ETV Bharat / sukhibhava

40 ବର୍ଷ ପରେ ମହିଳାଙ୍କଠାରେ ଦେଖାଯାଏ ଏହି ସବୁ ଲକ୍ଷଣ, ଅଣଦେଖା କଲେ ଆସିପାରେ ବିପଦ

author img

By

Published : Mar 22, 2023, 6:01 PM IST

40 ବର୍ଷ ପରେ ମହିଳାମାନେ ବିଭିନ୍ନ ରୋଗରେ ସମ୍ମୁଖୀନ ହୋଇପାରନ୍ତି । ପ୍ରାରମ୍ଭିକ ପର୍ଯାୟରେ ଦେଖା ଯାଉଥିବା ଏହି ସବୁ ଲକ୍ଷଣକୁ ଆଦୌ କରନ୍ତୁନି ଅଣଦେଖା । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ସାଧାରଣତଃ ମହିଳାମାନଙ୍କୁ ସମ୍ବେଦନଶୀଳ ବୋଲି କୁହାଯାଏ । ସାମାନ୍ୟ ଜଳବାୟୁ ପରିବର୍ତ୍ତନ କାରଣରୁ ମହିଳାମାନେ ନାନା ରୋଗର ସଂକ୍ରମିତ ହୋଇଥାନ୍ତି । ବିଶେଷ କରି 40 ବର୍ଷ ଅତିକ୍ରମ କରିବା ପରେ ମହିଳାଙ୍କୁ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରିଥାଏ । ଏପରିକି ଅନେକ ଗମ୍ଭୀର ରୋଗରେ ମଧ୍ୟ ପୀଡିତ ହୁଅନ୍ତି । 40 ବର୍ଷ ପରେ, ମହିଳାଙ୍କ ଋୁତୁସ୍ରାବ ଅବଧି ଧୀରେଧୀରେ ବନ୍ଦ ହେଉଥିବାରୁ ହରମନ୍ ଜନିତ ପରିବର୍ତ୍ତନ ଦେଖାଯାଏ । ତେଣୁ ମହିଳାମାନେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ଏହାକୁ ଏଡାଇବା ପାଇଁ ଛୋଟଛୋଟ ସମସ୍ୟାକୁ ମଧ୍ୟ ଅବହେଳା କରିବା ଉଚିତ୍ ନୁହେଁ । ଠିକ୍ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରି ରୋଗ ଆଶଙ୍କାକୁ ହ୍ରାସ କରିବା ଉଚିତ୍ । ତେବେ ଆଜିର ଏହି ଆର୍ଟିକିଲରେ, ମହିଳାମାନେ 40 ବର୍ଷ ପରେ କେଉଁସବୁ ଲକ୍ଷଣକୁ ଅଣଦେଖା କରିବା ଅନୁଚିତ, ସେ ବାବଦରେ ଆଲୋଚନା କରାଯାଇଛି...

କିଡନୀ ଷ୍ଟୋନ୍: ପ୍ରବଳ ପିଠି ଯନ୍ତ୍ରଣା, ପରିସ୍ରାରେ ରକ୍ତ ପଡିବା, ଜ୍ୱର, ଥଣ୍ଡା, ବାନ୍ତି, ଦୁର୍ଗନ୍ଧଯୁକ୍ତ ପରିସ୍ରା ଏବଂ ପରିସ୍ରା ସମୟରେ ଜଳ୍ବନ ଅନୁଭବ କିଡନୀ ଷ୍ଟୋନର କେତେକ ଚେତାବନୀ ସଙ୍କେତ ।

ଗଣ୍ଠି ଯନ୍ତ୍ରଣା: 40 ବର୍ଷ ବୟସ ପରେ ଅଧିକାଂଶ ମହିଳା ଆର୍ଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି । ଗଣ୍ଠିରେ ଯନ୍ତ୍ରଣା ଏବଂ କଠିନତା ଦେଖାଦିଏ । ଯଦି ଏହାର ଠିକ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ଗୁରୁତର ହୋଇପାରେ । ବେଳେବେଳେ ଏହି ସମସ୍ୟା ଅକ୍ଷମତା ମଧ୍ୟ ସୃଷ୍ଟି କରିପାରେ ।

ମଧୁମେହ : ବର୍ତ୍ତମାନ ସମୟରେ ମଧୁମେହ ଯୁବପିଢିଙ୍କ କ୍ଷେତ୍ରରେ ଦେଖାଯାଉ ଥିଲେ ମଧ୍ୟ 40 ବର୍ଷ ବୟସ ପରେ ମହିଳାଙ୍କଠାରେ ମଧୁମେହ ହେବାର ଆଶଙ୍କା ବଢିଯାଏ । ଥକ୍କା, ଅତ୍ୟଧିକ ତୃଷ୍ଣା, ବାରମ୍ବାର ପରିସ୍ରା ଲାଗିବା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଓଜନ ହ୍ରାସ ଆଦି ମହିଳାଙ୍କର ମଧୁମେହ ଲକ୍ଷଣ ।

ଅଷ୍ଟିଓପୋରୋସିସ୍ : 40 ବର୍ଷ ବୟସ ପରେ ହାଡ ଦୁର୍ବଳ ହୋଇଯାଏ । ହରମନ୍ ପରିବର୍ତ୍ତନ ହେତୁ ଶରୀରର ଗଠନ ମଧ୍ୟ ପ୍ରଭାବିତ ହୁଏ । ମହିଳାମାନଙ୍କୁ ସର୍ବଦା ସେମାନଙ୍କ କ୍ୟାଲସିୟମ ଗ୍ରହଣ ଏବଂ ଭିଟାମିନ୍-ଡି ସ୍ତରର ଯତ୍ନ ନେବାକୁ ପରାମର୍ଶ ଦିଆଯାଏ, ଯାହା ଦ୍ବାରା ଅସ୍ତି ସ୍ୱାସ୍ଥ୍ୟ ନଷ୍ଟ ହୁଏନାହିଁ ।

ୟୁରିନ୍ ଇନଫେକ୍ସନ ଲକ୍ଷଣ : ବାର୍ଦ୍ଧକ୍ୟ ହେତୁ ପରିସ୍ରା କରିବାରେ ସାହାଯ୍ୟ କରୁଥିବା ସ୍ନାୟୁଗୁଡ଼ିକ ଦୁର୍ବଳ ହୋଇଯାଏ । ଆହୁରି ମଧ୍ୟ, ବାର୍ଦ୍ଧକ୍ୟ ସହିତ, ବ୍ଲାଡରର ମାଂସପେଶୀ ମୋଟା ହୋଇଯାଏ । ଏହି କାରଣରୁ ବ୍ୟକ୍ତି ପରିସ୍ରା ନିୟନ୍ତ୍ରଣ କରିବାରେ ସକ୍ଷମ ହୁଅନ୍ତିନି । କାଶ ଏବଂ ଛିଙ୍କିବା ସମୟରେ ମଧ୍ୟ ପରିସ୍ରା ବନ୍ଦ କରିବାରେ ଅସମର୍ଥ ହୁଅନ୍ତି । ଏସବୁ ସମସ୍ୟା ୟୁରିନ୍ ଇନଫେକ୍ସନ୍ କରିପାରେ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.