ଷ୍ଟିଲ ସିଟିରେ ହକି ଷ୍ଟାଚ୍ୟୁ ଭଙ୍ଗା ଘଟଣା, ଯୁବ ବିଜେପି ମୋର୍ଚ୍ଚାର ତଦନ୍ତ ଦାବି - ସିବିଆଇ ତଦନ୍ତ ଦାବି କଲା ଯୁବ ବିଜେପି ମୋର୍ଚ୍ଚା

🎬 Watch Now: Feature Video

thumbnail

By

Published : Jun 19, 2023, 7:55 PM IST

ରାଉରକେଲା: ହକି ଷ୍ଟାଚ୍ୟୁ ଭଙ୍ଗା ଘଟଣାର ସିବିଆଇ ତଦନ୍ତ ଦାବି କଲା ରାଉରକେଲା ଯୁବ ବିଜେପି । ଆଜି ରାଉରକେଲା ମହାନଗର ନିଗମ କାର୍ୟ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିକଟରେ ରାଉରକେଲା ମହାନଗର ନିଗମ ପକ୍ଷରୁ ନିର୍ମାଣ କରାଯାଇଥିବା ଷ୍ଟିଲ ହକି ଖେଳାଳିଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଉରକେଲା ମହାନଗର ନିଗମର ଆଭ୍ୟନ୍ତରୀଣ ତଦନ୍ତ କମିଟି ଉପରେ ଆସ୍ଥା ନଥିବା ଦର୍ଶାଇ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଯୁବ ବିଜେପି । ରାଉରକେଲାର ଗର୍ବ ଓ କ୍ରୀଡ଼ା ପରମ୍ପରାର ପ୍ରତୀକ ଏହି ଷ୍ଟିଲ୍‌ ହକି ପ୍ରତିମୂର୍ତ୍ତି ରାଉରକେଲା ମହାନଗର ନିଗମ ଦ୍ୱାରା କାର୍ଯ୍ୟକ୍ଷମ ହୋଇଥିଲା ଏବଂ ସ୍ଥାନୀୟ ରାଉରକେଲା ଇସ୍ପାତ କାରଖାନାରୁ ଉତ୍ପାଦନ ହେଉଥିବା ଷ୍ଟିଲ୍‌କୁ ବ୍ୟବହାର କରି ଏହାର ନିର୍ମାଣ କରାଯାଇଥିଲା । ତେବେ ଅନେକଙ୍କୁ ଚକିତ କରିଦେବା ଭଳି ଏହି ପ୍ରତିମୂର୍ତ୍ତିରେ ସାମାନ୍ୟ ପବନ ପ୍ରବାହ ଓ ସାମାନ୍ୟ ବର୍ଷାର ପ୍ରଭାବରେ ଭାଙ୍ଗି ପଡିଥିଲା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.