ETV Bharat / sukhibhava

ଶୀତ ଋତୁରେ ଛୁଆଙ୍କୁ କାହିଁକି ଅଧିକା ହୁଏ ଶ୍ବାସ ସମସ୍ୟା, କାରଣ କହିଲେ ବିଶେଷଜ୍ଞ - ଶୀତରେ ବୃଦ୍ଧି ପାଏ ଫୁସଫୁସ ସଂକ୍ରମଣ

Winter Woes: ଶୀତ ଋତୁ ଆସିବା ସହିତ ବହୁ ସଂଖ୍ୟକ ପିଲା ସାଧାରଣ ଥଣ୍ଡା, କାଶ ଏବଂ ଜ୍ୱରରେ ଆକ୍ରାନ୍ତ ବା ପୀଡ଼ିତ ହୋଇଥାଆନ୍ତି । ଜାଣନ୍ତୁ କଣ ରହିଛି ଏହା ପଛର କାରଣ

Winter Woes
Winter Woes
author img

By ETV Bharat Odisha Team

Published : Dec 11, 2023, 10:29 AM IST

ହାଇଦ୍ରାବାଦ: ଶୀତ ଋତୁ ପ୍ରାୟ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥାଏ। କିନ୍ତୁ ଏହି ଋତୁର ଆଗମନରେ ଅନେକ ସଂଖ୍ୟାରେ ଛୁଆ ଥଣ୍ଡା, କାଶ ଏବଂ ଜ୍ବରରେ ପୀଡ଼ିତ ହୋଇଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଶୀତଦିନେ କାହିଁକି ଛୁଆଙ୍କୁ ଅଧିକ ଶ୍ବାସ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ ଏବଂ କାହିଁକି ସଂକ୍ରମଣରେ ପୀଡିତ ହୋଇଥଆଆନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ବୟସ୍କଙ୍କ ଅପେକ୍ଷା ଛୁଆମାନେ ଶୀତଋତୁରେ ଅଧିକ ସଂକ୍ରମିତ ହୋଇଥାଆନ୍ତି । ବିଶେଷକରି ଥଣ୍ଡା, କାଶ, କଫ ବ୍ୟତୀତ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥାଆନ୍ତି । ଏଭଳି ସ୍ଥଳେ ଅଣଦେଖା ନକରି ଠିକ ସମୟରେ ଚିକିତ୍ସା କରିବା ଜରୁରୀ ବୋଲି କୁହାଯାଇଛି।

ଶୀତରେ ବୃଦ୍ଧି ପାଏ ଫୁସଫୁସ ସଂକ୍ରମଣ: ଶୀତଦିନେ ଅନେକ ଶ୍ବାସ ସମ୍ବନ୍ଧୀୟ ସମସ୍ୟା ଦ୍ବାରା ଛୁଆମାନେ ପ୍ରଭାବିତ ହୋଇଥାଆନ୍ତି। ସେଥି ମଧ୍ୟରୁ ବ୍ରୋଙ୍କିଓଲାଇଟିସ୍ ପ୍ରମୁଖ ଅଟେ। ଅନେକ ଶିଶୁଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ। ଏହା ଦ୍ବାରା ଫୁସଫୁସରେ ଥିବା ଛୋଟ ବାୟୁପଥର ପ୍ରଦାହ ହୋଇଥାଏ। ଯାହା ରେସ୍ପିରାଟୋରୀ ସିନ୍ସିସିଆଲ୍ ଭାଇରସ୍(Respiratory syncytial virus, RSV) ଦ୍ବାରା ହୋଇଥାଏ । ଏହି ଭାଇରସ କାଶ ଏବଂ ଛିଙ୍କରୁ ବ୍ୟାପିଥାଏ । ଏହି ରୋଗରେ ଆକ୍ରାନ୍ତ ହେବା ପରେ ପ୍ରଥମେ ଜ୍ବର ହେବା ସହିତ ଚକ୍କର ଆସିବା ଏକ ନାକ ବନ୍ଦ ହେବା ଭଳି ଲାଗିଥାଏ ।

ନିମୋନିଆର ଆଶଙ୍କା ଅଧିକ: ସାଧାରଣତଃ ଛୁଆମାନେ ଶୀତଦିନେ ନିମୋନିଆ ଏବଂ ଶ୍ୱାସ ରୋଗରେ ପୀଡ଼ିତ ହୁଅନ୍ତି । ଫୁସଫୁସରେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ଏହା ବ୍ୟାକ୍ଟେରିଆ, ଭାଇରସ କିମ୍ବା ଜୀବାଣୁ ଦ୍ବାରା ହୋଇଥାଏ। କିନ୍ତୁ ଶୀତ ଋତୁରେ ଅଧିକ ସମୟ ଘରେ ରହିବା କାରଣରୁ ଏହା ଅତି ସହଜରେ ଜଣକ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। କିନ୍ତୁ ବୟସ୍କଙ୍କ ଅପେକ୍ଷା ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥିବା କାରଣରୁ ସେମାନେ ଶୀଘ୍ର ଆକ୍ରାନ୍ତ ହୋଇଥାଆନ୍ତି। ଏହାସହିତ ଥଣ୍ଡା ପାଗରେ ଆଜମା ଯୋଗୁଁ ମଧ୍ୟ ନିଶ୍ବାସ ନେବାରେ କଷ୍ଟ ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: ଶୀତ ଋତୁରେ ଅଧିକ ହୁଏ ସଂକ୍ରମଣ, ଆୟୁର୍ବେଦିକ ଡାକ୍ତରଙ୍କଠାରୁ ଜାଣନ୍ତୁ ଟିପ୍ସ

ଏହାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ନାକ, ଗଳା ଯନ୍ତ୍ରଣା ହୋଇଥାଏ। କେତେକ ରୋଗୀ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଭାବରେ ସ୍ୱାଦ କିମ୍ବା ଗନ୍ଧ, ଥକାପଣ କିମ୍ବା ନିଦ୍ରାହୀନତା, ଶ୍ୱାସ ନେବାରେ ଅସୁବିଧା, ଡାଇରିଆ, ବାନ୍ତି, କିମ୍ବା ବାନ୍ତି ଅନୁଭବ କରିଥାଆନ୍ତି। ଛୋଟ ଛୁଆଙ୍କ ଠାରେ ଜ୍ବର, ଥଣ୍ଡା, କାଶ, ସ୍ବରରେ ପରିବର୍ତ୍ତନ ଏବଂ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ। ଏହି ରୋଗ ସାଧାରଣତଃ ଶୀତଦିନେ 5 ବର୍ଷରୁ କମ୍ ପିଲାମାନଙ୍କୁ ପ୍ରଭାବିତ କରିଥାଏ ।

ଏହି ସମସ୍ୟାରୁ କିଭଳି ପାଇବେ ମୁକ୍ତି: ଶୀତଦିନେ ସଂକ୍ରାମକ ରୋଗର ଆଶଙ୍କା ଅଧିକ ରହିଥିବା କାରଣରୁ ବିଶେଷକରି ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଖାଇବା ପୂର୍ବରୁ କିମ୍ବା ଛୁଆଙ୍କୁ ଖୁଆଇବା ସମୟରେ ହାତକୁ ଭଲରେ ସାବୁନରେ ଧୋଇବା ଉଚିତ। କାଶ ଏବଂ ଛିଙ୍କିବା ସମୟରେ ପିଲାମାନଙ୍କ ପାଟି ଘୋଡାଇବାକୁ ଶିଖାନ୍ତୁ । ଏହି ରୋଗର ଲକ୍ଷଣ ଦେଖାଉଥିବା ବ୍ୟକ୍ତିମାନେ ଘରେ ଅଲଗା ହୋଇ ରହିବା ଉଚିତ । ପିଲାମାନଙ୍କର ଯତ୍ନ ନେବା ବେଳେ ଗ୍ଲୋଭସ୍ ଏବଂ ମାସ୍କ ପିନ୍ଧିବାକୁ କୁହନ୍ତୁ । ସଂକ୍ରମଣ ଭଲ ନହେବା ପର୍ଯ୍ୟନ୍ତ ଛୁଆକୁ ଏକୁଟିଆ ରଖନ୍ତୁ। ସଠିକ ସମୟରେ ଟୀକାକରଣ କରାନ୍ତୁ। ନିମୋନିଆ ଟିକା ଏବ ଫ୍ଲୁ ଟିକା ନିଶ୍ଚିତ ଭାବରେ ଦେବା ଉଚିତ୍। ଅଧିକ ଶୀତ କିମ୍ବା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଜନଗହଳି ପୂର୍ଣ୍ଣ ସ୍ଥାନ ଏବଂ ଅସୁସ୍ଥ ଲୋକଙ୍କ ଠାରୁ ଛୁଆଙ୍କୁ ଦୂରେଇ ରଖିବା ଉଚିତ। ସାମାଜିକ ଦୂରତା ଅନୁସରଣ କରନ୍ତୁ, ମାସ୍କ ପିନ୍ଧନ୍ତୁ, ହାଇଡ୍ରେଟେଡ୍ ରୁହନ୍ତୁ। ଏହାସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ନିଅନ୍ତୁ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.