ETV Bharat / sukhibhava

World Prematurity Day: ବିଶ୍ବରେ ପ୍ରତି 10 ଶିଶୁଙ୍କ ମଧ୍ୟରୁ ଜଣେ ଆଗୁଆ ଜନ୍ମ ନେଉଛି - ପ୍ରିମାଚ୍ୟୁରର କାରଣ

ଶିଶୁଟିଏ ସଠିକ୍ ସମୟ ପୂର୍ବରୁ ଅର୍ଥାତ୍ 9 ମାସ ପୂର୍ବରୁ ଯଦି ଜନ୍ମନିଏ ତେବେ ତା' କ୍ଷେତ୍ରରେ ନାନା ଶାରୀରିକ ସମସ୍ୟା ଦେଖାଦିଏ । ଏହିସମସ୍ୟା କେବଳ ଶିଶୁର ମାଆ ନୁହେଁ ପରିବାର ଉପରେ ମଧ୍ୟ ପକାଇଥାଏ । ତେବେ ଏହାକୁ ରୋକିବା ପାଇଁ ପ୍ରତିବର୍ଷ ନଭେମ୍ବର 17 ଆଜିର ଦିନକୁ ବିଶ୍ବ ପ୍ରିମାଚ୍ୟୁରିଟି ଦିବସ(World Prematurity Day) ଭାବେ ପାଳନ କରାଯାଉଛି । ଅଧିକ ପଢନ୍ତୁ

World Prematurity Day: ବିଶ୍ବରେ ପ୍ରତି 10 ଶିଶୁଙ୍କ ମଧ୍ୟରୁ ଜଣେ ଆଗୁଆ ଜନ୍ମ ନେଉଛି

author img

By

Published : Nov 17, 2022, 7:04 AM IST

ହାଇଦ୍ରାବାଦ: ଆଜି(17 ନଭେମ୍ବର) ବିଶ୍ବ ପ୍ରିମାଚ୍ୟୁରିଟି ଦିବସ (World Prematurity Day) । ଆଗୁଆ ଜନ୍ମ ହେଉଥିବା ଅର୍ଥାତ୍ 9 ମାସ ପୂର୍ବରୁ ଜନ୍ମ ହେଉଥିବା ଶିଶୁ ସଂଖ୍ୟା ରୋକିବା ପାଇଁ ଏହି ଦିବସ ପାଳନ କରାଯାଏ । କାରଣ ଆଗୁଆ ଜନ୍ମ ହେବା ଦ୍ବାରା ଅନେକ ଶିଶୁ ପୋଷଣ ଅଭାବର ଶିକାର ହେବା ସହ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହୁଅନ୍ତି । ଏହା କାହିଁକି ହୁଏ ଏବଂ ଏଥିପ୍ରତି କିପରି ଜଣେ ମାଆ ଏବଂ ପରିବାର ବର୍ଗ ସଚେତନ ରହିବେ ସେଥିପାଇଁ ଜାଗରଣ ସୃଷ୍ଟି କରେ ଏହି ଦିବସ ।

ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ 15 ନିୟୁତ ଶିଶୁ ଆଗୁଆ(9 ମାସ) ପୂର୍ବରୁ ଜନ୍ମ ହୁଅନ୍ତି । ବିଶ୍ବରେ ଜନ୍ମିତ ସମସ୍ତ ଶିଶୁଙ୍କ ମଧ୍ୟରୁ ପ୍ରାୟ 10 ଜଣଙ୍କ ମଧ୍ୟରୁ ଜଣେ ଆଗୁଆ ଜନ୍ମ ହୋଇଥାନ୍ତି । ବିଶ୍ବବ୍ୟାପୀ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ମୃତ୍ୟୁ ପାଇଁ ଏହି ଆଗୁଆ ଜନ୍ମ ଦାୟୀ । ଏହି ସମସ୍ୟାକୁ ରୋକିବା ପାଇଁ ପ୍ରସବ ପୂର୍ବରୁ ସଚେତନ ଓ ଯତ୍ନବାନ ରହିବାର ଆବଶ୍ୟକତା ରହିଛି । ଶିଶୁ ଆଗୁଆ ଜନ୍ମ ହେବା ଦ୍ବାରା ଅପରିପକ୍ବ ହୋଇପାରେ, ଫଳରେ ଶିଶୁର ଶାରୀରିକ ଗଠନ ଭିନ୍ନ ହୋଇଥାଏ । ଏଥିପାଇଁ ପରିବାର ସମେତ ମାଆ ଉପରେ ମଧ୍ୟ ମାନସିକ ଚାପ ପଡିଥାଏ ।

ଶିଶୁ ଆଗୁଆ ଜନ୍ମର କାରଣ ?

ବାସ୍ତବରେ କେଉଁ କାରଣରୁ ପିଲାମାନେ ଆଗୁଆ ଜନ୍ମ ହୋଇଥାନ୍ତି ତା'ର କୌଣସି ସଠିକ୍ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଯେଉଁ ମହିଳାମାନେ ଗର୍ଭାବସ୍ଥାରେ ଚିନ୍ତା ଅନୁଭବ କରନ୍ତି, ସେମାନଙ୍କର ଅନ୍ୟ ସାଧାରଣ ଗର୍ଭବତୀଙ୍କ ଅପେକ୍ଷା ସଠିକ୍ ସମୟ ପୂର୍ବରୁ ପିଲା ଜନ୍ମ ନେଇପାରେ । Health Psychology ପତ୍ରିକାରେ ଅନୁସନ୍ଧାନ ବାବଦରେ ପ୍ରକାଶ ପାଇଥିଲା । ମାଆମାନଙ୍କ ଅବସାଦ ପିଲାଙ୍କ ଉପରେ କି କି ପ୍ରଭାବ ପକାଉଛି ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା ।

ଆମେରିକାର କାଲିଫର୍ନିଆ ଲସ୍ ଆଞ୍ଜେଲସ୍ ବିଶ୍ୱବିଦ୍ୟାଳୟର ଲିଡ୍ ଷ୍ଟଡି ଲେଖକ ଖ୍ରୀଷ୍ଟାଇନ୍ ଡଙ୍କେଲ ସ୍କେଟର କହିଛନ୍ତି ଯେ, ଗର୍ଭଧାରଣ ସମୟରେ ମାଆମାନଙ୍କ ସାଇକୋସିଆଲ ସ୍ଥିତି ଜନ୍ମ ଫଳାଫଳକୁ ପ୍ରଭାବିତ କରିପାରେ ବୋଲି ଅଧ୍ୟୟନରୁ ଜଣାପଡିଛି । ପୂର୍ବ ଅନୁସନ୍ଧାନ ଅନୁଯାୟୀ, ଗର୍ଭଧାରଣର 37 ସପ୍ତାହ ପୂର୍ବରୁ ଜନ୍ମ ସମ୍ବନ୍ଧୀୟ ଚିନ୍ତା, ଅର୍ଥାତ୍ ପିଲା କେମିତି ଜନ୍ମ ହେବ, କ'ଣ ହେବ ଇତ୍ୟାଦି ଚିନ୍ତା ହେଉ କିମ୍ବା ଅନ୍ୟାନ୍ୟ ଚିନ୍ତା ଏକ ବିପଦର କାରଣ ହୋଇପାରେ । ଲସ୍ ଆଞ୍ଜେଲସରେ 196 ଗର୍ଭବତୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା ।

ଆଗୁଆ ଜନ୍ମିତ ଶିଶୁଙ୍କ ଚିକିତ୍ସା:-

ଚର୍ମରୁ ଚର୍ମ ସମ୍ପର୍କ ଏକ ଅତ୍ୟନ୍ତ ଲାଭଦାୟକ ଏବଂ ପ୍ରଭାବଶାଳୀ ଅଭ୍ୟାସ ବୋଲି ପ୍ରମାଣିତ ହୋଇଛି । ମାଆର ଚର୍ମ ସହ ଜନ୍ମିତ ଶିଶୁ ସମ୍ପର୍କରେ ଆସିବା ଦ୍ବାରା ବିଶେଷ ଲାଭ ମିଳିଥାଏ । ବିଶେଷତଃ ଅପରିପକ୍ୱ ଶିଶୁମାନଙ୍କ କ୍ଷେତ୍ରରେ ଏହି ଚିକିତ୍ସା ଗୁରୁତ୍ବପୂର୍ଣ୍ଣ । ଜନ୍ମ ପରେ ତୁରନ୍ତ ଏହି ଚିକିତ୍ସା ଆରମ୍ଭ ହେବା ଉଚିତ୍ । ଏହାର ଅଭ୍ୟାସ ସ୍ତନ୍ୟପାନ ଏବଂ ସଠିକ୍ ରକ୍ଷଣାବେକ୍ଷଣ ହୃଦସ୍ପନ୍ଦନ ଏବଂ ରକ୍ତ ଗ୍ଲୁକୋଜ୍ ସ୍ତର ଭଳି ଗୁରୁତ୍ୱପୂର୍ଣ୍ଣ ପାରାମିଟର ଗୁଡିକର ସ୍ଥିରତାକୁ ସପୋର୍ଟ କରେ । ଜନ୍ମ ପରେ ଏବଂ ମଧ୍ୟମ କିମ୍ବା ଦୀର୍ଘ ଅବଧିରେ ଅତିରିକ୍ତ ଜୀବନ । ଯେପର୍ଯ୍ୟନ୍ତ କ୍ଲିନିକାଲ୍ ଚିକିତ୍ସା ହୋଇନଥାଏ, ଅପରିପକ୍ୱ ଶିଶୁମାନଙ୍କ ପାଇଁ ଚର୍ମରୁ ଚର୍ମ ସମ୍ପର୍କ ଜରୁରୀ ହୋଇଥାଏ ।

ପ୍ରିମାଚ୍ୟୁରିଟି ଦିବସ ପାଳନର ଇତିହାସ:-

2008, 17 ନଭେମ୍ବରରେ ପ୍ରଥମେ ଆନ୍ତର୍ଜାତୀୟ ପ୍ରିଟର୍ମ ବାର୍ଥ ସଚେତନତା ଦିବସ ୟୁରୋପୀୟ ପାରେଣ୍ଟ୍‌ସ ସଂଗଠନ ଦ୍ବାରା ଆୟୋଜିତ କରାଯାଇଥିଲା । ଏହାପରେ 2011 ମସିହାରୁ ବିଶ୍ବ ପ୍ରିମାଚ୍ୟୁରିଟି ଦିବସ ଭାବରେ ପାଳନ କରାଯାଇଆସୁଛି । ଧିରେ ଧିରେ ସମଗ୍ର ବିଶ୍ବରେ ଏହି ଦିବସ ପାଳନ କରାଯାଉଛି ।

ପାରେଣ୍ଟ ଗ୍ରୁ୍ପ, ପରିବାର, ସ୍ବାସ୍ଥ୍ୟ ବୃତ୍ତିଗତ, ରାଜନେତା, ଡାକ୍ତରଖାନା, ସଂଗଠନ ସମେତ ସାଧାରଣ ଜନତା ଏହି ଦିବସ ପାଳନରେ ସାମିଲ୍ ହୁଅନ୍ତି । ଏହାଦ୍ବାରା ଆନ୍ତର୍ଜାତୀୟ ସ୍ତରରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇଥାଏ । 2013 ରେ, WPD(World Prematurity Day) 60 ରୁ ଅଧିକ ଦେଶରେ ପାଳନ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.