ETV Bharat / sukhibhava

Disease Cause Due To Vitamin Deficiencies: କେଉଁ ଭିଟାମିନର ଅଭାବ ହେଲେ କେଉଁ ରୋଗ ହୁଏ ଜାଣନ୍ତୁ

author img

By

Published : Jun 2, 2023, 6:45 PM IST

ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାରର ଭିଟାମିନ ଦରକାର । ଯଦି ଏଥିରୁ ଗୋଟିଏ ମଧ୍ୟ କମିଯାଏ, ତେବେ ଅନେକ ରୋଗ ହେବାର ଆଶଙ୍କା ଥାଏ । ତେବେ ଜାଣନ୍ତୁ କେଉଁ ଭିଟାମିନ୍ ଅଭାବରୁ କେଉଁ ରୋଗ ହୋଇପାରେ । ଅଧିକ ପଢ଼ନ୍ତୁ

Disease Cause Due To Vitamin Deficiencies

ହାଇଦ୍ରାବାଦ: ଯାନଟିଏ ସଠିକ୍ ଭାବରେ ଚାଲିବା ପାଇଁ ଯେପରି ଇନ୍ଧନ ଆବଶ୍ୟକ ହୋଇଥାଏ, ସେହିପରି ଶରୀରର ସୁସ୍ଥତା ବଜାୟୀ ରଖିବା ପାଇଁ ଭିଟାମିନର ଆବଶ୍ୟକ ହୋଇଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ଭିଟାମିନ ରହିଛି । ଯେପରିକି ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି, ଭିଟାମିନ୍ କେ, ଭିଟାମିନ୍ କେ ଇତ୍ୟାଦି । ଯଦି ଏଥି ମଧ୍ୟରୁ ଗୋଟିଏ ମଧ୍ୟ ଶରୀରରେ ଅଭାବ ଦେଖାଯାଏ ତାହାଲେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ତେବେ କେଉଁ ଭିଟାମିନ୍ ଅଭାବରୁ କେଉଁ ରୋଗ ହୋଇପାରେ ତାହା ଆଜିଯାଏଁ ମଧ୍ୟ ଲୋକମାନେ ଜାଣନ୍ତି ନାହିଁ। ତେବେ ଜାଣନ୍ତୁ କେଉଁ ଭିଟାମିନ ଅଭାବରୁ କେଉଁ ରୋଗ ହୁଏ ଏବଂ ଏଥିରୁ କେମିତି ମୁକ୍ତି ପାଇବେ।

ଭିଟାମିନ B: ଆମ ଶରୀର ପାଇଁ ଭିଟାମିନ୍ ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ ବି'ରେ ଅନେକ କମ୍ପ୍ଲେକ୍ସ ଥାଏ । ଯେଉଁଥିରେ ଭିଟାମିନ୍ B1, B2, B3, B5, B6, B7 ଏବଂ B12 ଅନ୍ତର୍ଭୁକ୍ତ । ଏହି ସମସ୍ତ କମ୍ପ୍ଲେକ୍ସ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଶରୀରରେ ଭିଟାମିନ୍ ବି-1 ଏବଂ ଭିଟାମିନ୍ ବି-2ର ଅଭାବ ଦେଖାଯାଏ, ତେବେ ସ୍ନାୟୁ, ଚର୍ମ, ଆଖି ପ୍ରଭାବିତ ହୋଇପାରେ । ଅନ୍ୟପଟେ ଭିଟାମିନ୍ B3ର ଅଭାବ ଯୋଗୁଁ ଥକ୍କା ଲାଗିବା, ବାନ୍ତି ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ହୋଇଥାଏ । ଭିଟାମିନ୍ B6ର ଅଭାବ ହେତୁ ଉଦାସୀନତା, ବାନ୍ତି, ରକ୍ତହୀନତା ଏବଂ ବାରମ୍ବାର ସଂକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିପାରେ । କୋଷ୍ଠକାଠିନ୍ୟ, ଭୋକ ନଲାଗିବା, ଗ୍ୟାସ୍ ହେବା, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଭଳି ଅସୁବିଧା ଭିଟାମିନ୍ B12ର ଅଭାବ ଯୋଗୁଁ ହୋଇଥାଏ । ଆମ ଶରୀରରେ ଜିନ୍ ଏବଂ ଡିଏନ୍ଏ ଗଠନ ପାଇଁ ବି ଭିଟାମିନ୍ ବି' ଏକ ଅଂଶରୂପେ କାର୍ଯ୍ୟ କରେ । ଭିଟାମିନ୍ ବି ସାହାଯ୍ୟରେ ଶରୀରରେ ଲାଲ ରକ୍ତ କଣିକା ମଧ୍ୟ ତିଆରି ହୁଏ । ଭିଟାମିନ ବି'ରୁ ମୁକ୍ତି ପାଇବା ପାଇଁ ଅଣ୍ଡା, ମାଂସ, ମାଛ ସମସ୍ତ ପ୍ରକାରର ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଉଚିତ ।

ଭିଟାମିନ K: ଆମ ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍ କେ' ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । ଏହାର ଅଭାବ ଦ୍ବାରା ଅନେକ ଗମ୍ଭୀର ରୋଗର ମଧ୍ୟ ସାମ୍ନା କରିବାକୁ ପଡିପାରେ । ମୁଖ୍ୟତଃ ଭିଟାମିନ୍ କେ'ର ଅଭାବ ହେତୁ ଅଷ୍ଟିଓପୋରୋସିସ୍ ସହ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ । ଏହାସହ ରକ୍ତସ୍ରାବର ସମସ୍ୟା ଏବଂ ହାର୍ଟ ସହିତଜଡ଼ିତ ମଧ୍ୟ କିଛି ରୋଗ ହେବାର ଆଶଙ୍କା ରହିଥାଏ । ପ୍ରଦାହଜନକ ଅନ୍ତନଳୀ ରୋଗ ହୋଇପାରେ । ଆଉ କେତେକ କ୍ଷେତ୍ରରେ ଦୁର୍ବଳ ଲାଗିବା, ଚର୍ମ ନୀଳ ମଧ୍ୟ ପଡିଯାଇଥାଏ । ହେମୋଫିଲିଆ ଭଳି ରୋଗ ଭିଟାମିନ କେ'ର ଅଭାବ ମୁଖ୍ୟତଃ ଦାୟୀ ଅଟେ । ତେବେ ଏହି ଅଭାବକୁ ପୂରଣ କରିବା ପାଇଁ ଗହମ, ସୋରିଷ ଶାଗ, ପାଳଙ୍ଗ ଶାଗ, ତଟକା ପନିପରିବା, ସ୍ପ୍ରାଉଟ୍‌, କ୍ବିଓ୍ବି, ଅଲିଭ ତେଲ, ବିଟ, ଅଙ୍ଗୁର, ମୂଳା, ବିଲାତି ବାଇଗଣ, କୋବି ଖାଇପାରିବେ ।

ଭିଟାମିନ A: ଅନ୍ୟ ଭିଟାମିନ୍ ପରି ଭିଟାମିନ୍ ଏ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଶରୀରର ସଠିକ୍ ବିକାଶରେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଭିଟାମିନ୍ ଏ ଅଭାବର ଦୃଷ୍ଟି ଶକ୍ତି ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇଥାଏ । ଏହାର ଅଭାବ ହେତୁ ରୋଗ ପ୍ରତିରୋଧକ ଶକ୍ତି କମିଯିବା ସହ ବାରମ୍ବାର ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ । ବିଶେଷକରି ଭିଟାମିନ୍ ଏ ଅଭାବ ଯୋଗୁଁ ରକ୍ତହୀନତାର ଶିକାର ହୋଇପାରନ୍ତି । ମୂତ୍ରନଳୀ ସଂକ୍ରମଣ ବ୍ୟତୀତ ଶ୍ବାସନଳୀରେ ମଧ୍ୟ ସଂକ୍ରମଣ ହୋଇଥାଏ । ଚର୍ମ, କେଶ, ଦାନ୍ତ ଏବଂ ଗୁଣ୍ଡ ଭଳି ଆମ ଶରୀରର ଅନେକ ଅଙ୍ଗ ପାଇଁ ଏହା ଆବଶ୍ୟକ। ଚର୍ମ କୋଷ ଗଠନ ପାଇଁ ଭିଟାମିନ୍ ଏ ଅତ୍ୟନ୍ତ ଜରୁରୀ। ଏହାର ଅଭାବ ହେତୁ ଚର୍ମରେ ସମସ୍ୟା ଦେଖାଦେଇଥାଏ। ଏହାର ଅଭାବ ପୂରଣ ପାଇଁ ସବୁଜ ତଟକା ପନିପରିବା ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ଥାଏ। ଏହାସହ ସୋୟାବିନ୍, କ୍ଷୀର, ଗାଜର, ପିଜୁଳି, ଅମୃତଭଣ୍ଡା, ମାଛ ତେଲ, ଅଣ୍ଡା ଖାଇପାରିବେ ।

ଭିଟାମିନ C: ଶରୀରର ସଠିକ୍ ବିକାଶ ପାଇଁ ଭିଟାମିନ୍ ସି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ ସି' ଅଭାବ କେବଳ ଚର୍ମ ସମସ୍ୟା ସୃଷ୍ଟି କରେ ନାହିଁ, ବରଂ ଏହା ଦାନ୍ତ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଇଥାଏ । ଶରୀରରେ ଭିଟାମିନ୍ ସି'ର ଅଭାବ ହେତୁ କୋଲାଜେନର ଅଭାବ ଦେଖାଦେଇଥାଏ। ଏହି କାରଣରୁ, ଦାନ୍ତରୁ ରକ୍ତସ୍ରାବ ହୋଇଥାଏ। ବାରମ୍ବାର ଦାନ୍ତ ଭାଙ୍ଗିବାରେ ମଧ୍ୟ ଆଶଙ୍କା ରହିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଭିଟାମିନ୍ ସି' ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରରେ ଏହାର ଅଭାବ ଯୋଗୁଁ କ୍ଳାନ୍ତ ଲାଗିବା, ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା ଅନୁଭବ କରିବେ । କ୍ଷତ ଭଲ ହେବା ପାଇଁ ମଧ୍ୟ ବହୁତ ସମୟ ଲାଗିପାରେ । ଭିଟାମିନ୍ ସି'ର ଅଭାବକୁ ପୂରଣ କରିବା ପାଇଁ ଖାଦ୍ୟରେ ସାଇଟ୍ରସ୍ ଫଳଗୁଡିକ ଅନ୍ତର୍ଭୁକ୍ତ କରିପାରିବେ ଯେପରିକି ଲେମ୍ବୁ, କମଳା, ଅଙ୍ଗୁର, ପୋଦିନା, ଟମାଟୋ ଖାଇ ପାରିବେ ।

ଭିଟାମିନ D: ଆମ ଶରୀରର ସଠିକ୍ ବିକାଶ ପାଇଁ ଭିଟାମିନ୍ ଡି' ଆବଶ୍ୟକ ହୋଇଥାଏ । ଭିଟାମିନ୍ ଡି'ର ଅଭାବ ହେତୁ ହାଡ଼ ଦୁର୍ବଳ ହୋଇଯାଏ । ଏହି କାରଣରୁ ଆର୍ଥ୍ରାଇଟିସ୍, ଅଷ୍ଟିଓପୋରୋସିସ୍ ସମସ୍ୟା ଦେଖାଦେଇଥାଏ । ଭିଟାମିନ୍ ଡି' ଅଭାବ ପିଲାମାନଙ୍କଠାରେ ରିକେଟ୍ ରୋଗ ସୃଷ୍ଟି କରିପାରେ, ଯେଉଁଥିରେ ହାଡ ଦୁର୍ବଳ ହେବା ସହ ଟିକେ ଆଘାତ ଲାଗିଲେ ଭାଙ୍ଗିଯାଇଥାଏ । ଭିଟାମିନ୍ ଡି' ଅଭାବରୁ ଲୋକମାନେ ଚାପ ଏବଂ ଉଦାସୀନତାର ଶିକାର ମଧ୍ୟ ହୋଇପାରନ୍ତି । କୁହାଯାଏ ସକାଳୁ ସୂର୍ଯ୍ୟକିରଣରେ 15 ମିନିଟ ବସିଲେ ଶରୀରରେ ଭିଟାମିନ ଡି'ର ଅଭାବ ପୂରଣ ହୋଇଯାଇଥାଏ । ଏହା ବ୍ୟତୀତ କ୍ଷୀର, କଦଳୀ, ଚିକେନ୍ ଖାଇପାରିବେ ।

ଭିଟାମିନ E: ଚର୍ମ ଏବଂ କେଶକୁ ସୁସ୍ଥ ରଖିବାରେ ଭିଟାମିନ୍ ଇ' ଗୁରୁତ୍ୱପୂର୍ଣ୍ଣ । ଏହା ବ୍ୟତୀତ ଶରୀରେ ଭିଟାମିନ ଇ'ର ଉପସ୍ଥିତି ଅନେକ ରୋଗରୁ ରକ୍ଷା କରିଥାଏ । ଭିଟାମିନ୍ ଇ' ଅଭାବ ଯୋଗୁଁ ମାଂସପେଶୀ ଦୁର୍ବଳ ହେବା ସହ ଆଖି ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଏହା ଶରୀରରେ ଆଣ୍ଟିଅକ୍ସିଡାଣ୍ଟ୍‌ ଭାବରେ କାମ କରିଥାଏ । ଭିଟାମିନ୍ ଇ'ର ଅଭାବ ହେତୁ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମିଳି ନଥାଏ, ଫଳରେ ହାର୍ଟ ଏବଂ ମସ୍ତିଷ୍କ ସହିତ ଜଡିତ ଅନେକ ସମସ୍ୟା ହୋଇପାରେ । ଏହାର ଅଭାବକୁ ପୂରଣ କରିବା ପାଇଁ ଖାଦ୍ୟରେ ପାଳଙ୍ଗ ବାଦାମ, କଦଳୀ, ସୂର୍ଯ୍ୟମୁଖୀ ମଞ୍ଜି, ଅଣ୍ଡା, ଅଲୁଅ, ସବୁଜ ପନିପରିବା, କୋବି, ଆମ୍ବ ଏବଂ ସୋୟାବିନ୍ ଅନ୍ତର୍ଭୁକ୍ତ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.