ବାହୁଡିଲେ ମହାପ୍ରଭୁ, ଭକ୍ତମୟ ଜିନ୍ଦଲ ନଗର ଦେବଭୂମି ପରିସର

By

Published : Jun 29, 2023, 8:55 AM IST

thumbnail

ଅନୁଗୋଳ: ସରିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା । ଏନେଇ ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ମଧ୍ୟ ମହାପ୍ରଭୁଙ୍କର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।  ଏହି ଅବସରରେ ମହାପ୍ରଭୁ ବାହୁଡା ଯାତ୍ରା ନିମନ୍ତେ ଜିନ୍ଦଲ ନଗର ମଧ୍ୟରେ ଅବସ୍ଥିତ ଥିବା ଗୁଣ୍ଡିଚା ମନ୍ଦିର ଠାରୁ ଦେବଭୂମି ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅଭିମୁଖେ ବାହାରି ଥିଲେ l ମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ସମ୍ପୂର୍ଣ୍ଣ ପରିବାର ଏହି ବାହୁଡା ଯାତ୍ରାରେ ଯୋଗ ଦେଇଥିଲେ । ଏଥିସହ ପହଣ୍ଡି ସେବା ଏବଂ ଛେରାପହଁରା ନୀତି ସଂପନ୍ନ କରିଥିଲେ l 

ପୁରୀ ମନ୍ଦିରର ବୈଦିକ ନୀତି ଅନୁସାରେ ପାଳନ କରାଯାଇଥିଲା ନୀତି । ପ୍ରାତଃ ୫.୦୦ ଘଟିକାରୁ ପୁରୋହିତଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ପୂଜା ନୀତି ଯଥା, ମଣିମା ଡାକ, ଦ୍ଵାର ଫିଟା, ଭିତର ସୋଧ ନୀତି ପରେ ମଙ୍ଗଳ ଆରତୀ, ମଇଲମ, ତଡପଲାଗି, ଅବକାଶ ନୀତି, ଇତ୍ୟାଦି ସହିତ ଆରମ୍ଭ କରାଯାଇଥିଲା l ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲ ପ୍ରାତଃ କାଳରେ ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହୋଇଥିବା ସକାଳର ମଙ୍ଗଳ ଆଳତୀ ସହ ସ୍ଵତନ୍ତ୍ର ପୂଜା ବିଧିରେ ସାମିଲ ହୋଇ ସଂପୂର୍ଣ୍ଣ ଶ୍ରଦ୍ଧା ଏବଂ ଭକ୍ତିର ସହ ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀକାନ୍ତ ଜୀଙ୍କ ପରାମର୍ଶ ଅନୁସାରେ ପୂଜା କାର୍ଯ୍ୟ ସଂପନ୍ନ କରିଥିଲେ l 

ଏହି ବାହୁଡା ଯାତ୍ରା ଅବସରରେ ପାର୍ଶ୍ଵବର୍ତ୍ତୀ ଗ୍ରାମାଞ୍ଚଳରୁ ବହୁଳ ସଂଖ୍ୟାରେ ଜନ ସମାଗମ ହୋଇଥିଲା l ତେବେ ବର୍ତ୍ତମାନ ମହାପ୍ରଭୁ ନୀତି ମୁତାବକ ଆଗାମୀ ଦୁଇ ଦିନ ପାଇଁ ରଥାରୂଢ ହୋଇ ରହିବେ l ଗୁରୁବାର ଦିନ ହରି ହରିଶୟନ ଏକାଦଶୀ ଏବଂ ସୁନାବେଶ ପାଳନ କରିବା ସହ ଶୁକ୍ରବାର ଦିନ ଅଧରପଣା ନୀତି ସଂପନ୍ନ ହେଲା ପରେ ବହୁ ପ୍ରତୀକ୍ଷିତ ନୀଳାଦ୍ରି ବିଜେ ଆଗାମୀ ଶନିବାର ଦିନ ଅର୍ଥାତ ଜୁଲାଇ ମାସ ୧ ତାରିଖରେ ସଂପନ୍ନ ହେବ l

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.