ETV Bharat / sukhibhava

ନିମୋନିଆ କେତେ ପ୍ରକାରର ? ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ - ନିମୋନିଆର ଲକ୍ଷଣ

Bacterial Vs Viral Pneumonia: ବର୍ତ୍ତମାନ ସମୟରେ ନିମୋନିଆର ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶୁଛି । ବିଦେଶରେ ନିମୋନିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡିଶାରେ ମଧ୍ୟ କିଛି ବ୍ୟକ୍ତି ନିମୋନିଆରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜାଣନ୍ତୁ ନିମୋନିଆ କଣ

Pneumonia
Pneumonia
author img

By ETV Bharat Odisha Team

Published : Dec 8, 2023, 4:12 PM IST

ହାଇଦ୍ରାବାଦ: କିଛି ଦିନ ଧରି ଚୀନ ସମେତ ଡେନମାର୍କ, ଫ୍ରାନ୍ସ ଏବଂ ନେଦରଲ୍ୟାଣ୍ଡ ଭଳି ଦେଶରୁ କ୍ରମାଗତ ଭାବେ ନିମୋନିଆ ବୃଦ୍ଧି ହେବାର ଖବର ସାମ୍ନାକୁ ଆସୁଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଛୋଟ ଛୁଆଙ୍କ ଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ନିମୋନିଆ ସମଗ୍ର ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ସୂଚନା ଅନୁସାରେ, ଉପରୋକ୍ତ ଦେଶଗୁଡିକରେ ବୃଦ୍ଧି ପାଉଥିବା ମାମଲା ମଧ୍ୟରୁ ଅଧିକାଂଶ ବ୍ୟାକ୍ଟେରିଆ ସଂକ୍ରମଣ ଅଟେ। ଯାହା ନିମୋନିଆର ସବୁଠାରୁ ସାଧାରଣ ପ୍ରକାର ଅଟେ । ଅନ୍ୟପଟେ ଥଣ୍ଡା ଯୋଗୁଁ ମଧ୍ୟ ଭାଇରାଲ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

କେମିତି ହୁଏ ନିମୋନିଆ: ଜଣେ ବ୍ୟକ୍ତିର ଗୋଟିଏ କିମ୍ବା ଦୁଇଟି ଫୁସଫୁସରେ ସଂକ୍ରମଣ ହେଲେ ତାହାକୁ ନିମୋନିଆ କୁହାଯାଏ। ଏହାର ଲକ୍ଷଣ ମଧ୍ୟ ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ରକ୍ତ ପରୀକ୍ଷା ଏବଂ ଏକ୍ସରେ ଦ୍ବାରା ଏହି ରୋଗକୁ ଚିହ୍ନଟ କରିବା ସମ୍ଭବ ହୋଇଥାଏ ।

ଭାଇରାଲ ନିମୋନିଆ କଣ: ଯେତେବେଳେ କୌଣସି ଭାଇରସ ଦ୍ବାରା ଫୁସଫୁସ ସଂକ୍ରମିତ ହୋଇଥାଏ ତାହେଲେ ତାହାକୁ ଭାଇରଲ ନିମୋନିଆ କୁହାଯାଏ । ସାଧାରଣତଃ ଏହା ଫ୍ଲୁ ପାଇଁ ହୋଇଥାଏ । କିନ୍ତୁ ସାଧାରଣ ଥଣ୍ଡା ଏବଂ ଭାଇରସ ଯୋଗୁଁ ମଧ୍ୟ ଜଣେ ବ୍ୟକ୍ତି ଏଥିରେ ପୀଡିତ ହୋଇପାରନ୍ତି ।

ବ୍ୟାକ୍ଟେରିଆଲ ସଂକ୍ରମଣ କଣ: ଯଦି କୌଣସି କୀଟାଣୁ ଦ୍ବାରା ଫୁସଫୁସ ସ‌ଂକ୍ରମିତ ହୁଏ ତାହାକୁ ବ୍ୟାକ୍ଟେରିଆଲ ନିମୋନିଆ କୁହାଯାଏ । ସାଧାରଣତଃ ଷ୍ଟ୍ରେପ୍ଟୋକୋକସ୍ କିମ୍ବା ନିମୋକୋକସ୍ ବ୍ୟାକ୍ଟେରିଆ ଯୋଗୁଁ ହୋଇଥାଏ।

ନିମୋନିଆର ଲକ୍ଷଣ: ଜ୍ବର, କାଶ, ଥକ୍କା ଲାଗିବା, ଶରୀରେ ଯନ୍ତ୍ରଣା, ଛାତିରେ କଷ୍ଟ ଅନୁଭବ ହେବା, ଗଳା ଫୁଲିଯିବା, ଭୋକ ନଲାଗିବା ଏବଂ ଛେପରେ ରଙ୍ଗରେ ପରିବର୍ତ୍ତନ ଭଳି ଲକ୍ଷଣ ଦେଖାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ; ଡରାଉଛି ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମ, ଜାଣନ୍ତୁ ଲକ୍ଷଣ

ବ୍ୟାକ୍ଟେରିଆଲ ଏବଂ ଭାଇରାଲ ନିମୋନିଆ ମଧ୍ୟରେ ପାର୍ଥକ୍ୟ: ସାଧାରଣତଃ ଦୁଇ ପ୍ରକାର ନିମୋନିଆର ଲକ୍ଷଣ ପ୍ରାୟତଃ ସମାନ ହୋଇଥାଏ । କିନ୍ତୁ ବ୍ୟାକ୍ଚେରିଆ ଯୋଗୁଁ ହେଉଥିବା ନିମୋନିଆରେ ଅଧିକ ଜ୍ବର ହୋଇଥାଏ । ଅର୍ଥାତ ତାପମାତ୍ରା ଅଧିକ ହୋଇଥାଏ । କଫ ମଧ୍ୟ ମୋଟା ହୋଇଥାଏ। ବେଳେବେଳେ ଛାତିରେ ଗମ୍ଭୀର ଯନ୍ତ୍ରଣା ହୋଇଥାଏ।

ଯଦି ଚିକିତ୍ସା କଥା କୁହାଯାଏ, ତାହାଲେ ଦୁଇ ନିମୋନିଆର ଲକ୍ଷଣକୁ ଆଖି ଆଗରେ ରଖି ଚିକିତ୍ସା କରାଯାଇଥାଏ।

ବ୍ୟାକ୍ଟୋରିଆଲ ନିମୋନିଆର ଚିକିତ୍ସାରେ ଆଣ୍ଟିବାୟୋଟିକ ଅଧିକ ପ୍ରଭାବଶାଳୀ ହୋଇଥାଏ। କିନ୍ତୁ ଭାଇରାଲ ନିମୋନିଆରେ ଏହାର ପ୍ରଭାବ ଅଧିକ ଦେଖାଯାଏ ନାହିଁ। ଏହି ନିମୋନିଆ ପାଇଁ ଆଣ୍ଟି ଭାଇରାଲ ଔଷଧ, ପର୍ଯ୍ୟାପ୍ତ ପରିମାଣରେ ବ୍ଲଡ ଏବଂ ଅକ୍ସିଜେନ ସ୍ତରକୁ ଠୁକ ରଖିବା ପାଇଁ ଅକ୍ସିଜେନ ଥେରାପୀ ଦିଆଯାଇଥାଏ।

ଭାଇରାଲ ନିମୋନିଆର ପ୍ରାଥମିକ ସ୍ତରରେ ଲାକ ବନ୍ଦ ହୋଇଯିବା, କାଶ ଏବଂ ଜ୍ବର ହୋଇଥାଏ। ଏହାସହ ଛାତିରେ ମ୍ୟୁକସ(କଫ) ଜମି ଯାଇଥାଏ।

ବ୍ୟାକ୍ଟେରିଆଲ ନିମୋନିଆରେ ହଠାତ ଜ୍ବର ହେବା ସହିତ ଦୀର୍ଘ ସମୟ ଧରି ଜ୍ବର ଲାଗିରହିବା, ଫୁସଫୁସ ଫୁଲିଯିବା ସହିତ ଯନ୍ତ୍ରଣା ମଧ୍ୟ ହୋଇଥାଏ।

ବିଦ୍ର: ଯଦି ଶ୍ବାସକ୍ରିୟାରେ ସମସ୍ୟା କିମ୍ବା ଦୀର୍ଘ ଦିନ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହୁଛି ତାହେଲେ ବିଳମ୍ବ ନକରି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.