ଆସୁଛି ରଙ୍ଗର ପର୍ବ ହୋଲି, ଲକ୍ଷ୍ନୌରେ ଆୟୋଜିତ ହେଲା ବାହୁବଳୀ ଗୁଜିଆ ପ୍ରତିଯୋଗିତା

By

Published : Mar 5, 2023, 10:39 AM IST

thumbnail

ଲକ୍ଷ୍ନୌ: ହୋଲି ହେଉଛି ପ୍ରେମ, ଭକ୍ତି, ସ୍ନେହଶ୍ରଦ୍ଧା, ସମନ୍ବୟ, ଭାଇଚାରା ଓ ଆତ୍ମୀୟତାର ପର୍ବ । ଆଉ ଦୁଇଦିନ ପରେ ଦେଶବାସୀ ପାଳିବେ ହୋଲି ଉତ୍ସବ । ଗୁଜିଆର ମିଠା ବିନା ମଥୁରାର ହୋଲି ଅଧୁରା । ତେବେ ହୋଲି ପୂର୍ବରୁ ହିଁ ଏଠାରେ ବାହୁବଳୀ ଗୁଜିଆ ପ୍ରତିଯୋଗିତା କରାଯାଇଛି । ଏକ ମିଷ୍ଠାନ ଭଣ୍ଡାର ତରଫରୁ ଏକରୁ ଦୁଇକେଜି ମଧ୍ୟରେ ଗୁଜିଆ ତିଆରି କରାଯାଇ ପ୍ରତିଯୋଗିତା କରାଯାଇଛି । ଏଥିରେ ଅନେକ ମହିଳା ସାମିଲ ହୋଇଥିଲେ । ବାହୁବଳୀ ଗୁଜିଆକୁ ଦେଖିବା ପାଇଁ ଲୋକଙ୍କ ଗହଳି ଜମୁଥିବା ବେଳେ ଖାଇକି ମଧ୍ୟ ମଜା ନେଇଥାନ୍ତି ମହିଳା । ତେବେ କରାଯାଇଥିବା ଏହି ଭିଡିଓ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।

ରାଧାକୃଷ୍ଣ ଉପାସନାର ଏକ ଶ୍ରେଷ୍ଠ ପରମ୍ପରା ରୂପେ ଭାରତୀୟ ସମାଜ ଏହାକୁ ହୋଲିର ଆଖ୍ୟା ଦେଇଛି। ତେବେ ଉତ୍ତରପ୍ରଦେଶରେ ଧୁମଧାମରେ ପାଳନ କରାଯାଇଥାଏ ଏହି ପର୍ବ । ନବାବ ସହର ଲକ୍ଷ୍ନୌର ହୋଲି ଅବସରରେ ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ବାହୁବଳୀ ଗୁଜୁଆ । ଏହି ବିଶାଳ ଗୁଜିଆ ଖୁଆ, କେସର, ବାଦାମ, ପିସ୍ତା ଓ ଚିନିରୁ ହୋଇଛି ପ୍ରସ୍ତୁତ । ଏହି ମିଠାକୁ ଛାଣିବା ପାଇଁ 20ରୁ 25 ମିନିଟ ସମୟ ଲାଗୁଥିବା ବେଳେ ଏହାର ଦାମ ୧୫୦୦ଟଙ୍କା ହୋଇଥାଏ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.