ETV Bharat / sukhibhava

ପ୍ଲେଟ୍‌ଲେଟ୍ ବୃଦ୍ଧି ସହ ଡେଙ୍ଗୁରୁ ଶୀଘ୍ର ସୁସ୍ଥ କରେ ଏହିସବୁ ଖାଦ୍ୟ - ସ୍ବାସ୍ଥ୍ୟ ଖବର

ଡେଙ୍ଗୁ(Dengue) ଏକ ମାରାତ୍ମକ ରୋଗ ହୋଇନଥିଲେ ମଧ୍ୟ, ବେଳେ ବେଳେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କ ପଇଁ ଘାତକ ସାଜିପାରେ । ତେଣୁ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଡେଙ୍ଗୁ ପରେ କେଉଁ ଖାଦ୍ୟ ଖାଇଲେ ଶୀଘ୍ର ଉପଶମ ମିଳିଥାଏ(Which fruits will help recover faster from Dengue) ଜାଣନ୍ତୁ ।

ପ୍ଲେଟ୍‌ଲେଟ୍ ବୃଦ୍ଧି ସହ ଡେଙ୍ଗୁରୁ ଶୀଘ୍ର ସୁସ୍ଥକରେ ଏହିସବୁ ଖାଦ୍ୟ

author img

By

Published : Nov 23, 2022, 11:49 AM IST

ହାଇଦ୍ରାବାଦ: ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ(Dengue) । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ମୌସୁମୀର ଆଗମନ ପରେ ଏହି ରୋଗ ବ୍ୟାପିବାକୁ ଲାଗେ, ଏହାର ମୁଖ୍ୟ କାରଣ ସ୍ବଚ୍ଛତା ଏବଂ ସତର୍କତାର ଅଭାବ । ତେବେ ଡେଙ୍ଗୁ ଅତ୍ୟନ୍ତ ମାରାତ୍ମକ ହୋଇନଥିଲେ ମଧ୍ୟ, ଅବହେଳା କାରଣରୁ ଅଧିକାଂଶ ଲୋକଙ୍କ ଜୀବନ ଚାଲିଯାଏ । ଯେକୌଣସି ରୋଗ ହେଲେ ମଧ୍ୟ ପ୍ରତିରୋଧକ ଶକ୍ତି ସେଗୁଡିକୁ ମାତ୍ ଦେଇପାରିବ ।

ତେଣୁ ପ୍ରତିରୋଧକ ଶକ୍ତି ବୃଦ୍ଧିକାରକ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଆଜି ଏହି ଆଲେଖ୍ୟରେ କେଉଁ ଖାଦ୍ୟ ଖାଇବା ଦ୍ବାରା ଡେଙ୍ଗୁରୁ ଶୀଘ୍ର ଉପଶମ ମିଳିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ସେ ବାବଦରେ ଆଲୋଚନା କରିବା(Which fruits will help recover faster from Dengue)...

ଶୀଘ୍ର ସୁସ୍ଥ ହେବା ଏବଂ ଡିହାଇଡ୍ରେସନ୍ ରୋକିବା ପାଇଁ ରୋଗୀମାନଙ୍କୁ ଉପଯୁକ୍ତ ବିଶ୍ରାମ ନେବାକୁ ଏବଂ ପ୍ରଚୁର ତରଳ ପଦାର୍ଥ ପିଇବାକୁ ପରାମର୍ଶ ଦିଆଯିବା ସହ କିଛି ସୁପର ଫୁଡ୍ ଅଛି, ଯାହାକି ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ । ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି...

କିୱି(Kiwi):-

Kiwi
Kiwi

ବିଭିନ୍ନ ଅଧ୍ୟୟନ ଅନୁଯାୟୀ କିୱି ଫଳର ଡେଙ୍ଗୁ ଏବଂ ଅନ୍ୟାନ୍ୟ ଲକ୍ଷଣ ଉପରେ ଏକ ଶକ୍ତିଶାଳୀ ଚିକିତ୍ସା ପ୍ରଭାବ ଥିବା ଦେଖିବାକୁ ମିଳିଛି । ଏଥିରେ କପର୍ ଥାଏ, ଯାହା ସୁସ୍ଥ ଲୋହିତ ରକ୍ତ କଣିକା ଉତ୍ପାଦନ ଏବଂ ସଂକ୍ରମଣ ପ୍ରତିରୋଧକୁ ବଢାଇବା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହା ପୋଟାସିୟମ୍, ଭିଟାମିନ୍-ଇ ଏବଂ ଭିଟାମିନ୍-ଏର ଏକ ସମୃଦ୍ଧ ଉତ୍ସ, ଯାହା ଶରୀରର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖେ । ଆମେ ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ମଧ୍ୟ କହିପାରିବା ଯେହେତୁ କିୱିରେ ପ୍ରଚୁର ପରିମାଣରେ ଥାଏ ଭିଟାମିନ୍-ସି ।

ଡାଳିମ୍ବ(Pomegranate):-

Pomegranate
Pomegranate

ଡାଳିମ୍ବରେ ଉଚ୍ଚ ଲୌହ ପଦାର୍ଥ ଭରପୂର ଥାଏ । ଏହା ପ୍ଲେଟ୍‌ଲେଟ୍ ସଂଖ୍ୟା ବୃଦ୍ଧି କରିଥାଏ, ଯାହା ଡେଙ୍ଗୁରୁ ସୁସ୍ଥ ହେବା ପାଇଁ ନିହାତି ଆବଶ୍ୟକ ପଡିଥାଏ । ଡାଳିମ୍ବ ଖାଇବା ଦ୍ବାରା ଶରୀର ଉପରେ ସାମଗ୍ରିକ ସକରାତ୍ମକ ପ୍ରଭାବ ପଡିଥାଏ, ଏହା ଥକାପଣକୁ ଦୂର କରେ । କାରଣ ଡେଙ୍ଗୁରୁ ସୁସ୍ଥ ହେବା ପରେ ମଧ୍ୟ ଅନେକ ସପ୍ତାହ ପର୍ଯ୍ୟନ୍ତ ଦୂର୍ବଳତା ଏବଂ ଥକାପଣ ଲାଗିରହେ ।

କାଗେଜି ଲେମ୍ବୁ(Malta)

Malta
Malta

ଡେଙ୍ଗୁ ରୋଗୀଙ୍କ ପାଇଁ ସାଇଟ୍ରସ୍ ଫଳ ଖୁବ୍ ଉପକାରୀ । କାଗେଜି ଲେମ୍ବୁ ବା ମଲ୍ଟାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍-ସି ର ମାତ୍ରା ଅଧିକ ଥାଏ, ଡେଙ୍ଗୁ ସଂକ୍ରମଣରେ ପୀଡିତ ରୋଗୀମାନେ ଡିହାଇଡ୍ରେସନ୍‌ରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଏହି ଫଳ ପ୍ରଭାବୀ ହୋଇଥାଏ । ଏହା ଶରୀରକୁ ଥକ୍କାପଣ ଦୂର କରିବା ସହିତ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ରୋଗୀକୁ ଦୈନିକ ଏକ କପ୍ ମଲ୍ଟା ଜୁସ୍ ଦେବା ଦ୍ବାରା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇଥାଏ ।

ଅମୃତଭଣ୍ଡା(Papaya):-

Papaya
Papaya

ଅମୃତଭଣ୍ଡା ଏକ୍ସଟ୍ରାକ୍ଟ ହଜମକାରୀ ଏନଜାଇମ ପେପେନ ଏବଂ ଚାଇମୋପେପେନର ଏକ ଉତ୍ତମ ଉତ୍ସ, ଯାହା ହଜମ କରିବାରେ ଏବଂ ପେଟ ଫୁଲା ଆଦି ସମସ୍ୟାକୁ ଦୂର କରିଥାଏ । ଡେଙ୍ଗୁ ସହ ଲଢିବା ପାଇଁ ଅମୃତଭଣ୍ଡା ପତ୍ର ଅତ୍ୟଧିକ ପ୍ରଭାବୀ ବୋଲି ବିବେଚନା କରାଯାଏ । ଏହା ପ୍ଲେଟ୍‌ଲେଟ୍ ସଂଖ୍ୟା ବୃଦ୍ଧି କରିଥାଏ ।

ପଇଡ ପାଣି(Coconut Water):-

Coconut Water
Coconut Water

ପଇଡ ପାଣି ଏକ ପ୍ରାକୃତିକ ଉତ୍ସ, ଯାହା ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଏବଂ ଇଲେକ୍ଟ୍ରୋଲାଇଟ୍ ଯୋଗାଇଥାଏ । ଅଧିକାଂଶ କ୍ଷେତ୍ରରେ, ଡେଙ୍ଗୁ ପରେ ଡିହାଇଡ୍ରେସନ୍ ହୋଇଥାଏ । ପଇଡ ପାଣିରେ ପର୍ଯ୍ୟାପ୍ତ ପରିମାଣର ଖଣିଜ ପଦାର୍ଥ ଏବଂ ଲୁଣ ରହିଥାଏ ଯାହା ଶରୀରକୁ ହାଇଡ୍ରେଟ୍ ରଖେ । ଡେଙ୍ଗୁରୁ ଶୀଘ୍ର ସୁସ୍ଥ ହେବା ପାଇଁ ଅନେକ ତରଳ ପଦାର୍ଥ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଏ । ତରଳ ପଦାର୍ଥ ମଧ୍ୟରେ ପଇଡ ପାଣି ସର୍ବୋତ୍କୃଷ୍ଟ ଉପାଦାନ ।

ଡ୍ରାଗନ ଫ୍ରୁଟ୍ସ(Dragon Fruit):-

Dragon Fruit
Dragon Fruit

ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ, ଉଚ୍ଚ ଫାଇବର ଏବଂ ଆଇରନ୍ ସାମଗ୍ରୀ ସହିତ ପ୍ୟାକ୍ ହେବା ସହିତ ଏହା ଭିଟାମିନ୍-ସିର ଏକ ସମୃଦ୍ଧ ଉତ୍ସ । ଡ୍ରାଗନ ଫ୍ରୁଟ୍ସ ରୋଗୀଙ୍କ ସେଲୁଲାର୍ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଡେଙ୍ଗୁ ହେମୋରାଜିକ୍ ଜ୍ୱରରୁ ରକ୍ଷା କରିଥାଏ । ଡେଙ୍ଗୁ ଜ୍ୱର ପ୍ରାୟତଃ ହାଡରେ ତୀବ୍ର ଯନ୍ତ୍ରଣା ସୃଷ୍ଟି କରିଥାଏ ଏବଂ ଡ୍ରାଗନ ଫ୍ରୁଟ୍ସ ହାଡର ଶକ୍ତି ପୁନରୁଦ୍ଧାରରେ ସାହାଯ୍ୟ କରିଥାଏ । ଏହାର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଗୁଣ ପାଇଁ ହିମୋଗ୍ଲୋବିନ୍ ମଧ୍ୟ ବୃଦ୍ଧି ହୋଇଥାଏ ।

କଦଳୀ(Banana):-

Banana
Banana

କଦଳୀ ସହଜରେ ହଜମ ହେଉଥିବା ଫଳ ବର୍ଗର । ଡେଙ୍ଗୁରୁ ଶୀଘ୍ର ସୁସ୍ଥ ହେବା ପାଇଁ ରୋଗୀମାନଙ୍କୁ ସେହି ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଏ, ଯାହା ହଜମ ହେବା ସହଜ ସହ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ଯୋଗାଏ । ହଜମ କରିବାରେ ସାହାଯ୍ୟ କରିବା ସହ କଦଳୀରେ ପୋଟାସିୟମ୍, ଭିଟାମିନ୍ B6 ଏବଂ ଭିଟାମିନ୍ ସି ଭରପୂର ଥାଏ, ଯାହା ଡେଙ୍ଗୁରୁ ସୁସ୍ଥ କରିବାରେ ସହାୟକ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.