ETV Bharat / sukhibhava

ଶୀତ ଋତୁରେ ଆଙ୍ଗୁଠି କୁଣ୍ଡେଇ ହେଉଥିଲେ ସାବଧାନ ! ହୋଇପାରେ ଏହି ସମସ୍ୟା

Chilblains in Winter: ଶୀତ ଋତୁରେ ଚର୍ମରୋଗ ଦେଖାଯିବା ସାଧାରଣ କଥା ଅଟେ। ତେବେ ଜାଣନ୍ତୁ ଚିଲବେନ୍ସ କଣ ଏବଂ ଏହାର ଲକ୍ଷଣ

ଚିଲବେନ୍ସ
ଚିଲବେନ୍ସ
author img

By ETV Bharat Odisha Team

Published : Dec 29, 2023, 5:32 PM IST

ହାଇଦ୍ରାବାଦ: ଶୀତ ଋତୁ ସାଙ୍ଗରେ ଅନେକ ରୋଗ ଆଣିଥାଏ ତାହା ସମସ୍ତେ ଜାଣନ୍ତି। ଆଙ୍ଗୁଠିରେ ଫୁଲା ସମସ୍ୟା ଶୀତ ଋତୁରେ ଅନେକ ଲୋକଙ୍କୁ ସମସ୍ୟାରେ ପକାଇଥାଏ। ଯଦିଓ ଏହାକୁ ଗୁରୁତର ରୋଗ କିମ୍ବା ସମସ୍ୟା ଭାବେ ପରିଗଣିତ କରାଯାଏ ନାହିଁ ତଥାପି ଆଙ୍ଗୁଠି କୁଣ୍ଡେଇ ହୋଇ ଫୁଲିଯିବା କାରଣରୁ ମାଂସପେଶୀରେ ସମସ୍ୟା ବୃଦ୍ଧି ପାଇଥାଏ। ଚର୍ମରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଶୀତଋତୁରେ ଚିଲବେନ୍ସ ଏକ ମୁଖ୍ୟ ସମସ୍ୟା ଅଟେ। ଏହାର ଲକ୍ଷଣ ହାତ ଏବଂ ପାଦରେ ଅଧିକ ଦେଖାଯାଇଥାଏ। ଏପରି ପରିସ୍ଥିତିରେ ହାତ ଏବଂ ପାଦର ଆଙ୍ଗୁଠିର ରଙ୍ଗ ନାଲି ହୋଇଯାଇଥାଏ। କେବଳ ଏତିକି ନୁହେଁ ଏଭଳି କ୍ଷେତ୍ରରେ ଆଙ୍ଗୁଠି କୁଣ୍ଡେଇ ହେବା ସହିତ ଯନ୍ତ୍ରଣା ମଧ୍ୟ ହୋଇଥାଏ।

ଚିଲବେନ୍ସ କଣ: ଚିଲବେନ୍ସ ରୋଗରେ ପ୍ରଥମେ ହାତ ଏବଂ ପାଦରେ ଫୁଲା ଦେଖାଯାଇଥାଏ। ଫଳରେ ପ୍ରଥମ ଲକ୍ଷଣ ଭାବେ ପ୍ୟାଚ ପ୍ୟାଚ ହେଲା ଭଳି ଦେଖାଯାଏ। ଶୀତ ଋତୁରେ ବେସ କରି ଏହି ସମସ୍ୟା ଦେଖାଯାଇଥାଏ। ଚିଲବେନ୍ସ ରେ ଚର୍ମରେ ଫୁଲା, କୁଞ୍ଚନ, ନୀଳ-ଧଳା ଏବଂ ବାଇଗଣୀ ରଙ୍ଗର ପ୍ୟାଚ ଦେଖାଯାଇଥାଏ।

ଏହା ମଧ୍ୟ ପଢନ୍ତୁ: ଶୀତଦିନେ ଚର୍ମରୋଗ ସମସ୍ୟା, ଏହିପରି କରନ୍ତୁ ଚିକିତ୍ସା

ଚିଲବେନ୍ସର କାରଣ:

  • ଶୀତ ଋତୁରେ ଖାଲି ପାଦରେ ଚାଲିବା ସହିତ ଥଣ୍ଡା ପାଣିରେ ଅଧିକ ସମୟ ରହିବା ଦ୍ବାରା ଏହି ସମସ୍ୟା ହୋଇଥାଏ।
  • ଛୋଟ ଆକାରର ଜୋତା ଏବଂ ଓଦା ସକ୍ସର ବ୍ୟବହାର ହ୍ରାସ କରନ୍ତୁ। ଯେଉଁଥିପାଇଁ ଆଙ୍ଗୁଠିର ରକ୍ତ ସଞ୍ଚାଳନ ଠିକ୍ ଭାବରେ କାମ କରେ ନାହିଁ।
  • ଖରାପ ରକ୍ତ ସଞ୍ଚାଳନ, ରକ୍ତଭଣ୍ଡାରର ସଂକୋଚନ, ଅଟୋଇମ୍ୟୁନ ରୋଗର ଥିବା ବ୍ୟକ୍ତି ଏବଂ କମ୍ ଓଜନ ଥିଲେ ଏହି ରୋଗ ହୋଇଥାଏ । ଗୁରୁତର ଅବସ୍ଥାରେ ଫୁଲା ଏବଂ ଅଲସର ହୋଇପାରେ । କିନ୍ତୁ ଅଧିକାଂଶ ଲୋକଙ୍କ ପାଇଁ, ଏକରୁ ତିନି ସପ୍ତାହ ମଧ୍ୟରେ ରୋଗ ଠିକ୍ ହେବାକୁ ଲାଗେ ।
  • ଏହି ରୋଗ ଶୀତଦିନେ ଶୀଘ୍ର ବ୍ୟାପିଥାଏ। ଆଙ୍ଗୁଠି ଫୁଲିଯିବା ଏବଂ ଯନ୍ତ୍ରଣା ହେବା ଆରମ୍ଭ ହୋଇଥାଏ। ଶୀତଦିନେ ଟାଇଟ୍ ଫିଟ୍ ପୋଷାକ କିମ୍ବା ଜୋତା ନ ପିନ୍ଧିବା ଦ୍ୱାରା ଚିଲବ୍ଲେନ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।

ଚିଲବେନ୍ସର ଲକ୍ଷଣ:

  • ହାତ, ପାଦ କୁଣ୍ଡେଇ ହେବା ସହିତ ଚର୍ମ ବହଳିଆ ଲାଗିବା
  • ଧଳା କିମ୍ବା ନାଲି ଦାଗ ଦେଖାଯିବା
  • ହାତ-ପାଦ ଫୁଲିଯିବା
  • ଚର୍ମର ରଙ୍ଗରେ ପରିବର୍ତ୍ତନ ହେବା ସହିତ ଯନ୍ତ୍ରଣା

ଯନ୍ତ୍ରଣାରୁ କିଭଳି ପାଇବେ ମୁକ୍ତି: ଏହି ସମସ୍ୟା ହେଲେ ଠିକ ହେବା ପାଇଁ 2ରୁ 3 ସପ୍ତାହ ସମୟ ଲାଗିଥାଏ। ପରିବେଶ ଉତ୍ତପ୍ତ ହେଲେ ଶୀଘ୍ର ସମସ୍ୟାରୁ ଉପଶମ ମିଳିଥାଏ। ତେବେ ଏହି ସମସ୍ୟାରୁ ବର୍ତ୍ତିବାକୁ ହେଲେ ପରିଷ୍କାର ପରିଚ୍ଛନ୍ନ କପଡା ସହିତ ଶରୀରକୁ ଘୋଡେଇ ରଖିବା ଉଚିତ। ଯଦି ଏଭଳି ସମସ୍ୟା ଦେଖାଯାଉଛି ତାହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ। ଯେପର୍ଯ୍ୟନ୍ତ ଏହା ଠିକ୍ ହୋଇନଥାଏ ସେପର୍ଯ୍ୟନ୍ତ, ପ୍ରଭାବିତ ସ୍ଥାନକୁ ଶୀତରୁ ରକ୍ଷା କରିବା ଜରୁରୀ ଅଟେ।

ବିଦ୍ର: ଏହା ଏକ ସାଧାରଣ ସୂଚନା ଉପରେ ଆଧାରିତ ଖବର ଅଟେ। କୌଣସି ପ୍ରକାର ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.