ETV Bharat / sukhibhava

Type 2 Diabetes: କାହିଁକି ଛୁଆଙ୍କ କ୍ଷେତ୍ରରେ ଅଧିକ ଦେଖାଦେଉଛି ଟାଇପ-2 ମଧୁମେହ

author img

By

Published : Jul 12, 2023, 5:26 PM IST

ଛୋଟ ଛୁଆଙ୍କ କ୍ଷେତ୍ରରେ ଅଧିକ ଦେଖାଦେଉଛି ଟାଇପ-2 ମଧୁମେହ । ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

Type 2 Diabetes
Type 2 Diabetes

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଘରେ ଘରେ ରହିଛନ୍ତି ମଧୁମେହ ରୋଗୀ । ଅଧିକାଂଶ ବ୍ୟକ୍ତି ମଧୁମେହରେ ପୀଡିତ ହୋଇଥିବା କଥା ଆପଣ ଜାଣିଥିବେ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯୁବକ ଏବଂ ବୃଦ୍ଧମାନଙ୍କ ମଧ୍ୟରେ ଏହି ସମସ୍ୟା ବର୍ତ୍ତମାନ ସାଧାରଣ ହୋଇପଡିଛି । ବୃଦ୍ଧଙ୍କ ଅପେକ୍ଷା ବର୍ତ୍ତମାନ ଯୁବକମାନେ ଅଧିକ ଏହାର ଶିକାର ହେଉଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକାଂଶ କ୍ଷେତ୍ରରେ ପିଲାଙ୍କ ଠାରେ ଟାଇପ୍ -1 ଡାଇବେଟିସ୍ ହେବାର ଆଶଙ୍କା ଦେଖିବାକୁ ମିଳିଥିଲା, କିନ୍ତୁ ବର୍ତ୍ତମାନ ଟାଇପ୍-୨ ମଧୁମେହ ବା ଡାଇବେଟିସର ମଧ୍ୟ ଶିକାର ହେଉଥିବା ଦେଖିବାକୁ ମିଳିଛି ।

ଟାଇପ୍ -1 ହେଉଛି ଏକ ପ୍ରକାର ଅଟୋୟୁମିନ ରୋଗ । ଯାହାକି ପ୍ରତିରକ୍ଷା ପ୍ରଣାଳୀର ହେଲଦି ସେଲ ଉପରେ ଖରାପ ପ୍ରଭାବ ପକାଇଥାଏ । ଜେନେଟିକ କାରଣରୁ ଏହା ହେବାର ଆଶଙ୍କା ଅଧିକା ରହିଥାଏ ବୋଲି କୁହାଯାଇଥିଲା । ହେଲେ ବର୍ତ୍ତମାନ ଟାଇପ-2 ମଧୁମେହ ରେଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସବୁଠାରୁ ଚିନ୍ତାର ବିଷୟ ଯେ, ଛୋଟ ପିଲାମାନେ ଏହାର ଶିକାର ଅଧିକ ହେଉଛନ୍ତି । ପିଲାଙ୍କ ଠାରେ ଅନେକ ଖରାପ ଅଭ୍ୟାସ ହେତୁ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ବୃଦ୍ଧି ପାଉଛି ବୋଲି କୁହାଯାଇଛି ।

ସ୍ବାସ୍ଥ୍ଯ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ଯେ ଅଳ୍ପ ବୟସରେ ପିଲାଙ୍କ ଠାରେ ମଧୁମେହ ସମସ୍ୟା ଅନ୍ୟାନ୍ୟ ଜଟିଳତା ସୃଷ୍ଟି କରିପାରେ । ଏହା ସେମାନଙ୍କର ଜୀବନ ଗୁଣବତ୍ତା ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଇପାରେ । ସେଥିପାଇଁ ଦୈନନ୍ଦିନ ଜୀବନ ଉପରେ ବିଶେଷ ଧ୍ୟାନ ଦେବା ଉଚିତ ବୋଲି କୁହାଯାଇଛି । 2050 ସୁଦ୍ଧା ବିଶ୍ବର ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି କୁହାଯାଇଛି ।

ଟାଇପ-1 ଏହଂ ଟାଇପ-2 ମଧୁମେହ ମଧ୍ୟରେ ପାର୍ଥକ୍ୟ କଣ ?: ସାଧାରଣତଃ ମଧୁମେହ ଦୁଇ ପ୍ରକାରର ବୋଲି ସମସ୍ତେ ଜାଣିଛନ୍ତି। ଟାଇପ୍-1 ଏବଂ ଟାଇପ୍-2 । ଏଥି ମଧ୍ୟରୁ ଟାଇପ୍-୨ ମଧୁମେହ ଏକ ବିପଜ୍ଜନକ ରୋଗ ବୋଲି ବିବେଚନା କରାଯାଏ । ଟାଇପ୍ -1 ଡାଇବେଟିସ ଏକ ଅଟୋମ୍ୟୁମ୍ୟୁନ ରୋଗ ଯେଉଁଥିରେ ପ୍ରତିରକ୍ଷା ପ୍ରଣାଳୀ ଶରୀରର ସୁସ୍ଥ ଅଗ୍ନାଶୟ କୋଷ ଉପରେ ଆକ୍ରମଣ କରିଥାଏ । ଯାହା ଫଳରେ ଏହା ଆଉ ଇନସୁଲିନ୍ ତିଆରି କରିପାରେ ନାହିଁ । ଅନ୍ୟ ପଟେ ଟାଇପ୍-୨ ମଧୁମେହରେ ଇନସୁଲିନ୍ ପର୍ଯ୍ୟାପ୍ତ ପରିମାଣରେ ଉତ୍ପନ୍ନ ହୁଏ ନାହିଁ କିମ୍ବା ଶରୀର ଏହାକୁ ସଠିକ୍ ଭାବରେ ବ୍ୟବହାର କରିବାରେ ସକ୍ଷମ ହୁଏ ନାହିଁ । ଟାଇପ୍-୨ ମଧୁମେହ ମୁଖ୍ୟତଃ ଜୀବନଶୈଳୀ ଏବଂ ମେଟାବୋଲିଜିମ ବ୍ୟାଘାତ ସହିତ ଜଡିତ ବୋଲି ବିଶ୍ବାସ କରାଯାଏ । ପ୍ରକାଶଥାଉକି, ମେଟାବୋଲିଜିମ୍ ମାଧ୍ୟମରେ ଖାଦ୍ୟ ଶକ୍ତିରେ ପରିଣତ ହୁଏ ଏବଂ ଶକ୍ତି ଗ୍ରହଣ କରୁଥିବା କୋଷ ବ୍ୟତୀତ ଆମ ଶରୀରର ମାଂସପେଶୀ ଫୁସଫୁସରୁ ଅମ୍ଳଜାନ ଗ୍ରହଣ କରେ।

ଛୁଆଙ୍କ କ୍ଷେତ୍ରରେ ଟାଇପ-2 ଡାଇବିଟିସର ସଂଖ୍ୟା ଅଧିକା: WHOର ତଥ୍ୟ ଅନୁଯାୟୀ, ଭାରତରେ 18 ବର୍ଷରୁ ଅଧିକ 77 ମିଲିୟନ ଲୋକ ଟାଇପ୍ 2 ମଧୁମେହ ରୋଗରେ ପୀଡିତ ଅଛନ୍ତି । ଡାକ୍ତରମାନେ ଜାଣିବାକୁ ପାଇଛନ୍ତି ଯେ ଯଦିଓ ଏହାର ବିପଦ ବୃଦ୍ଧ-ବୟସ୍କମାନଙ୍କଠାରେ ଅଧିକ ଥିଲା, କିନ୍ତୁ ବର୍ତ୍ତମାନ ଏହାର ମାମଲା ଛୋଟ ଛୁଆଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଉଛି। 12ରୁ 20 ବର୍ଷ ବୟସର କିଶୋରଙ୍କ ଠାରେ ମଧ୍ୟ ଦେଖାଯାଉଛି। କୁହାଯାଉଛି ଯେ, ଅଧିକ ଓଜନ କାରଣରୁ ଯେକୌଣସି ବୟସରେ ମଧ୍ୟ ମଧୁମେହ ରୋଗ ଗ୍ରାସ କରିପାରେ ।

ଏହା ମଧ୍ୟ ପଢନ୍ତୁ: Type-2 ମଧୁମେହ କାରଣରୁ ଏହିସବୁ ଅଙ୍ଗ ହୋଇପାରେ ପ୍ରଭାବିତ, ରୁହନ୍ତୁ ସତର୍କ

ରିପୋର୍ଟରେ ଦର୍ଶାଯାଇଛି ଯେ, ଡାକ୍ତରଙ୍କ କହିବା ଅନୁସାରେ ଖରାପ ଜୀବନଶୈଳୀ ହେତୁ ସେମାନଙ୍କ ମଧ୍ୟରେ ଓଜନ ବୃଦ୍ଧି ସମସ୍ୟା ଅଧିକ ଦେଖାଯାଉଛି । ଏହା କେବଳ ମଧୁମେହ ନୁହେଁ ଅନ୍ୟ ଅନେକ ମାରାତ୍ମକ ରୋଗର ଆଶଙ୍କା ମଧ୍ୟ ବଢାଇପାରେ । ମେଦବହୁଳତା ଇନସୁଲିନ୍ ପ୍ରତିରୋଧ କରିଥାଏ, ଯାହା ଟାଇପ୍ 2 ପାଇଁ ଏକ ବିପଦ କାରଣ ଅଟେ । ପିଲାମାନେ ମୋବାଇଲ ସହିତ ଅଧିକ ଯୋଡି ହୋଇ ରହିବା, ନଖେଳିବା, ଜଙ୍କ ଫୁଡ ଅତ୍ୟଧିକ ବ୍ୟବହାର କାରଣରୁ ଏହି ସମସ୍ୟା ଅଧିକ ଦେଖାଯାଉଛି ।

ଏଭଳି ଛୁଆ ଅଧିକ ଧ୍ୟାନ ଦେବା ଆବଶ୍ୟକ: ଯେଉଁ ପିଲାମାନଙ୍କର ପିତାମାତାଙ୍କର ମଧୁମେହ ଥାଏ, ଜେନେଟିକ କାରଣରୁ ଛୁଆଙ୍କ କ୍ଷେତ୍ରରେ ଏହା ହେବାର ସମ୍ଭାବନା ଅଧିକ ରହିଥାଏ । ରକ୍ତରେ ଶର୍କରା ବୃଦ୍ଧି ହେବା ଦ୍ୱାରା ଶରୀରରେ ସମସ୍ୟା ସୃଷ୍ଟି ହୋଇପାରେ । ଏହା ଆଖି, କିଡନୀ ଏବଂ ହୃଦୟକୁ ବିପଦରେ ପକାଇ ରକ୍ତବାହୀ ଏବଂ ସ୍ନାୟୁକୁ କ୍ଷତି ପହଞ୍ଚାଇପାରେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.