ହାଇଦ୍ରାବାଦ: କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ । ମହିଳାମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । PCOS ପରି ସମସ୍ୟାକୁ ଅଣଦେଖା କରିବା ଭବିଷ୍ୟତରେ ଅନେକ ପ୍ରକାରର ସମସ୍ୟାକୁ ବୃଦ୍ଧି କରିପାରେ । ତେବେ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମରେ ପୀଡିତ ମହିଳାମାନେ 45 ବର୍ଷ ବୟସ ପୂର୍ବରୁ ମେନୋପୋଜ ହେବାର ସମ୍ଭାବନା ଅଧିକ ଥାଏ ।
ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମରେ ବିଭିନ୍ନ ପ୍ରକାରର ସଙ୍କେତ ଏବଂ ଲକ୍ଷଣ ଥାଏ । ଯେପରିକି ମନୋବଳ ପରିବର୍ତ୍ତନ, ଫୁଡ କ୍ରାବିଂ, ଥକ୍କା ଲାଗିବା, କ୍ରୋଧ ଏବଂ ଉଦାସୀନତା ଇତ୍ୟାଦି । ଡାକ୍ତରମାନେ ଆକଳନ କରିଛନ୍ତି ଯେ ଚାରିଜଣ ମହିଳାଙ୍କ ମଧ୍ୟରୁ ତିନିଜଣ ଋତୁସ୍ରାବ ସମୟରେ ପ୍ରିପ୍ରିମେନଷ୍ଟ୍ରୁଆଲ ଡିସଅର୍ଡର୍ (PMD) ଅନୁଭବ କରିପାରନ୍ତି । ବିଶେଷଜ୍ଞ କୁହନ୍ତି ଯେ, ସମସ୍ତ ମହିଳା ଏଭଳି ବିପଦ ବିଷୟରେ ସଚେତନ ହେବା ଆବଶ୍ୟକ, ଏହି ସମସ୍ୟାକୁ ଅଣଦେଖା କଲେ ଭବିଷ୍ୟତରେ ବିପଦ ବୃଦ୍ଧି ହୋଇପାରେ । କମ ବୟସରେ ମେନାପୋଜ ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନି କାରକ ବୋଲି କୁହାଯାଇଛି ।
ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମ ଏବଂ ସମୟ ପୂର୍ବରୁ ମେନୋପୋଜ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକାଂଶ ଭାରତୀୟ ମହିଳାଙ୍କର 50-55 ବର୍ଷ ବୟସ ମଧ୍ୟରେ ମେନୋପୋଜ୍ ହୋଇଥାଏ । କିନ୍ତୁ କିଛି ମହିଳାଙ୍କର କେତେକ ସମସ୍ୟା ହେତୁ ସମୟରେ ପରିବର୍ତ୍ତନ ହୋଇଥାଏ । ଜାମା ନେଟୱାର୍କ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମରେ ପୀଡିତ ମହିଳାମାନଙ୍କର ଅନେକ ପ୍ରକାରର ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ । ଅନୁସନ୍ଧାନକାରୀମାନେ 3,600 ରୁ ଅଧିକ ଅଂଶଗ୍ରହଣକାରୀଙ୍କ ତଥ୍ୟ ଅଧ୍ୟୟନ କରାଯାଇଥିଲା ।
ଅଧିକ ପଢନ୍ତୁ: କେଉଁ ମହିଳାମାନେ ଅଧିକ ବୟସ ବଞ୍ଚି ଥାଆନ୍ତି, ଋତୁସ୍ରାବ ଏବଂ ମେନୋପୋଜ ସହ କଣ ସମ୍ବନ୍ଧ ଜାଣନ୍ତୁ
ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମ ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ମହିଳାଙ୍କ ଠାରେ ଅନେକ ପ୍ରକାରର ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମ ସମସ୍ୟା ହୋଇପାରେ । ପ୍ରିମେନଷ୍ଟ୍ରୁଆଲ ଡିସଫୋରିକ୍ ଡିସଅର୍ଡର୍ (PMDD) ଏକ କମ୍ ସାଧାରଣ ଅବସ୍ଥା ଯାହା ମହିଳାମାନଙ୍କୁ ମାନସିକ, ଗ୍ୟାଷ୍ଟ୍ରୋଇଣ୍ଟରନାଲ, ତ୍ବଚା ଏବଂ ସ୍ନାୟୁଗତ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥାଏ । ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ PMDD ଅବସ୍ଥା ମଧ୍ୟ ପ୍ରଜନନ ବର୍ଷରେ ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ମଧୁମେହ ଭଳି ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବୃଦ୍ଧା ପାଇପାରେ ।
ଉତ୍ତର ଆମେରିକୀୟ ମେନୋପୋଜ୍ ସୋସାଇଟିର ଡାକ୍ତରୀ ନିର୍ଦ୍ଦେଶକ ଷ୍ଟିଫାନି ଫାଉବିଅନ୍ କହିଛନ୍ତି ଯେ ଅକାଳରେ ମେନୋପୋଜ ପାଇଁ ବିପଦ ଥିବା ମହିଳାମାନଙ୍କୁ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ହୃଦୟ ସ୍ୱାସ୍ଥ୍ୟ ସମସ୍ୟା, ମସ୍ତିଷ୍କ ଏବଂ ହାଡ ଜନିତ ସମସ୍ୟା ସହିତ ମଧ୍ୟ ଜଡିତ ଥାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ