ETV Bharat / sukhibhava

ଡରାଉଛି ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମ, ଜାଣନ୍ତୁ ଲକ୍ଷଣ

White Lungs Syndrome: ସାରା ବିଶ୍ବରେ ଚହଳ ସୃଷ୍ଟି କରିଛି ରହସମ ନିମୋନିଆ। ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମ ନେଇ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି। ଜାଣନ୍ତୁ କଣ ଏହି ରୋଗର ଲକ୍ଷଣ

White Lungs Syndrome
White Lungs Syndrome
author img

By ETV Bharat Odisha Team

Published : Dec 5, 2023, 4:52 PM IST

ହାଇଦ୍ରାବାଦ: ଚୀନରେ ବ୍ୟାପୁଥିବା ରହସ୍ୟମୟ ନିମୋନିଆ ଏବେ ଚିନ୍ତାର କାରଣ ସାଜିଛି। ଚୀନ ପରେ ଏବେ ଆମେରିକା ଏବଂ ଡେନମାର୍କରେ ନିମୋନିଆ ଦେଖାଯାଉଛି। ତେବେ ଏହାକୁ ମାଇକୋପ୍ଲାସମା ନିମୋନିଆ ସଂକ୍ରମଣ ବୋଲି କୁହାଯାଇଛି। ଚୀନ୍ ପରେ ବର୍ତ୍ତମାନ ଆମେରିକାର ଓହିଓ ରାଜ୍ୟରେ ଛୁଆମାନେ ନିମୋନିଆରେ ଆକ୍ରାନ୍ତ ହେଉଥିବା ରିପୋର୍ଟରେ କୁହାଯାଇଛି। ଆମେରିକା ବ୍ୟତୀତ ଡେନମାର୍କ ଏବଂ ନେଦରଲ୍ୟାଣ୍ଡରେ ମଧ୍ୟ ଏହାର ମାମଲା ସାମ୍ନାକୁ ଆସିଛି। ପ୍ରାୟ 3ରୁ 8 ବର୍ଷ ବୟସର ଛୁଆମାନେ ଏହି ରୋଗରେ ଅଧିକ ପ୍ରଭାବିତ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହି ରୋଗ କାହିଁକି ହେଉଛି ତାହୈର ସଠିକ ପ୍ରମାଣ ମିଳିପାରି ନାହିଁ। କିନ୍ତୁ ଏହି ରୋଗର କାରଣ ମାଇକୋପ୍ଲାସମା ନିମୋନିଆ ବ୍ୟାକ୍ଟୋରିଆ ବୋଲି କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ଦାବି କରିଛନ୍ତି।

କହିରଖୁଛୁ କି ଏହି ସଂକ୍ରମଣ ହେତୁ ଫୁସଫୁସ ଅଧିକ ପ୍ରଭାବିତ ହେଉଛି। ତେବେ ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମର ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି।

ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମ କଣ?: ଚାଇନାରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମ କୁହାଯାଉଛି। କାରଣ ଏହି ରୋଗର ଆକ୍ରାନ୍ତ ହେବା ମାତ୍ରେ ଫୁସଫୁସରେ ଧଳା ଆସ୍ତରଣ ଦେଖାଯାଉଛି। ଏହି ରୋଗ ଯୋଗୁଁ ଫୁସଫୁସରେ ଫୁଲା ଦେଖାଯାଇଥାଏ। ଫଳରେ ଫୁସଫୁସ ଏବଂ ଶ୍ବସନ ତନ୍ତ୍ରରେ ସମସ୍ୟା ଦେଖାଯାଇଥାଏ। ତେବେ ପ୍ରାରମ୍ଭିକ ଅବସ୍ଥାରେ ଏହା ଗମ୍ଭୀର ହୋଇନଥିଲେ ହେଁ ପରବର୍ତ୍ତି ସମୟରେ ଏହା ସାଘାଂତିକ ପରିସ୍ଥିତି ସୃଷ୍ଟି କରିଥାଏ।

ଏହା ମଧ୍ୟ ପଢନ୍ତୁ: ଚୀନର ରହସ୍ୟମୟ ରୋଗ ନେଇ 'WHO'ର ବଡ଼ ବୟାନ, କୋରୋନା ପରି ଏକ ମାରାତ୍ମକ ରୋଗ...

ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମର ଲକ୍ଷଣ:

  1. ନାକରୁ ପାଣି ବାହାରିବା ବା ନାକ ବନ୍ଦ ହୋଇଯିବା
  2. ଗଳା ଖରାପ ହେବା
  3. ଜ୍ବର
  4. ଥକ୍କା ଲାଗିବା
  5. ଥଣ୍ଡା ଲାଗି ରହିବା
  6. ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେବା

ତେବେ ବର୍ତ୍ତମାନ ସୁଦ୍ଧା ଏହି ରୋଗର କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ କାଶ ଏବଂ ଛିଙ୍କ ଦ୍ବାରା ବାହାରୁଥିବା ତରଳ ପଦାର୍ଥ ଅନ୍ୟଜଣଙ୍କୁ ସଂକ୍ରମିତ କରିପାରେ ବୋଲି କୁହାଯାଇଛି।

ଏହି ରୋଗରୁ କିଭଳି ବର୍ତ୍ତିବେ: ସ୍ବଚ୍ଛତା ବଜାୟୀ ରଖିବା ଦ୍ବାରା ଅଧିକାଂଶ ଶ୍ବସନ ରୋଗରୁ ରକ୍ଷା କରାଯାଇପରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି।

  • ଖାଦ୍ୟ ଖାଇବା ବା ମୁହଁକୁ ଛୁଇଁବା ପୂର୍ବରୁ ହାତକୁ ଭଲ ଭାବେ ସାବୁନରେ ଧୋଇବା ଉଚିତ
  • ଛିଙ୍କିବା ବା କାଶିବା ସମୟରେ ମୁହଁକୁ ବନ୍ଦ ରଖିବା ଉଚିତ
  • ବ୍ୟବାହର କରିଥିବା ଟିସୁକୁ ଏଣେତେଣେ ନଫୋପାଡି ଏକ ଗର୍ତ୍ତ କରି ପୋତିବା ଉଚିତ
  • ଯଦି କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି ତେହାଲେ ଘରେ ରହିବା ଉଚିତ
  • ବାହାରକୁ ବାହାରିବା ସମୟରେ ମାସ୍କ ପରିଧାନ କରିବା ଉଚିତ
  • ପାଣିର ସମସ୍ୟା ଦେଖାଦେଲେ ସାନିଟାଇଜର ବ୍ୟବହାର କରନ୍ତୁ

ବିଦ୍ର: ଯଦି ଶ୍ବାସକ୍ରିୟାରେ ସମସ୍ୟା କିମ୍ବା ଦୀର୍ଘ ଦିନ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହୁଛି ତାହେଲେ ବିଳମ୍ବ ନକରି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.