ETV Bharat / sukhibhava

ଅନୁସନ୍ଧାନ: ଦିନକୁ 3 ଘଣ୍ଟାରୁ ଅଧିକ ସ୍ମାର୍ଟଫୋନ୍ ବ୍ୟବହାର ପିଠି ଯନ୍ତ୍ରଣାର କାରଣ

author img

By

Published : Apr 8, 2023, 3:37 PM IST

ଏକ ନୂତନ ଅନୁସନ୍ଧାନ ଅନୁସାରେ, ଦିନକୁ 3 ଘଣ୍ଟାରୁ ଅଧିକ ତଳକୁ ମୁଣ୍ଡ ନୁଆଁଇ ସ୍ମାର୍ଟଫୋନ୍, ଲାପ୍‌ଟପ୍ ଏବଂ ଟାବଲେଟ୍‌ ବ୍ୟବହାର କରିବା ଦ୍ବାରା ପିଠି ଯନ୍ତ୍ରଣା ଅର୍ଥାତ୍ ମେରୁଦଣ୍ଡ ଦୁର୍ବଳ ହୋଇପାରେ । ଅଧିକ ପଢନ୍ତୁ

Etv Bharat
Etv Bharat

ୱାଶିଂଟନ: ସ୍ମାର୍ଟଫୋନ୍ ଏବଂ ଟାବଲେଟର ବ୍ୟବହାର ବହୁଳ ଭାବେ ବୃଦ୍ଧି ପାଉଛି । କୋରୋନା ପରେ ଅନଲାଇନ୍ କ୍ଲାସ୍ କାରଣରୁ ଛୋଟ ପିଲାମାନେ ମଧ୍ୟ ଏହି ସବୁ ଉପକରଣର ଅଧିକ ବ୍ୟବହାର କରୁଛନ୍ତି । ଏହି ଅଭ୍ୟାସ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଉ ଥିବାବେଳେ ଏବେ ଆଉ ଏକ ବିପଦ କାରଣ ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଦିନକୁ 3 ଘଣ୍ଟାରୁ ଅଧିକ ତଳକୁ ମୁଣ୍ଡ ନୁଆଁଇ ବୈଦ୍ୟୁତିକ ଉପକରଣ ବ୍ୟବହାର କରିବା ଦ୍ବାରା ପିଠି ଯନ୍ତ୍ରଣା ଅର୍ଥାତ୍ ମେରୁଦଣ୍ଡ ଦୁର୍ବଳ ହୋଇପାରେ ।

ବ୍ରାଜିଲର ଅନୁସନ୍ଧାନକାରୀ ଏହି ଅନୁସନ୍ଧାନ କରିଛନ୍ତି । FAPESP ଦ୍ବାରା ଆର୍ଥିକ ଅନୁଦାନ ପ୍ରାପ୍ତ ଏବଂ ବୈଜ୍ଞାନିକ ପତ୍ରିକା ହେଲଥ କେୟାରରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି । ଏହି ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ, ଯେଉଁ କିଶୋରମାନେ ଦିନକୁ 3 ଘଣ୍ଟା ଆଖିର ଖୁବ୍ ନିକଟରେ ପେଟରେ ଭରା ଦେଇ ତଳକୁ ମୁଣ୍ଡ ନୁଆଁଇ ସ୍ମାର୍ଟଫୋନ୍, ଲାପ୍‌ଟପ୍ ଏବଂ ଟାବଲେଟ୍‌ ବ୍ୟବହାର କରୁଛନ୍ତି ସେମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ପିଠି ଯନ୍ତ୍ରଣାର ସମ୍ମୁଖୀନ ହୋଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ:- ଇଂଲଣ୍ଡରେ ବ୍ୟାପୁଛି ଆଉ ଏକ ଘାତକ ଭୂତାଣୁ, ଜାଣନ୍ତୁ ଲକ୍ଷଣ ଓ କେମିତି ରହିବେ ସତର୍କ

ଏହି ଅଧ୍ୟୟନ ଥୋରାସିକ୍ ସ୍ପାଇନ୍(ମେରୁଦଣ୍ଡ) ଯନ୍ତ୍ରଣା(TSP) ଉପରେ ଅନୁସନ୍ଧାନ କରାଯାଇଥିଲା । ଥୋରାସିକ୍ ମେରୁଦଣ୍ଡ ଛାତିର ପଛ ଭାଗରେ(ଥୋରେକ୍ସ)ରେ ଅବସ୍ଥିତ । ଏହା ମୁଖ୍ୟତଃ କାନ୍ଧର ମଝି ଭାଗରେ, ବେକର ତଳଭାଗରୁ କମ୍ୱର ମେରୁଦଣ୍ଡ ଆରମ୍ଭ ପର୍ଯ୍ୟନ୍ତ ଥାଏ । ତଳକୁ ମୁଣ୍ଡ ନୁଆଁଇ ସ୍ମାର୍ଟଫୋନ୍ ଦେଖିବା ଦ୍ବାରା ଏହି ସବୁ ଭାଗ ଯନ୍ତ୍ରଣା କରିଥାଏ । ଆମେରିକାର ଏକ ମହାବିଦ୍ୟାଳୟରେ ପାଠ ପଢୁଥିବା 14 ରୁ 18 ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା ।

ପୂର୍ବରୁ ମଧ୍ୟ ଏକ ଅନୁସନ୍ଧାନରୁ ଜଣାପଡିଥିଲା ଯେ, ସ୍ମାର୍ଟଫୋନ୍ ବ୍ୟବହାର ଫଳରେ ବେକ ଯନ୍ତ୍ରଣା ହେଉଛି । ଏହାକୁ ଟେକ୍ସଟ୍ ନେକ୍ ସିଣ୍ଡ୍ରୋମ୍ କୁହାଯାଏ । ସ୍ମାର୍ଟଫୋନ୍ ଏବଂ ଲାପଟପ୍‌ର ଅତ୍ୟଧିକ ବ୍ୟବହାର ହେତୁ ଟେକ୍ସଟ୍ ନେକ୍ ସିଣ୍ଡ୍ରୋମ୍ ବେକ ଏବଂ ମେରୁଦଣ୍ଡରେ ଯନ୍ତ୍ରଣା ସୃଷ୍ଟି କରେ ବୋଲି ଜଣାପଡିଥିଲା । ଦୀର୍ଘ ସମୟ ଧରି ସମାନ ଅବସ୍ଥାରେ ମୁଣ୍ଡ ନୁଆଁଇ ଲାପଟପ୍‌ରେ ମେସେଜିଂ, ଚାଟିଂ କିମ୍ବା କାମ କରିବା ଶରୀରର ସ୍ଥିତିକୁ ଖରାପ କରିଥାଏ ।

ଏହି କାରଣରୁ ବେକ ଏବଂ ମେରୁଦଣ୍ଡ ଯନ୍ତ୍ରଣା କରେ । ଯଦି ଏହିପରି ବେକକୁ ବଙ୍କା କରି ନିରନ୍ତର କାର୍ଯ୍ୟ କରୁଛନ୍ତି, ତେବେ ଧୀରେ ଧୀରେ ବୋନ୍ସ୍(ହାଡ) ପରିବର୍ତ୍ତନ ହେବା ଆରମ୍ଭ କରେ, ଯେଉଁଥିପାଇଁ ଶରୀରର ଆଭ୍ୟନ୍ତରୀଣ ବେକ ଅଂଶରେ ଯନ୍ତ୍ରଣା ଆରମ୍ଭ ହୁଏ । ଏହାକୁ ଡାକ୍ତରୀ ଭାଷାରେ ଟେକ୍ସଟ୍ ନେକ୍ ସିଣ୍ଡ୍ରୋମ୍ କୁହାଯାଏ । ତେବେ ଏହି ସବୁ ଅନୁସନ୍ଧାନ ସ୍ମାର୍ଟଫୋନ ବହୁଳ ବ୍ୟବହାରଠୁ ଦୂରେଇ ରହିବାକୁ ସୂଚାଇଥାଏ । ସତର୍କ ନ ରହିଲେ ଆଗକୁ ସମସ୍ୟା ଗମ୍ଭୀର ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.