ହାଇଦ୍ରାବାଦ: ଜୀବନଶୈଳୀ ପରିବର୍ତ୍ତନ ଏବଂ ଖରାପ ଖାଦ୍ୟଭ୍ୟାସ କାରଣରୁ ମଧୁମେହ ଦ୍ରୁତଗତିରେ ବୃଦ୍ଧି ପାଉଛି । ଗତକାଲି(ଶୁକ୍ରବାର) ଆଇସିଏମର ରିପୋର୍ଟ ଅନୁସାରେ, ଭାରତରେ 10 କୋଟିରୁ ଅଧିକ ମଧୁମେହରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଘରେ ଘରେ ମଧୁମେହ ରୋଗୀ ରହିଛନ୍ତି କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ । ତେବେ ଏହି ରୋଗରେ ଆରୋଗ୍ୟ ହେବା କଷ୍ଟକର ଅଟେ । କିଛି ଦିନ ଔଷଧ ଇନସୁଲିନ ନେବା ପରେ ରକ୍ତରେ ଶର୍କରା ସ୍ତର ଠିକ ରହିଥାଏ କିନ୍ତୁ ଏହାପରେ କିଛି ଦିନ ଖାଇବା ପିଇବାରେ ଅନିୟମିତତା ପରେ ପୁଣି ଥରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ। ଯଦି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତାହାଲେ ଖାଦ୍ୟରେ ଡାଲି ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ଅଟେ । ଏଥିରେ ଥିବା ପ୍ରୋଟିନ ଏବଂ ପୋଷକ ତତ୍ତ୍ବ ଶରୀରକୁ ସୁସ୍ଥ ରଖିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଡାଲିରେ ଫାଇବରର ମାତ୍ରା ଅଧିର ରହିଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ ରଖିଥାଏ । ତେବେ ଫାଇବର କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ମୁମ୍ବାଇର ଆପୋଲୋ ହସ୍ପିଟାଲର ବରିଷ୍ଠ ଡାକ୍ତର ତୃପ୍ତି ଦୁବେଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ବୟସରେ ଶାରୀରିକ ଏବଂ ମାନସିକ ବିକାଶରେ ପ୍ରୋଟିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହିଳାମାନଙ୍କ ମାସିକ ଋତୁସ୍ରାବ, ଗର୍ଭଧାରଣ ସମୟରେ ପିଲାମାନଙ୍କର ସଠିକ୍ ବିକାଶ, ଜନ୍ମ ସମୟରେ ପିଲାମାନଙ୍କର ସଠିକ୍ ବିକାଶ ଏବଂ ମାଂସପେଶୀର ବିକାଶରେ ପ୍ରୋଟିନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବୃଦ୍ଧ ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ନୂତନ କୋଷ ଗଠନରେ ପ୍ରୋଟିନ୍ ସମୃଦ୍ଧ ଖାଦ୍ୟର ଭୂମିକା ରହିଛି । ଏହା ବ୍ୟତୀତ ଡାଲିରେଫାଇବର ଥାଏ । ଏହା ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ରକ୍ତ ଶର୍କରାକୁ ବୃଦ୍ଧି ନକରି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ଡାଲି ସମସ୍ତ ବୟସର ବ୍ୟକ୍ତିମାନଙ୍କୁ ଖାଇବାକୁ କୁହାଯାଇଛି ।
ଯେକୌଣସି ବୟସରେ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପ୍ରୋଟିନ୍ ଆବଶ୍ୟକ ହୁଏ । ପୁଷ୍ଟିକର ନିରାପତ୍ତାରେ ଡାଲିର ମହତ୍ବ ରହିଛି । ଏହି କାରଣ ପାଇଁ ସରକାର ମଧ୍ୟ ପ୍ରତ୍ୟେକ ଗରିବ ଘରର ଥାଳିରେ ମଧ୍ୟ ଡାଲି ରଖିବା ପାଇଁ ଚେଷ୍ଟା କରୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଏକ ଦଶନ୍ଧି ମଧ୍ୟରେ ଡାଲିର ଗ୍ରେସ ଭାଲ୍ୟୁ ଆଉଟପୁଟ୍ (GVO) ପ୍ରାୟ 250 ପ୍ରତିଶତ ବୃଦ୍ଧି ପାଇଛି । ଏହା ଦେଶରେ ସର୍ବାଧିକ ଅଟେ। ଏକ ଦଶନ୍ଧି ପୂର୍ବରୁ ଡାଲିର GVO 18 ହଜାର କୋଟି ଟଙ୍କା ଥିଲା, ଯାହା 45 ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ ଯେ ଖରିଫ ଫସଲ ପାଇଁ କେନ୍ଦ୍ର ସରକାର ଡାଲିର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଘୋଷଣା କରିଛନ୍ତି । ମୁଗର ଏମଏସପି ସବୁଠାରୁ ଅଧିକ ବୃଦ୍ଧି ହୋଇଛି । 2022-2023 ମସିହାରେ ଏହା କ୍ୱିଣ୍ଟାଲ ପ୍ରତି 7755 ଥିଲା । ଏହି ବର୍ଷ ଏହାକୁ 8558 ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ମସୁର ଏମଏସପି 6600 ରୁ 7000 ଟଙ୍କା ଏବଂ ବିରି 6600 ରୁ 6950 ଟଙ୍କାକୁ ବୃଦ୍ଧି କରାଯାଇଛି ।
2016-17 ରୁ 2020-21 ମଧ୍ୟରେ ଡାଲି ଉତ୍ପାଦନ 23.94 ମେଟ୍ରିକ ଟନରୁ 25.34 ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଏହି ସମୟରେ ହେକ୍ଟର ପ୍ରତି ଉତ୍ପାଦନ 9.5 କ୍ୱିଣ୍ଟାଲରୁ 10.65 କ୍ୱିଣ୍ଟାଲକୁ ବୃଦ୍ଧି ପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ସାରା ବିଶ୍ବକୁ ଦେଖିବାକୁ ଗଲେ ଭାରତରେ ହିଁ ଅଧିକ ଡାଲି ଉତ୍ପାଦନ ହୋଇଥାଏ । ୟୁପିରେ ସବୁଠାରୁ ଅଧିକ ହୋଇଥାଏ । କାନାଡା, ଅଷ୍ଟ୍ରେଲିଆ, ଆମେରିକା, ତୁର୍କୀ ଏବଂ ମିଆଁମାର କେବଳ ଭାରତ ଉପରେ ନିର୍ଭର କରିଥାଆନ୍ତି । ଭାରତରେ ଡାଲିର ଉତ୍ପାଦନକୁ ନେଇ ଅନ୍ତର୍ଜାତୀୟ ବଜାରରେ ଦର ଧାର୍ଯ୍ୟ କରିଯାଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ