ହାଇଦ୍ରାବାଦ: ଆମେ ସମସ୍ତେ ଜାଣନ୍ତି, ମେଦବହୁଳତା ଏକ ଏପରି ସମସ୍ୟା, ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ହାନିକାରକ । ହୃଦ୍ରୋଗଠାରୁ ଆରମ୍ଭ କରି ମଧୁମେହ, ଗଣ୍ଠି ଯନ୍ତ୍ରଣା, କର୍କଟ ଭଳି ଅଧିକାଂଶ ରୋଗ ମୋଟାପଣ ସହ ଜଡିତ । ଏଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ସର୍ବଦା ଓଜନ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେଇଥାନ୍ତି । ମେଦ ବହୁଳତାକୁ ନିୟନ୍ତ୍ରଣରେ ରଖିପାରିଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରାଯାଇ ପାରିବ । ଏଥିପାଇଁ ଜୀବନଶୈଳୀ ସହ ଖାଦ୍ୟପେୟରେ କେତକ ପରିବର୍ତ୍ତନ ଆଣିପାରିଲେ ମେଦବହୁଳତା ଦୂର ହୋଇଯିବ ।
ଏହା ବ୍ୟତୀତ ଶାରୀରିକ କାର୍ଯ୍ୟକଳାପ ମଧ୍ୟ ଆବଶ୍ୟକ । ଅର୍ଥାତ୍ ଦିନକୁ କିଛି ସମୟ ବ୍ୟାୟାମ କରନ୍ତୁ । କେତେକ ସହଜ ଏକ୍ସରସାଇଜ୍(ବ୍ୟାୟାମ) ରହିଛି, ଯାହା ମାଧ୍ୟମରେ ମେଦ ବହୁଳତାକୁ ଦୂର କରାଯାଇ ପାରିବ । କଣ ସେହି ସବୁ ବ୍ୟାୟାମ, ଜାଣନ୍ତୁ...
ସିଡି ଚଢିବା: ସିଡି ବା ପାହାଚ ଚଢିବା ମଧ୍ୟ ଶାରୀରିକ କାର୍ଯ୍ୟକଳାପର ଏକ ଅଂଶ । ଶରୀରର ଗତି ପାଇଁ ଏହା ଅତି ସହଜ ଏବଂ ପ୍ରଭାବଶାଳୀ ଉପାୟ । ଆଜିକାଲି ଅଧିକାଂଶ ଲୋକ ଲିଫ୍ଟ ଏବଂ ଏସ୍କାଲେଟର ବ୍ୟବହାର କରନ୍ତି, ଯେଉଁ କାରଣରୁ ସେମାନଙ୍କର ସାଧାରଣ ଶାରୀରିକ କାର୍ଯ୍ୟକଳାପ ସମ୍ଭବ ହୋଇପାରୁ ନାହିଁ । ତେଣୁ ଏହି ଅଭ୍ୟାସକୁ ପରିବର୍ତ୍ତନ କରି ସିଡି ଚଢିବା ଅଭ୍ୟାସ କରନ୍ତୁ ।
ଏହା ମଧ୍ୟ ପଢନ୍ତୁ: ସ୍କିନ୍ ଫ୍ୟାଟ୍ ସମସ୍ୟା କଣ, ଜାଣନ୍ତୁ କେମିତି କରିବେ ନିରାକରଣ
ନିୟମିତ ପାହାଚ ଚଢିବା ଦ୍ୱାରା ଚର୍ମରେ ବୃଦ୍ଧାବସ୍ଥା ସହିତ ମାଂସପେଶୀ ସମସ୍ୟା ଏବଂ ଶାରୀରିକ ଦୁର୍ବଳତା ସହଜରେ ଦୂର ହୋଇପାରିବ । ଏହି କାର୍ଯ୍ୟକଳାପ କେବଳ ଶାରୀରିକ ଭାବରେ ସକ୍ରିୟ ରଖିବ ନାହିଁ, ବରଂ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହେବ । ତେଣୁ ନିୟମିତ କିଛି ସମୟ ସିଡି ଚଢନ୍ତୁ ।
ଏହା ସହ ଅସ୍ୱାସ୍ଥ୍ୟକର ଖାଦ୍ୟ ସାମଗ୍ରୀଠାରୁ ମଧ୍ୟ ଦୂରଇ ରହିବାକୁ ପରାମର୍ଶ ଦିଅନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ପୁରୁଷ ଏବଂ ମହିଳାଙ୍କ ଉପରେ କରାଯାଇଥିବା ଦୁଇଟି ପୃଥକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ପ୍ରତିଦିନ ପାହାଚ ଚଢୁଥିଲେ ସେମାନଙ୍କ ମେଟାବୋଲିକ୍ ସିଣ୍ଡ୍ରୋମ ହେବାର ସମ୍ଭାବନା କମ୍ ଥିଲା । ଏହା ବ୍ୟତୀତ ପାହାଚ ଚଢିବା ମଧ୍ୟ ଏଣ୍ଡୋରଫିନ୍ ହରମନ୍ ମୁକ୍ତ କରିଥାଏ । ଏଥିସହ ଶକ୍ତି ସ୍ତରକୁ ବଢାଇଥାଏ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ନିୟମିତ ପାହାଚ ଚଢିବା ଫଳରେ ହୃଦଘାତ୍ର ଆଶଙ୍କା ମଧ୍ୟ କମ୍ ରହିଥାଏ । ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରହେ । ପାହାଚ ଚଢିବା ମେଟାବୋଲିକ୍ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ, ଯାହାର ଅର୍ଥ ହୃଦଘାତ୍ର ଆଶଙ୍କା କମ୍ ହୋଇଥାଏ । ପାହାଚ ଚଢିବା ଅନେକ ରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ । ମାତ୍ର ଏହା ବ୍ୟକ୍ତିଙ୍କ ବୟସ ଉପରେ ନିର୍ଭର କରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।