ETV Bharat / sukhibhava

World Pre-Diabetes Day: ଏହି ଲକ୍ଷଣରୁ ଚିହ୍ନନ୍ତୁ ପ୍ରି-ଡାଇବେଟିସ

author img

By

Published : Aug 14, 2023, 6:01 AM IST

ଯଦି ଶର୍କରା ସ୍ତର ଅଳ୍ପ ମାତ୍ରାରେ ବୃଦ୍ଧି ପାଏ ବା ବୋର୍ଡର ଲାଇନରେ ରହିଥାଏ ତାହାକୁ ପ୍ରି-ଡାଇବେଟିସ୍ କୁହାଯାଏ । ଖାଦ୍ୟରେ ପରିବର୍ତ୍ତନ ମଧୁମେହକୁ ରୋକିବାରେ ସାହାଯ୍ୟ କରିଥାଏ । ଯଦି ଜୀବନଶୈଳୀରେ ପରିବର୍ତ୍ତନ କରା ନଯାଏ, ତେବେ ପ୍ରି-ଡାଇବେଟିସ ବୟସ୍କ ଏବଂ ପିଲାମାନେ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ଅଧିକ ରହିଥାଏ।

World Pre-Diabetes Day
World Pre-Diabetes Day

ହାଇଦ୍ରାବାଦ: ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେଲେ ତାହାକୁ ମଧୁମେହ କୁହାଯାଏ । ଆଜିର ପରିବର୍ତ୍ତିତ ଜୀବନଶୈଳୀ ଶରୀରରେ ରୋଗ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ । ଆଜିକା ସମୟରେ ଯୁବକମାନଙ୍କ ମଧ୍ୟରେ ମଧୁମେହ, ହୃଦଘାତ ଇତ୍ୟାଦି ରୋଗ ହେବାର ଆଶଙ୍କା ବଢିବାରେ ଲାଗିଛି । ଯଦି କୌଣସି ରୋଗ ଠିକ୍ ସମୟରେ ଚିକିତ୍ସା କରାଯାଏ, ତେବେ ଆରୋଗ୍ୟ ଲାଭ କରିବା ସୁନିଶ୍ଚିତ । ବର୍ତ୍ତମାନ ସମୟରେ କହିବାକୁ ଗଲେ ଘରେ ଘରେ ମଧୁମେହ ରୋଗୀ ରହିଛନ୍ତି । ଯଦି କହିବା ମଧୁମେହ ରାତାରାତି ବିକଶିତ ହୁଏ ନାହିଁ, କିନ୍ତୁ ପରିବେଶ ଏବଂ ଖରାପ ସ୍ୱାସ୍ଥ୍ୟ ଅବସ୍ଥା ଏହାକୁ ପ୍ରୋତ୍ସାହିତ କରେ । ପ୍ରି- ଡାଇବେଟିସ ମଧୁମେହର ପ୍ରାରମ୍ଭିକ ପର୍ଯ୍ୟାୟ ଅଟେ । ଯଦି ଏହାକୁ ଅଣଦେଖା କରାଯାଏ ତେବେ ଡାଇବେଟିସର-2 ହେବାର ସମ୍ଭାବନା ଅଧିକ ରହିଥାଏ । 2021 ମସିହାରେ ବିଶ୍ବର 529 ମିଲିୟନ ଲୋକ ଏହି ରୋଗର ଶିକାର ହୋଇଥିଲେ । ଯଦି ଏହି ରୋଗୀଙ୍କ ସଂଖ୍ୟା ଏଭଳି ମାତ୍ରାରେ ବୃଦ୍ଧି ପାଏ ତାହେଲେ ଭବିଷ୍ୟତରେ ସ୍ଥିତି ଅସମ୍ଭାଳ ହେବ ବୋଲି କୁହାଯାଉଛି ।

ପ୍ରି-ଡାଇବେଟିସ କଣ ?: ପ୍ରି-ଡାଇବେଟିସକୁ ବୋର୍ଡର ଲାଇନ ଡାଇବେଟିସ୍ ମଧ୍ୟ କୁହାଯାଇପାରେ । ପ୍ରି-ଡାଇବେଟିସରେ ରକ୍ତରେ ଶର୍କରା ସ୍ତର ସାଧାରଣ ଠାରୁ କିଛି ମାତ୍ରାରେ ଅଧିକ ରହିଥାଏ । କିନ୍ତୁ ଚିକିତ୍ସାର ଆବଶ୍ୟକତା ରୁହେ ନାହିଁ ବରଂ ସତର୍କତା ବା ସଚେତନ ହେବା ପାଇଁ ପରାମର୍ଶ ଦିଆଯାଇଥାଏ। ଏହି ସ୍ତରରେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଦ୍ବାରା ଡାଇବେଟିସରୁ ମୁକ୍ତି ପାଇପାରିବେ।

ଏହା ମଧ୍ୟ ପଢନ୍ତୁ: Type 2 Diabetes: କାହିଁକି ଛୁଆଙ୍କ କ୍ଷେତ୍ରରେ ଅଧିକ ଦେଖାଦେଉଛି ଟାଇପ-2 ମଧୁମେହ

ପ୍ରି-ଡାଇବେଟିସର ଲକ୍ଷଣ:

  • ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଯିବା
  • ଚର୍ମରେ ଚମକ କମିଯିବା
  • ଦୃଷ୍ଟିଶକ୍ତି କମ ହୋଇଯିବା
  • କ୍ଳାନ୍ତ ଅନୁଭବ କରିବା
  • ଗୋଡ ଯନ୍ତ୍ରଣା
  • ରକ୍ତଚାପରେ ହଠାତ୍ ବୃଦ୍ଧି

ପ୍ରି-ଡାଇବେଟିସର କାରଣ:

  • ନିଦ ନହେବା ବା ପର୍ଯ୍ୟାପ୍ତ ଭାବେ ନଶୋଇବା
  • ପରିବର୍ତ୍ତିତ ଜୀବନଶୈଳୀ
  • ମଦ୍ୟପାନ ଏବଂ ଧୂମପାନ
  • ଅସନ୍ତୁଳିତ ଖାଦ୍ୟ
  • ଦ୍ରୁତ ଓଜନ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ: ଔଷଧଠାରୁ କମ୍ ନୁହେଁ ଏହି 5ଟି ଜିନିଷରୁ ପ୍ରସ୍ତୁତ ମସଲା, ରକ୍ତରେ ଶର୍କରା ସ୍ତରକୁ କରିଥାଏ ନିୟନ୍ତ୍ରଣ

ପ୍ରି-ଡାଇବେଟିସରୁ ଡାଇବେଟିସରେ ପରିଣତ ହେବାରୁ ରୋକିବା ଅତି ସହଜ ହେବ । ପ୍ରଥମତଃ ଖାଦ୍ୟରେ ଫଳ, ପନିପରିବା, ପ୍ରୋଟିନ୍ ଏବଂ ଫାଇବର ଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ । ଦୈନିକ ଅତି କମରେ 30 ମିନିଟ୍ ବ୍ୟାୟାମ ଜରୁରୀ ଅଟେ । ଅତ୍ୟଧିକ ଓଜନ ବୃଦ୍ଧିରୁ ଦୂରେଇ ରୁହନ୍ତୁ, କାରଣ ଏହା ପ୍ରି-ଡାଇବେଟିସକୁ ରୋକିବା ପାଇଁ ଏକ ଭଲ ଉପାୟ । ନିୟମିତ ଭାବରେ ଶର୍କରା ସ୍ତର ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଠିକ ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରି ଶରୀରର ଯତ୍ନ ନେବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.