କଟକରେ ଆରମ୍ଭ ହେଲା ସାତ ସାହି ନୃତ୍ୟ ଉତ୍ସବ , ରାତି ହେଲେ ଝୁମିବେ କଟକିଆ - କଟକରେ ଆରମ୍ଭ ହେଲା ସାତ ସାହି ନୃତ୍ୟ ଉତ୍ସବ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 3, 2023, 8:35 AM IST

କଟକ: ସିଲଭର ସିଟିରେ ଆରମ୍ଭ ହୋଇଯାଇଛି କଟକ ସାତ ସାହି ନୃତ୍ୟ ଉତ୍ସବ । 9 ଦିନ ଧରି ଦୁଲୁକିବ କଟକ ଉପର ବାଲିଯାତ୍ରା ପଡିଆ । ଜମିବ ନୃତ୍ୟ, ସଙ୍ଗୀତ ଓ ନାଟକ ମହୋତ୍ସବର ଆସର । ସାତ ସାହି କଟକ ନୃତ୍ୟତ୍ସବ ଚଳିତବର୍ଷ ତାର 14 ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, କଳା ସଂସ୍କୃତି ଭଳି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଶତାଧିକ ବ୍ୟକ୍ତିବିଶେଷଙ୍କୁ ପ୍ରଥମ ଦିନରେ ସମ୍ମାନିତ କରିଛି ନୃତ୍ୟତ୍ସବ କମିଟି । କେବଳ ନାଚ ଗୀତ ନୁହେଁ 100ରୁ ଊର୍ଦ୍ଧ୍ବ ଷ୍ଟଲ ମଧ୍ୟ ରହିବ ଏହି ମହୋତ୍ସବରେ । ବିଭିନ୍ନ ପ୍ରକାର ସାମଗ୍ରୀ ସହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦ ବି ଉପଲବ୍ଧ ରହିବ । 

ଏହା ମଧ୍ୟ ପଢନ୍ତୁ-ଆସନ୍ତା ୧୦ରୁ କଟକରେ ଜମିବ ଜାତୀୟ ସାତସାହି ନୃତ୍ୟୋତ୍ସବ

ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ସମାଜରେ ଅବହେଳିତମାନଙ୍କୁ ସହଯୋଗର ହାତ ବଢ଼େଇବା ସହ କ୍ୟାନସର, ଥଲାସେମିଆ ରୋଗୀ, ଭିନ୍ନକ୍ଷମ ଅନୁଷ୍ଠାନକୁ ସହାୟତା ଅର୍ଥ ରାଶି ପ୍ରଦାନ କରିବା । 75ରୁ ଊର୍ଦ୍ଧ୍ବ ସାଂସ୍କୃତିକ ଦଳ ମୁକ୍ତାକାଶ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ, ଓଡ଼ିଶୀ, ଭାରତନାଟ୍ୟମ, ମାପୂଜା, କୂଟିପୁକ୍ତି ପରିବେଷଣ କରିବା ସାଙ୍ଗକୁ ଲୋକନୃତ୍ୟ ସମ୍ବଲପୁରୀ, ଗୋଟିପୁଅ ନାଚ, ଛଳନୃତ୍ୟ, ବିହୁ ଓ ଦେଶାତ୍ମବୋଧକ ସଂଗୀତ ଉପରେ ନୃତ୍ୟ ପରିବେଷଣ କରିବାର ବ୍ୟବସ୍ଥା ରହିଛି ।  ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।  ଏ ବର୍ଷ ମଧ୍ୟ ଓଲିଉଡ୍ ଷ୍ଟାର ନାଇଟ୍‌ ହେବ । ଏଥିରେ ବହୁ ନାମିଦାମୀ ଓଡ଼ିଆ କଳାକାର ସାମିଲ ହେବା ନେଇ ଆୟୋଜନକଙ୍କ ପକ୍ଷରୁ ସୂଚନା ମିଳିଛି । 
 
ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.