Municipal Election: କଂଗ୍ରେସ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କଲା କଳାକାର ସଙ୍ଘ - ଭବାନୀପାଟଣାରେ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

🎬 Watch Now: Feature Video

thumbnail

By

Published : Mar 22, 2022, 3:47 PM IST

Updated : Feb 3, 2023, 8:20 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ଗଡ଼ ଦାଖଲ ଲକ୍ଷ୍ୟରେ ଏବେ ଦିନ ରାତି ଏକା କରିଦେଇଛନ୍ତି ନେତା ଓ ପ୍ରାର୍ଥୀ । ଆଜି ଭବାନୀପାଟଣା ପୌର ପରିଷଦ କଂଗ୍ରେସ ପ୍ରାର୍ଥିନୀ ମନ୍ଦାକିନି ବାଣୁଆଙ୍କ ପ୍ରଚାରରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଚିତ୍ର । କଂଗ୍ରେସ ପ୍ରାର୍ଥୀ ମନ୍ଦାକିନି ବାଣୁଆଙ୍କୁ ସମର୍ଥନ ପୂର୍ବକ ଆଜି କଳାହାଣ୍ଡି ଜିଲ୍ଲା କଳାକାର ସଙ୍ଘର ସମସ୍ତ କର୍ମକର୍ତ୍ତା ପ୍ରଚାର କରିଛନ୍ତି । ପ୍ରାର୍ଥୀ ଜଣେ ନୃତ୍ୟ କଳାକାର ସହ ସମାଜ ସେବା କ୍ଷେତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟକରି ଆସୁଥିବା ଜଣାପଡିଛି। ତେବେ ଆଜି ଜିଲ୍ଲା କଳାକାର ସଙ୍ଘର କର୍ମକର୍ତ୍ତା ତାଙ୍କ ସାଙ୍ଗରେ ପ୍ରଚାର କରିବା ସହ ଘରକୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି। କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.