ETV Bharat / sukhibhava

ଶୌଚାଳୟ ସିଟ୍‌ଠୁ ଅଧିକ ଅପରିଷ୍କାର ପୁନଃ ବ୍ୟବହାରଯୋଗ୍ୟ ପାଣି ବୋତଲ୍: Study

ପୁନଃ ବ୍ୟବହାରଯୋଗ୍ୟ ପାଣି ବୋତଲ୍‌ରେ ବି ବାରମ୍ବାର ପାଣି ପିଉଥିଲେ ସାବଧାନ ହୋଇଯାଆନ୍ତୁ । ଏହି ପାଣି ବୋତଲ୍‌ରେ ଶୌଚାଳୟ ସିଟ୍ ଅପେକ୍ଷା ପ୍ରାୟ 40,000 ଗୁଣ ଅଧିକ ଜୀବାଣୁ ଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି । ଅଧିକ ପଢନ୍ତୁ

author img

By

Published : Mar 15, 2023, 8:04 AM IST

Water Bottles
Water Bottles

ୱାଶିଂଟନ: ଗୋଟିଏ ପାଣି ବୋତଲ୍‌କୁ ଆମେ କେତେ ଥର ବ୍ୟବହାର କରିଥାନ୍ତି, ତା'ର ହିସାବ ରଖିନଥାନ୍ତି । ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ବ୍ୟବହାର ପରେ ତୁରନ୍ତ ବୋତଲ୍‌ ଫିଙ୍ଗିଦିଅନ୍ତି । ମାତ୍ର ଅଧିକରୁ ଅଧିକ ଲୋକ ସମାନ ପାଣି ବୋତଲ୍‌କୁ ବାରମ୍ବାର ବ୍ୟବହାର କରନ୍ତି । ଜାଣନ୍ତି କି ଏହି ପୁନଃବ୍ୟବହାର ଯୋଗ୍ୟ ପାଣି ବୋତଲ୍‌ ସ୍ବାସ୍ଥ୍ୟ ଉପରେ ଗମ୍ଭୀର କୁପ୍ରଭାବ ପକାଇପାରେ । ଆଜ୍ଞା ହଁ, ଏକଥା ଆମେ ଏହା କହୁନୁ, ବରଂ ଏହି ଦାବି ଏକ ଅଧ୍ୟୟନରେ କରାଯାଇଛି ।

ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ପୁନଃ ବ୍ୟବହାରଯୋଗ୍ୟ ବୋତଲ୍‌ ଗୁଡିକ ଶୌଚାଳୟ ସିଟ୍ ଅପେକ୍ଷା ପ୍ରାୟ 40,000 ଗୁଣ ଅଧିକ ଜୀବାଣୁ ବହନ କରେ । ଯଦି ଦୀର୍ଘ ସମୟ ଧରି ସମାନ ବୋତଲ ବ୍ୟବହାର କରାଯାଏ, ତେବେ ବୋତଲ୍‌ରେ ଜୀବାଣୁ ସୃଷ୍ଟି ହେବାର ଆଶଙ୍କା ଅଧିକ ।

ଯୁକ୍ତରାଷ୍ଟ୍ରର ୱାଟରଫିଲ୍ଟରଗୁରୁ ଡଟ୍ କମ୍‌ର ଏକ ଅନୁସନ୍ଧାନକାରୀ ଟିମ୍ ଏହି ଅନୁସନ୍ଧାନ କରିଛି । ଅନୁସନ୍ଧାନକାରୀଙ୍କ ଟିମ୍ ପୁନଃ ବ୍ୟବହାରଯୋଗ୍ୟ ପାଣି ବୋତଲ ଗୁଡିକର ପରିଷ୍କାରତା ଅନୁସନ୍ଧାନ କରିଥିଲେ । ସେମାନେ ବୋତଲ୍‌ର ସମସ୍ତ ଅଂଶକୁ ତିନି ତିନି ଥର ଯାଞ୍ଚ କରିଛନ୍ତି । ଅନୁସନ୍ଧାନ ଅନୁଯାୟୀ, ବୋତଲ୍‌ରେ ଦୁଇ ପ୍ରକାରର ଜୀବାଣୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା, ଯେଉଁଥିରେ ଗ୍ରାମ୍-ନେଗେଟିଭ ବ୍ୟାକ୍ଟେରିଆ ଏବଂ ବେସିଲସ୍ ବ୍ୟାକ୍ଟେରିଆ ଅନ୍ତର୍ଭୁକ୍ତ ।

ଅନୁସନ୍ଧାନକାରୀମାନେ ବ୍ୟାଖ୍ୟା କରିଛନ୍ତି ଯେ, ବିଭିନ୍ନ ସଂକ୍ରମଣ ପାଇଁ ଗ୍ରାମ-ନଗେଟିଭ୍ ଜୀବାଣୁ କାରଣରୁ ହୋଇଥାଏ । ସେହିପରି ବେସିଲସ୍ ଜୀବାଣୁ ପାକସ୍ଥଳୀ(ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନଲ)ରେ ସମସ୍ୟା ସୃଷ୍ଟି କରିପାରେ । ଅନୁସନ୍ଧାନକାରୀ ଆହୁରି ମଧ୍ୟ କହିଛନ୍ତି ଯେ, କମ୍ପ୍ୟୁଟର ମାଉସ ଅପେକ୍ଷା ପାଣି ବୋତଲ୍‌ରେ ଚାରି ଗୁଣ ଅଧିକ କୀଟାଣୁ ଅଛନ୍ତି । ଏକ ପୋଷା ଭିଜା ପାଣି ପାତ୍ର ଅପେକ୍ଷା ପାଣି ବୋତଲରେ 14 ଗୁଣ ଅଧିକ କୀଟାଣୁ ରହିଥାଏ । ୟୁନିଭରସିଟି ଅଫ୍ ରିଡିଂର ମାଇକ୍ରୋବାୟୋଲୋଜିଷ୍ଟ ଡକ୍ଟର ସାଇମନ୍ କ୍ଲାର୍କ କହିଛନ୍ତି ଯେ, ପାଣି ବୋତଲ୍‌ରେ ବହୁ ସଂଖ୍ୟକ ଜୀବାଣୁ ଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ସାବ୍ୟସ୍ତ ହୋଇନାହିଁ ।

ବୋତଲ୍‌କୁ ଗରମ ପାଣିରେ ଧୋଇ ଦିଅନ୍ତୁ

କ୍ଲାର୍କ କହିଛନ୍ତି ଯେ, "ଆଜି ପର୍ଯ୍ୟନ୍ତ ମୁଁ ପାଣି ବୋତଲ୍‌ ଯୋଗୁଁ କାହାକୁ ଅସୁସ୍ଥ ହୋଇଥିବାର ଦେଖି ନାହିଁ । ଟ୍ୟାପରୁ ପାଣି ପିଇବା ପରେ ମଧ୍ୟ କେହି ଅସୁସ୍ଥ ହୋଇନାହାନ୍ତି । ଲୋକଙ୍କ ପାଟିରେ ପୂର୍ବରୁ ଥିବା ଜୀବାଣୁ ଦ୍ୱାରା ପାଣି ବୋତଲ୍‌ ଦୂଷିତ ହୋଇଥାଏ । ଅନୁସନ୍ଧାନକାରୀମାନେ ବୋତଲ୍‌ ଗୁଡ଼ିକୁ ସାବୁନ୍ ଏବଂ ଗରମ ପାଣିରେ ଅତି କମରେ ଦିନକୁ ଥରେ ବ୍ୟବହାର କରିବା ପୂର୍ବରୁ ଧୋଇବାକୁ ପରାମର୍ଶ ଦେଇଛନ୍ତି । ବୋଟଲ୍‌କୁ ସଫା ରଖିଲେ ନିଶ୍ଚିତ ରୂପେ ସଂକ୍ରମଣକୁ ରୋକାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.