ETV Bharat / sukhibhava

ଛୁଆ ପାଇଁ ସଠିକ ସ୍ତନ୍ୟପାନ ଜରୁରୀ

ଯେତେବେଳେ ମା ସ୍ତନରେ ଛୁଆ ପାଇଁ ଯଥେଷ୍ଟ କ୍ଷୀର ହୁଏ ନାହିଁ ସେତେବେଳେ ସେ ଛୁଆ ପାଇଁ ଟପ୍ ଫିଡ୍ ବା ଫର୍ମୁଲା ମିଲ୍କର ପ୍ରଚଳନ ଆରମ୍ଭ କରେ । କିନ୍ତୁ ନୂଆ କରି ମାଆ ହୋଇଥିବା ମହିଳାମାନେ ଏଭଳି କରି ଭୁଲ ପଦକ୍ଷେପ ନିଅନ୍ତି । ସେଥିପାଇଁ ମାଆମାନଙ୍କୁ ସ୍ତନ୍ୟପାନର କୌଶଳ ଜାଣିବା ଏକାନ୍ତ ଜରୁରୀ । ଇଟିଭି ଭାରତ ସହ ସାକ୍ଷାତାକାରରେ ଏ ବାବଦରେ ନାସିକର ଶିଶୁ ବିକାଶ ଓ ଶିଶୁ ବିଶେଷଜ୍ଞ ଡକ୍ଟର ଶାମା ଜଗଦୀଶ କୁଲକଣ୍ଣୀର କେତେକ ଉପାଦେୟ ତଥ୍ୟ ପ୍ରଦାନ କରିଛନ୍ତି ।

ଛୁଆ ପାଇଁ ସଠିକ ସ୍ତନ୍ୟପାନ ଜରୁରୀ
ଛୁଆ ପାଇଁ ସଠିକ ସ୍ତନ୍ୟପାନ ଜରୁରୀ
author img

By

Published : Sep 3, 2020, 5:41 PM IST

ଅନେକ ଥର ମାଆ ଅନୁଭବ କରେ ଯେ, ତା ସ୍ତନରେ ଛୁଆ ପାଇଁ ଯଥେଷ୍ଟ କ୍ଷୀର ହୁଏ ନାହିଁ । ତେଣୁ ଛୁଆ ପାଇଁ ସେ ଟପ୍ ଫିଡ୍ ବା ଫର୍ମୁଲା ମିଲ୍କର ପ୍ରଚଳନ ଆରମ୍ଭ କରେ । କିନ୍ତୁ ନୂଆ କରି ମାଆ ହୋଇଥିବା ମହିଳାମାନେ ଏଭଳି କରି ଭୁଲ ପଦକ୍ଷେପ ନିଅନ୍ତି । ସେଥିପାଇଁ ମାଆମାନଙ୍କୁ ସ୍ତନ୍ୟପାନର କୌଶଳ ଜାଣିବା ଏକାନ୍ତ ଜରୁରୀ । ସ୍କିଲ୍ଡ୍ ବ୍ରେଷ୍ଟ ଫିଡିଂ ସଂପର୍କରେ ନୂଆ ମାଆ ମାନଙ୍କୁ ଅବଗତ କରାଇବାର ଆବଶ୍ୟକତା ରହିଛି । ଇଟିଭି ଭାରତ ସହ ସାକ୍ଷାତାକାରରେ ଏ ବାବଦରେ ନାସିକର ଶିଶୁ ବିକାଶ ଓ ଶିଶୁ ବିଶେଷଜ୍ଞ ଡକ୍ଟର ଶାମା ଜଗଦୀଶ କୁଲକଣ୍ଣୀର କେତେକ ଉପାଦେୟ ତଥ୍ୟ ପ୍ରଦାନ କରିଛନ୍ତି ।

କଣ କରିବାକୁ ହେବ ?

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୪ଟି ସୁପାରିଶ ସ୍ତନ୍ୟପାନ ସଂପର୍କରେ କ'ଣ କହୁଛି, ତାହା ଦେଖିବାକୁ ପଡିବ ।

୧. ଡେଲିଭରିର ପ୍ରଥମ ୫ ମିନିଟ ମଧରେ ନବଜାତ ଛୁଆକୁ ମାଆର ସ୍ତନ ସହ ଲଗାଇ ରଖନ୍ତୁ । ଏମିତି ପ୍ରକ୍ରିୟାରେ ହିଁ ଛୁଆର ପ୍ରାରମ୍ଭିକ ସ୍ତନ୍ୟପାନ ଆରମ୍ଭ ହୁଏ । ଆରମ୍ଭରୁ ଯଦି ଛୁଆ ମାଆ କ୍ଷୀର ଠିକ୍ ରୂପେ ପିଇ ପାରିଲା, ତାହା ହେଲେ ଆଗକୁ ଆଉ ଅସୁବିଧା ହେବା ନାହିଁ । ଯେଉଁ ମାଆ ବି ଏଭଳି ପ୍ରକ୍ରିୟାରେ ସଫଳ ହୋଇପାରିଲା, ତାକୁ ବି ଆଉ ଆଗକୁ ସ୍ତନ୍ୟପାନ କରାଇବାରେ କଷ୍ଟ କରିବାକୁ ହେବନି ଓ ସେ ଦୀର୍ଘ ସମୟ ଧରି ଛୁଆକୁ ସ୍ତନ୍ୟପାନ କରାଇପାରିବ । ଘଣ୍ଟାଏ ମଧ୍ୟରେ ଛୁଆ ସ୍ତନ୍ୟପାନ ସହ ଅଭ୍ୟସ୍ତ ହୋଇଯାଏ । ସେ ନିପ୍ପଲର ଚିରାଚରିତ ସ୍ବାଦ ବାରିପାରେ ।

୨. ପ୍ରଥମ ୬ ମାସ ଯାଏଁ ଛୁଆକୁ କେବଳ ମାଆ କ୍ଷୀର ପିଇବାକୁ ଦିଅନ୍ତୁ । ମାଆ କ୍ଷୀରକୁ ଛାଡି ମହୁ,ପାଣି କିଛି ବି ଦିଅନ୍ତୁ ନାହିଁ । ଶିଶୁ ଏହି ୬ ମାସ ମଧ୍ୟରେ କେବଳ ବ୍ରେଷ୍ଟ ଫିଡିଂ ହିଁ କରିବା ବାଞ୍ଚନୀୟ ।

୩. ସ୍ତନ୍ୟପାନ ଜାରି ରଖିବା ପାଇଁ ଘରେ ରନ୍ଧା ହୋଇଥିବା ଖାଦ୍ୟ, ସେମିସଲିଡ ଡାଏଟ୍ ମାଆ ମାନେ ଖାଇବା ଦରକାର ।

୪. ସ୍ତନ୍ୟପାନ କରାଇବା ବେଳେ ଛୁଆ ସହ କଥାବାର୍ତ୍ତା ହୁଅନ୍ତୁ । ଛୁଆକୁ ସ୍ତନ୍ୟପାନ ବାବଦରେ କିଛି ପ୍ରମୁଖ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ତାହା ହେଲା – ଛୁଆ ମାଆ ସ୍ତନକୁ କିପରି ଧରେ, ମାଆ କିପରି ବସେ ଓ ଛୁଆକୁ ମାଆ କିଭଳି ଧରିଥାଏ ?

ଛୁଆ: ଛୁଆର ମୁଣ୍ଡ ଓ ଶରୀର ଯେମିତି ସମାନ ରହେ, ତାହା ନିଶ୍ଚିତ କରିବା ଦରକାର । ଛୁଆ କେବଳ ମାଆକୁ ଚାହିଁ ରହି ସ୍ତନପାନ କରିବା ଦରକାର । ଛୁଆର ପେଟ,ମାଆର ପେଟକୁ ସ୍ପର୍ଶ କରୁଥିବା ଆବଶ୍ୟକ । ଛୁଆର ପିଠି ଓ ମୁଣ୍ଡ ମାଆର ହାତରେ ଭଲଭାବେ ରହିବା ଜରୁରୀ ।

ମାଆ: ମାଆ ସୁବିଧାଜନକ ଭାବେ ବସିବା ଜରୁରୀ । ମାଆ ସ୍ତନକୁ ସି-ପୋଜିସନରେ ଧରି ରଖିବା ଆବଶ୍ୟକ । ଛୁଆର ଉପର ଓଠକୁ ନିପ୍ପଲ ଟିପ୍‌ରେ ଘଷିବା ଦରକାର । ଏହା କଲେ ଶିଶୁ ପାଟି ଆଁ କରି ଭଲ ଭାବେ ସ୍ତନ୍ୟପାନ କରିପାରିବ । କ୍ଷୀର ଖୁଆଇଲା ବେଳେ ଛୁଆ ସହ କଥା ହେବା ଦରକାର ମାଆ । ସ୍ତନ ପୋଜିସନ ଛୁଆ ଓସାରିଆ ଭାବେ ପାଟି ଖୋଲିବା ଦରକାର । ଏରିଓଲାର ଅଧିକାଂଶ ଅଂଶ ଛୁଆର ପାଟିରେ ରହିବା ଆବଶ୍ୟକ । ଛୁଆର ନିମ୍ନ ଓଠ ବାହାରକୁ ରହିବା ଦରକାର । ଛୁଆର ଥୋଡି ସ୍ତନକୁ ସ୍ପର୍ଶ ଯେମିତି ହେଉଥିବ, ତାହା ନିଶ୍ଚିତ କରିବା ଦରକାର ।

ସ୍ତନ୍ୟପାନର ବିଭିନ୍ନ ଚ୍ୟାଲେଞ୍ଜ ଓ ପରାମର୍ଶ ନିପ୍ପଲରେ ସମସ୍ୟା ଯୋଗୁଁ ମାଆ ଅନେକ ସମୟରେ ସ୍ତନ୍ୟପାନ କରାଇବା ବେଳେ ଅସୁବିଧାର ସମ୍ମୁଖୀନ ହୁଏ । ତେଣୁ ସ୍ତନ୍ୟପାନ କରାଇବା ବେଳେ ଛୁଆର ଅବସ୍ଥିତି ଠିକ୍ ରଖିବାକୁ ପଡିବ ।

ସ୍ତନ୍ୟ ପାନଗତ ସମସ୍ୟା ଥିଲେ ପେଷାଦାର ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ । ପ୍ରସବର ପ୍ରଥମ ଦୁଇ ଦିନରେ ମାଆ ସ୍ତନରୁ ବାହାରୁ ଥିବା କ୍ଷୀରକୁ କୋଲୋଷ୍ଟ୍ରମ କୁହାଯାଏ । ସିକ୍ରେସନ କମ୍ ରହେ । କୋଲୋଷ୍ଟ୍ରମ ହିଁ ନବଜାତର ପ୍ରଥମ ଟିକା ଭାବେ କାମ କରିଥାଏ । ମାଆକୁ ବିଶ୍ରାମ ଦେବା ପାଇଁ ଛୁଆକୁ ଫର୍ମୁଲା ଫିଡ୍ ଦେଇ ଅନେକ ଭୁଲ କରିବସନ୍ତି । ଏଭଳି କରିବା ଅନୁଚିତ । ଛୁଆ ଯଦି ସକଲିଂ କରିବ ନାହିଁ , ମାଆ କ୍ଷୀର ବି ହେବନାହିଁ ।

ଯଥେଷ୍ଟ ସ୍ତନ୍ୟପାନ ହେଉଛି ବୋଲି ଜାଣିବା କେମିତି ?

୨୪ ଘଣ୍ଟା ମଧ୍ୟରେ ଛୁଆ ଯଦି ସର୍ବନିମ୍ନ ୬ ଥର ପରିସ୍ରା କରେ ଓ ମାସକ ମଧ୍ୟରେ ଛୁଆର ଓଜନ ଯଦି ୫୦୦ ଗ୍ରାମ ବଢେ, ତାହା ହେଲେ ସେ ଭଲ ସ୍ତନ୍ୟପାନ କରୁଛି ବୋଲି ଜଣାପଡିବ ।

ମାଆ ପାଇଁ ସ୍ତନ୍ୟପାନ ଟିପ୍ସ...

ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେଇ ମାଆ ଓ ଛୁଆକୁ ଏକା ଶେଯରେ ରଖନ୍ତୁ । କ୍ରେଡଲ ବ୍ୟବହାର କରନ୍ତୁ ନାହିଁ ।

ଟାଇମ ଫିଡିଂ ନୁହେଁ, କ୍ୟୁ ବେସଡ୍ ଫିଡିଂ ଦିଅନ୍ତୁ...

ମାଆ କ୍ଷୀର ସହଜରେ ହଜମ ହୋଇଯାଏ, ତେଣୁ ଛୁଆକୁ ବାରମ୍ବାର ଭୋକ ଲାଗେ । ଫଳରେ ଅଧିକ ସକଲିଂ ଓ କ୍ଷୀର ଦରକାର ହୁଏ । ମାଆ ନିଜର ନିୟମିତ ଡାଏଟ ନେବା ଉଚିତ । ମାଆ ଯଦି ଜଙ୍କ୍ ଫୁଡ ଖାଉଥାଏ ଏବଂ କାଫିନ ମିଶା ପାନୀୟ ପିଏ, ତାହା ହେଲେ ଛୁଆ ଅଧିକ କାନ୍ଦେ । ମାଆ ପାଇଁ ଅତ୍ୟଧିକ ଗାଈ କ୍ଷୀର ଛୁଆର ଗ୍ୟାସର କାରଣ ହୋଇଥାଏ । ମାଆ କୋଭିଡ ଆକ୍ରାନ୍ତ ଥିଲେ ମଧ୍ୟ ଛୁଆକୁ ସ୍ତନ୍ୟପାନ କରାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.