କେରଳ ଯୁବକଙ୍କ ନିଷ୍ଠା: ନିର୍ମାଣ କରୁଥିଲେ କ୍ଷୁଦ୍ର ବିମାନ, ହେଲେ ସୋସିଆଲ ମିଡିଆ ଷ୍ଟାର

By

Published : Sep 28, 2021, 7:22 PM IST

thumbnail
ଥିରୁଅନନ୍ତପୁରମ: ଉଡ଼ାଣ ପାଇଁ ପିଲାଦିନର ଇଚ୍ଛା ଏବଂ ପରେ ବିମାନ ନିର୍ମାଣ ଆଜି ତାଙ୍କୁ କରିଛି ତାରକା । ସେ ଜଣେ କ୍ଷୁଦ୍ର ବିମାନ ନିର୍ମାଣକାରୀରୁ ଆଜି ହୋଇପାରିଛନ୍ତି ସୋସିଆଲ ମିଡିଆ ଷ୍ଟାର । ସୀମିତ ଯନ୍ତ୍ରପାତି ସହିତ ଏକ କ୍ଷୁଦ୍ର ବିମାନ ତିଆରି କରିବାର ଉତ୍କଣ୍ଠା ଆଜି ତାଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ତେବେ ଏହି ପ୍ରତିଭାବାନ ଯୁବକ ହେଉଛନ୍ତି କେରଳ ଥ୍ରୀସୁରର ଅଧିବାସୀ ମିଥୁନ । ଗତ ୨ ବର୍ଷ ପୂର୍ବେ ମନକୋଡିରେ ମିଥୁନ ଏକ ମେକାନିକ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ସେ ଧୀରେ ଧୀରେ ଏୟାରକ୍ରାଫ୍ଟ ତିଆରି କରିବା ଆରମ୍ଭ କରିଥିଲେ । ସେ ପ୍ରାୟ ୬ ପ୍ରକାରର ବିମାନ ନିର୍ମାଣ କରିଥିବାବେଳେ ସବୁ ବିମାନ ଆକାଶରେ ଉଡିପାରୁଛି । ଥ୍ରୀସୁରର ଏକ ସ୍କୁଲ ଉପରେ ତାଙ୍କ ବିମାନ ଉଡିବା ପରେ ତାଙ୍କୁ ସ୍ଥାନୀୟ ଲୋକମାନେ ଚିହ୍ନିଥିଲେ । କିନ୍ତୁ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଜଣେ ସୋସିଆଲ ମିଡ଼ିଆ ଷ୍ଟାର ହୋଇପାରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.