ନଦୀ ପାର ହୋଇ ଆସୁଥିବା ଭକ୍ତଙ୍କ ସୁରକ୍ଷା ଉପରେ ପୋଲିସ ନଜର ରଖିଥିଲା । ପୀଠକୁ ସଂଯୋଗ କରୁଥିବା 3ଟି ନଦୀ ଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫର 2ଟି ଟିମ ସହ ଅଗ୍ନିଶମ ବାହିନୀ ଏବଂ ପୋଲିସ ମୁତୟନ ହୋଇଥିଲେ । 

ସେହିପରି ବାବା ଆଖଣ୍ଡଳମଣିଙ୍କ ପାଖରେ ଭକ୍ତଙ୍କ ଶୃଙ୍ଖଳିତ ଜଳଲାଗି କରିବା ପାଇଁ ମନ୍ଦିର ଭିତରେ ଏବଂ ବାହାରେ କଡ଼ା ସୁରକ୍ଷା ବ୍ଯବସ୍ଥା କରାଯାଇଥିବା ବେଳେ ସ୍ବତନ୍ତ୍ର ବ୍ଯାରିକେଡର ବ୍ଯବସ୍ଥା କରାଯାଇଛି । ଗତ ସୋମବାର ଦିନ ମନ୍ଦିର ପରିସରରେ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା ହେବା ପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ସୁରକ୍ଷା ପାଇଁ ଜଣେ ମ୍ଯାଜିଷ୍ଟ୍ରେଟଙ୍କ ସହ ଏଏସପି, 4 ଜଣ ଡିଏସପି, 8 ଜଣ ଇନସପେକ୍ଟର, 8 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ ।
 

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.